ପୂର୍ବତନ ରାତ୍ରି ଜଗୁଆଳି କଲେ ସାଙ୍ଘାତିକ ଖୁଲାସା Night ୧୨ ରେ ଡ଼ିଏଫଓ ସୋମ୍ୟ ଙ୍କ ଘରକୁ ପଛ Gate ରେ ଯାଉଥିଲେ,ସତ କହିବା ପରେ ମତେ ବାହାର କରିଦେଲେ

Spread the love

ତେବେ ଆପଣ ଯେପରିକି ଜାଣନ୍ତି କି ଏସିଏଫ ସୋମ୍ୟରଂଜନଙ୍କ ମାମଲାରେ ଏଯାଏ ଟ୍ଵିଷ୍ଟ ପରେ ଟ୍ଵିଷ୍ଟ ଆସି ଚାଲିଛି।ଆଜି ଆଉ ଏକ ଟ୍ଵିଷ୍ଟ ସାମ୍ନାକୁ ଆସିବାରେ ଲାଗିଛି ଯାହା ଭିତରେ କି ତାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ଇଣ୍ଟରଭିଉ ନେବାରେ ବ୍ୟସ୍ତ ଅଛନ୍ତି।ତେବେ କର୍ମଚାରୀଙ୍କ କଣ କହିବା କଥା ତାହା ଜାଣିବା ପରେ ଆମେ ଆଜିର ଟ୍ଵିଷ୍ଟ ବାବଦରେ ଜାଣିବା।

କର୍ମଚାରୀ ଜଣକ କହିଲେ,” ମୁଁ ସେହି ଅଫିସରେ ଆଠ ବର୍ଷ ଆଗରୁ ଅଛି ଆଉ ସେମାନେ ବିନା କାରଣରେ ମୋତେ ବାହାର କରିଛନ୍ତି ତାହା ଭିତରୁ।ତେବେ ତାହା ଆଗରୁ ଯିଏ ଡ଼ିଏଫ ଥିଲେ ବିବେକ ସାର ସେ ମୋତେ ନାଇଟ ଡ୍ୟୁଟି ଦେଇଥିଲେ।ମୁଁ ତାହାର ଚାରି କି ପାଞ୍ଚ ଜଣ ଡିଏଫଙ୍କ ଆଗରୁ ସେଠାରେ ଅଛି।ମୁଁ ସୋମ୍ୟଙ୍କ ନ୍ୟାୟ ମିଳିବା ପାଇଁ ଚେଷ୍ଟା କରୁଛି ଆଉ ସେମାନେ ଜାଣି ଶୁଣି ମୋତେ ତାଙ୍କ ଭିତରୁ ବାହାର କରିବାରେ ଲାଗି ପଡିଛନ୍ତି।

ତେବେ ମୁଁ ସୋମ୍ୟ ସାରଙ୍କ ଘରକୁ ଡ଼ିଏଫଓଙ୍କୁ ଯିବାରେ ଦେଖିଛି। ସୋମ୍ୟ ସାରଙ୍କ କଥା ଜାଣିନାହିଁ ମାତ୍ର ତାଙ୍କ ଘରକୁ ଡିଏଫଓ ଙ୍କୁ ଯାଉଥିବାର ମୁଁ ବହୁତ ସମୟରେ ଦେଖିଛି। ତାଙ୍କ ଭିତରେ କଣ କଣ କଥା ହୁଏ ତାହା ମଧ୍ୟ ମୁଁ ଜାଣିନାହିଁ ମାତ୍ର ତାଙ୍କ ଘରକୁ ଏହି ଡିଏଫଓ ଙ୍କୁ ଯାଉଥିବାର ଦେଖିଛି ମୁଁ। ତେବେ ତାଙ୍କ ଡ୍ରାଇଭର ଯିଏ ସରକାରୀ ଅଛନ୍ତି ତାଙ୍କ ସହ ମୁଁ ବହୁତ ସମୟରେ କଥା ହୁଏ ଏବଂ ତାଙ୍କ ଘରକୁ ଏମାନଙ୍କର ଯିବାର ଦେଖିଛି।

ତେବେ ଏହାର ଡେଟ ମୁଁ କହି ପାରିବିନି।ମାତ୍ର ମୁଁ ତାଙ୍କୁ ଦେଖିଛି।”ତେବେ ବୟାନ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀଙ୍କ ୱାଚମ୍ୟାନ ଆଉ ସେ ଏହି ଭୟଙ୍କର ବୟାନ ଦେଲେ ଆଉ କହିଲେ କି ସଂଗ୍ରାମ କେଶରୀ ମୃତ ସୋମ୍ୟରଂଜନଙ୍କ କ୍ବାର୍ଟରକୁ ଯାଉଥିଲେ। କାଳେ କେହି ଦେଖିଦେଵ ତାହା ପାଇଁ ସେ ପଛ ବାଟରେ ଯାଉଥିଲେ।

ଆହୁରି ସେ କହିଲେ, ” ଆପଣ ଯଦି ଏହା ପଚାରିବେ କି ମୁଁ କଣ ପାଇଁ କାହାରିକୁ ଏକଥା କହି ନଥିଲି ତାହେଲେ ଆପଣ ଶୁଣନ୍ତୁ କି ମୁଁ ଜଣେ ଛୋଟ କର୍ମଚାରୀ ଯିଏ କି ନିଜର କାର୍ଯ୍ୟ ଉପରେ ଉପକୃତ ହୁଏ ଆଉ ମୋର ସେମିତି ଆଦତ ନାହିଁ କି ମୁଁ ଅନ୍ୟ ମାନଙ୍କ କଥା ଆଉ କାହାରି ପାଖରେ କହିବି ନାହିଁ।

ଆଉ ମୁଁ କଣ ଜାଣିବି କି ବଡ଼ ଅଫିସର ମାନେ କଣ କଣ କଥା ହେଉଛନ୍ତି ଆଉ ତାଙ୍କର ପରସ୍ପର ସହ କି କାମ।ତେବେ ଏଥିପାଇଁ ମୁଁ ଚୁପ ଥିଲି ମାତ୍ର ଆଜି ଯେତେବେଳେ ଆପଣ ମାନେ ମୋତେ ପଚାରିଲେ ସେତେବେଳେ ମୁଁ ଏହା ପ୍ରକାଶ କଲି।”

Leave a Reply

Your email address will not be published. Required fields are marked *