କୋର୍ଟରେ Punjilaal ଜଣେ ନବ ବିବାହିତ ବୋହୂ ମଥାରୁ ସିନ୍ଦୂର ପୋଛି ଦେଇଥିଲା,ଚତୁର୍ଥ ରାତିର ପର ଦିନ ସ୍ତ୍ରୀ ପାଖରୁ ସ୍ବାମୀଙ୍କୁ ଛଡାଇ ନେଇଥିଲା ଆଜି ଏପରି କାଟୁଚି ଜୀବନ…ଦେଖନ୍ତୁ Video

Spread the love

କୋର୍ଟରେ ପହଂଚିଲା ବୋ-ମା ବି-ସ୍ଫୋ-ରଣର ମାଷ୍ଟର ମାଇଣ୍ଡ ପୁଂଜିଲାଲ। କିନ୍ତୁ ଦେଖା ନଥିଲା ସାକ୍ଷୀ ଦେବାକୁ ଆସିଥିବା ଲୋକମାନଙ୍କର। ଖାଲି ପଡ଼ିଛି କୋର୍ଟର ଦ୍ୱାର। ପୋଲିସ ମାଷ୍ଟର ମାଇଣ୍ଡ ପୁଂଜିଲାଲକୁ ନେଇ କୋର୍ଟରେ ପହଂଚିବା ପରେ ସେଠାରେ କୌଣସି ସାକ୍ଷୀମାନଙ୍କୁ ଦେଖିବାକୁ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ପୋଲିସ ଏବଂ ପୁଂଜିଲାଲଙ୍କୁ ଫେରିବାକୁ ପଡିଥିଲା। ପୁଣି ଥରେ ଶୁଣାଣି ତାରିଖକୁ ଘୁଞ୍ଚା ଯାଇଛି।

ସୂଚନାଯୋଗ୍ୟ ଯେ, ନବ ବିବାହିତ ଦମ୍ପତି ମାନଙ୍କୁ ଅଲଗା କରିଥିଲା ଏହି ପୁଂଜିଲାଲ। ବିବାହର ଚତୁର୍ଥୀ ରାତିର ପରଦିନ ବର ଏବଂ ବଧୂଙ୍କୁ ଦେଇଥିବା ଉପହାର ତାଙ୍କ ପାଇଁ କାଳ ସାଜିଥିଲା। ପୁଂଜିଲାଲ ଦେଇଥିବା ଗିଫ୍ଟ ଭିତରେ ରହିଥିଲା ବିସ୍ଫୋରଣକାରୀ ବମ୍। ନବ ଦମ୍ପତ୍ତିଙ୍କ ସୁନାର ସଂସାରକୁ ଭାଙ୍ଗି ଦେଇଥିଲା।

ସେ ଥିଲା ଏହି ପାର୍ସଲ ବୋ-ମା ବି-ସ୍ଫୋ-ରଣର ମାଷ୍ଟର ମାଇଣ୍ଡ ପୁଂଜିଲାଲ ମେହେର। ଏହି ଘଟଣା ସର ଓଡିଶାବାସୀଙ୍କ ମନ ଥରାଇ ଦେଇଥିଲା।ଏହି କେସ୍ ର ବିଚାର ଓ ଶୁଣାଣି ପାଇଁ କୋର୍ଟରେ ପୁଂଜିଲାଲ ପହଞ୍ଚିଥିଲେ ମାତ୍ର ସେଥିରେ ସାକ୍ଷୀଙ୍କ ଅନୁପସ୍ଥିତ ହେତୁ ପୁଣି ସେମାନେ ଜେଲ୍ କୁ ଫେରିଥିଲେ।

ତାଙ୍କ ତାରିଖର ଶୁଣାଣି ମଧ୍ୟ ଘୁଞ୍ଚିଥିଲା। ଏଥିପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ମାସ ୬ ତାରିଖରେ ଏହି ଶୁଣାଣି ହେବ ବୋଲି ଘୋଷଣା କରାଯାଇଥିଲା।ପୁଂଜିଲାଲ କରିଥିବା ବିବାହ ପାରର ସେ ଛାତି ଥରା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା। ଘରକୁ ଆସିଥିଲା ପାର୍ସଲ ହେଲେ ଏଥିରେ ନବ ବିବାହିତା ବରଙ୍କ ମୃତ୍ୟୁ ଲେଖାଥିଲା।

ମା ଉପରେ ରାଗ ସୁଝାଇବା ପାଇଁ ପୁଂଜିଲାଲ ଏପରି ହ-ତ୍ୟାର ଷଡ଼ଯନ୍ତ୍ର କରିଥିଲା କିନ୍ତୁ ପାର୍ସଲ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ବର। ସୁନାର ସଂସାର ଗଢିବା ନେଇ ସ୍ୱପ୍ନ ଦେଖୁଥିବା ଏହି ନବ ଦମ୍ପତିଙ୍କ ଖୁସିର କ୍ଷଣକେ ଉଭେଇ ଯାଇଥିଲା। ଏବେ ଜେଲର ଚାରି କାଂଥ ମଧ୍ୟରେ ନିଜ ବାକି ଜୀବନ ବିତାଉଛି ପୁଂଜିଲାଲ। ବର ଘରର ଲୋକମାନେ ତାଙ୍କୁ ନ୍ୟାୟ ମିଳିବା ନେଇ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *