ବଜାରକୁ ଆସୁଛି ଓଲାର ଇଲେକ୍ଟ୍ରି ସ୍କୁଟର – ଦାମ ମାତ୍ର ଏତିକି ଟଙ୍କା ଯେ ଆଜି କିଣିକି ଆଣିବା ପାଇଁ କହିବେ..

Spread the love

ଭାରତରେ ବର୍ତ୍ତମାନ ପେଟ୍ରୋଲ ଦର ଆକାଶ ଛୁଆଁ ହେବାରେ ଲାଗିଛି।ଏହା ସହିତ ଭାରତରେ ବର୍ତ୍ତମାନ ଅନେକ ଲୋକ ମହାମାରୀ ପାଇଁ ଅନେକ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଛନ୍ତି।ଯାହା ଫଳରେ ଗରିବ ମଧ୍ୟବିତ୍ତ ପରିବାରର ଲୋକମାନେ ପେଟ୍ରୋଲ ଦର ପାଇଁ ଅତ୍ୟଧିକ ଚିନ୍ତାରେ ଥିବା କଥା ଜଣାପଡିଛି।ସେମାନେ ନିଜର ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ଏହି ବର୍ଦ୍ଧିତ ପେଟ୍ରୋଲ ଦର ସେମାନଙ୍କର ସମସ୍ୟାକୁ ଅଧିକ ଜଟିଳ କରୁଛି।

ତେବେ ବର୍ତ୍ତମାନ ଅନେକ କମ୍ପାନୀ ବିଦ୍ୟୁତ ଚାଳିତ ଗାଡି ନିର୍ମାଣ କରିବାରେ ଲାଗି ପଡିଛନ୍ତି।କାରଣ ବଜାରରେ ବର୍ତ୍ତମାନ ବିଦ୍ୟୁତ ଚାଳିତ ଗାଡିର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି।ତେଣୁ ଓଲା କମ୍ପାନୀ ମଧ୍ୟ ଏଥିରେ ପଛରେ ନାହିଁ।କିଛି ଦିନ ତଳେ ସୂଚନା ମିଳୁଥିଲା କି ଓଲା ଏକ ନୂତନ ବିଦ୍ୟୁତ ଚାଳିତ ଗାଡି ବାହାର କରିବାକୁ ଯାଉଛି।ଯାହା ସମ୍ପୂର୍ଣ୍ଣ ରୂପରେ ସତ୍ୟ।

ତେବେ ସୂଚନା ଅନୁସାରେ ଓଲାର ଏହି ଗାଡ଼ିର ଚାହିଦା ବହୁତ ଅଧିକ ରହିପାରେ ବୋଲି ଅନୁମାନ କରାଯାଉଛି।ଯାହା ସମ୍ପୂର୍ଣ୍ଣ ରୂପରେ ବିଦ୍ୟୁତ ଚାଳିତ ଅଟେ।ତେବେ ଏଥିପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଵୁକିଂ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।ଆପଣ କେବଳ ୪୯୯ ଟଙ୍କା ଦେଇ ଏହାକୁ ଅନଲାଇନ ମାଧ୍ୟମରେ ବୁକିଂ କରି ପାରିବେ।

ବର୍ତ୍ତମାନ ଅଧିକ ଯୁବ ଗୋଷ୍ଠୀ ଏହାକୁ ଅଧିକ ପସନ୍ଦ କରୁଥିବାର ଦେଖା ଯାଉଛି।ତେବେ ଆପଣମାନେ ଯଦି ଇଚ୍ଛୁକ ଅଛନ୍ତି ଏହି ଗାଡିକୁ କିଣିବା ପାଇଁ ତେବେ ଆପଣ ଓଲା ୱେବସାଇଟକୁ ଯାଇ ଏହାକୁ ଅନଲାଇନ ମାଧ୍ୟମରେ ବୁକିଂ କରି ପାରିବେ।ତେବେ ଏହା ବଜାରକୁ ଆସିବା ପରେ ପ୍ରଥମେ ବୁକିଂ କରିଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବ।ତେବେ ଏହି ସ୍କୁଟର ବଜାଜ ଚେପକ ସହିତ ପ୍ରତିଯୋଗିତା କରିବା

ବୋଲି ସମସ୍ତେ ମତ ଦେଉଛନ୍ତି।ତେବେ ଏହି ସ୍କୁଟର ବର୍ତ୍ତମାନ ଅନେକ ଲୋକଙ୍କୁ ଏହି ବଢୁଥିବା ପେଟ୍ରୋଲ ଦର ସମୟରେ ସହାୟକ ହୋଇ ପାରିବ ବୋଲି ଅନେକ ମତ ଦେଉଛନ୍ତି।ତେବେ ଏହା ମାତ୍ର ୧୮ ମିନିଟରେ ପ୍ରାୟ ୫୦ ପ୍ରତିଶତ ଚାର୍ଜ ହୋଇ ପାରିବ।ଏହା ୫୦ ପ୍ରତିଶତ ଚାର୍ଜରେ ପ୍ରାୟ ୭୫ କିମି ଦୂରତା ଅତିକ୍ରମ କରି ପାରିବ।

ଅର୍ଥାତ ଏହା ସମ୍ପୂର୍ଣ୍ଣ ଚାର୍ଜ ହେଲେ ପ୍ରାୟ ୧୫୦ କିମି ଅତିକ୍ରମ କରି ପାରିବ।ସେଥିପାଇଁ ବର୍ତ୍ତମାନ ଏହାର ଚାହିଦା ବଜାରରେ ଅଧିକ ଦେଖିବାକୁ ମିଳୁଛି।ତେବେ ଏହି କମ୍ପାନୀ ବର୍ତ୍ତମାନ ଏହି ସ୍କୁଟରକୁ ସାରା ବିଶ୍ବରେ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି।କାରଣ ଏହି କମ୍ପାନୀର ଆୟ ବର୍ତ୍ତମାନ ଏହି ମହାମାରୀ କାରଣରୁ ପ୍ରାୟ ୯୬ ପ୍ରତିଶତ ହ୍ରାସ ପାଇଛି।

ତେବେ ଓଲା ୨୦୨୨ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୧୫ ପ୍ରତିଶତ ଇ- ସ୍କୁଟର ରାସ୍ତାକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି।ଏହା ସହିତ ଏହା ୨୦୧୭ ମସିହାରେ ପ୍ରତିଷ୍ଠା ହୋଇଥିଲା।ମାତ୍ର ଖୁବ କମ ସମୟ ମଧ୍ୟରେ ଏହା ବହୁତ ଅଧିକ ସଫଳତା ପାଇ ପାରିଛି।ଏହା ସହିତ ଏହା ବର୍ତ୍ତମାନ ବହୁତ ବଡ଼ବଡ଼ କମ୍ପାନୀଙ୍କ ସହିତ ପ୍ରତିଯୋଗିତା କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *