ଆସୁଛି ଆଉ ଏକ ଲଘୁଚାପ,୨୫ ତାରିଖ ରୁ ଅତି ପ୍ରବଳ ବେଗରେ ଆସିବ ଭୟଙ୍କର ବର୍ଷା,Sarat Chandra ସାହୁ ଦେଲେ ଏହି ବଡ ସୂଚନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ଖବର।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ସୂଚନା ଅନୁସାରେ ବଡ଼ ବର୍ଷା ଆସୁଛି ୨୬ରୁ ପ୍ରବଳ ଢାଳିବ।ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ପ୍ରବଳ ବର୍ଷାର ସମ୍ଭାବନା।ବେଶି ବର୍ଷିବ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ।

ଏହାର ପ୍ରଭାବରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପହିଲା ବେଳକୁ ରାଜ୍ୟରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି।ବର୍ତ୍ତମାନ ସବୁ ନଦୀର ଜଳ ପତନ ବୃଦ୍ଧି ପାଇଛି।ଏବେ ବନ୍ୟା ଆଶଙ୍କା ଟଳି ଯାଇଥିବା ବେଳେ ଆଗକୁ ଲଗାଣ ବର୍ଷାର ସମ୍ଭାବନା ଥିବାରୁ ପୁଣି ନଦୀ ଗୁଡିକ ଫୁଲିପାରେ।ସ୍ୱପରିବେଶ ଏବଂ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କର ଆକଳନ ହେଲା

ବର୍ତ୍ତମାନ ଘୁର୍ଣ୍ଣି ବଳୟ ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଜାଗାରେ ବର୍ଷା ହେବ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ।ରାଜ୍ୟର ଦଶରୁ ଅଧିକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ମିଆଁମାର ଉପକୂଳ ପାଖରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ ଏହା ୨୫ ତାରିଖରେ ଲଘୁଚାପରେ ପରିଣତ ହେବ ଓ ତାହା ସହିତ ଆସନ୍ତା ୨୬ ତାରିଖ ବେଳକୁ ଓଡ଼ିଶାର ଭଦ୍ରକ ଉପକୂଳ ବେଳକୁ ଓଡ଼ିଶାର ସ୍ଥଳ ଭାଗ ଛୁଇଁପାରେ।

ଏହାର ପ୍ରଭାବରେ ୨୫ରେ ଅଳ୍ପ ବର୍ଷା ହେବ ଏବଂ ୨୬ରେ ଉପକୂଳ ଓଡିଶାରେ ବର୍ଷିବ।ବେସି ବର୍ଷା ହେବ ଉତ୍ତର ଉପକୂଳ ଓଡିଶାରେ।ପାର୍ଶ୍ୱବର୍ତ୍ତି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ୨୭ରେ ବର୍ଷା ଲାଗି ରହିବ ସେପଟେ ୨୬ ତାରିଖ ବେଳକୁ ମିଆଁମାର ପଟୁ ଅନ୍ୟ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ୨୭ରେ ଲଘୁଚାପର ରୂପ ନେଇପାରେ।

୨୮ରେ ଏହା ଅଵପାଦରେ ପରିଣତ ହେବାର ସମ୍ଭାବନା ରହିଛି।ଅଧିକ ଘନୀଭୂତ ହେବାର ସମ୍ଭାବନା କମ।ଯଦି ମଧ୍ୟ ଅଧିକ ଘନୀଭୂତ ହେବ ତେବେ ଭୀଷଣ ଅଵପାଦ ପର୍ଯ୍ୟନ୍ତ ଜାଇପାରେ ଅଵପାଦର ପ୍ରଭାବରେ ଓଡ଼ିଶାରେ ୨୮ରୁ ବର୍ଷା ଦେଖିବାକୁ ମିଳିବ।୨୮, ୨୯ ଏବଂ ୩୦ ତାରିଖରେ ପ୍ରବଳ ବର୍ଷା ହେବ ରାଜ୍ୟରେ।୨୮ରୁ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ରହିଛି।

୩୦ ତାରିଖରେ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ବର୍ଷା ହୋଇପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି।ସେପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।ଏପରି ହେଲେ ମହାନଦୀ ଏବଂ ଏହାର ଶାଖାନଦୀ ଉଛୁଳିବ ଏହା ସହିତ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀରେ ବନ୍ୟା ଆସିପାରେ।ଜଳୁ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ।ଏହା ଏହି ଭଳି କିଛି କଥାକୁ ଇଙ୍ଗିତ କରୁଛି।

Leave a Reply

Your email address will not be published. Required fields are marked *