ମାଡ଼ି ଆସୁଛି ଏକା ଥରକେ Double ଲଘୁଚାପ,ଆହୁରି ୫ ଦିନ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷ ସହ ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ର ସତର୍କ ବାଣୀ

Spread the love

ଆଜିର ସବୁଠାରୁ ବଡ଼ ଲାଟେଷ୍ଟ ଅପଡେଟ ହେଉଛି ଆମ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫରୁ କି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ଆଜି ସବୁଠାରୁ ଅଧିକ ରହିବ।ଆସନ୍ତା ୯ ତାରିଖ ତୁହାକୁ ତୁହା ବର୍ଷା ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଜାରି ରହିବ।ଉପକୂଳ ବର୍ତ୍ତି ଜିଲ୍ଲା ଗୁଡ଼ିକରେ ବର୍ଷା ସହିତ ପବନର ବେଗ ମଧ୍ୟ ୩୦ ରୁ ୪୦ କିମି ଓ କିଛି ଜିଲ୍ଲା ଗୁଡିକରେ ୪୦ ରୁ ୫୦ କିମି ପର୍ଯ୍ୟନ୍ତ ବୋହିବାର ସମ୍ଭାବନା ରହିଛି।

ତା ସହ ପାଖା ପାଖି ୧୦ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଉ ଏହି ବର୍ଷା ୯ ତାରିଖ ପର୍ଯ୍ୟନ୍ତ ଲାଗିକରି ରହିବ।ପରେ ପରେ ୧୧ ତାରିଖ ପାଖରୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ଯାଉଛି।ଯାହାର ପ୍ରଭାବରେ ମଧ୍ୟ ଆସନ୍ତା ୭ ରୁ ୮ ଦିନ ପର୍ଯ୍ୟନ୍ତ ଆମ ଓଡିଶାରେ ବର୍ଷା ଜାରି ରହିବ।ଏହା ଛଡ଼ା ଯେଉଁ ଜିଲ୍ଲା ମାନଙ୍କରେ ମରୁଡି ପରିସ୍ଥିତି ଗମ୍ଭୀର ହୋଇଛି ଆଗକୁ ମରୁଡି ଡିକ୍ଲାର ମଧ୍ୟ କରାଯାଇପାରେ।

ଆମ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆମ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇସାରିଛି।ଆପଣ ମାନେ ଦେଖିବାକୁ ପାଉଥିବେ କି ୩୦ଟି ଜିଲ୍ଲାରୁ ପାଖା ପାଖି ୨୪ଟି ଜିଲ୍ଲାରେ ରେଡ ଜୋନରେ ଅଛି।ଯେଉଁଠି ପାଇଁ କି ବହୁତ ଜାଗାରେ ଜମି ଫାଟି କରି ଆଁ କରିଛି।

ଚାଷ ଜମିରେ ତଳି ପଡ଼ିକି ମଧ୍ୟ ନଷ୍ଟ ହୋଇଯାଇଛି।ବର୍ତ୍ତମାନ ବର୍ଷା ହେଲେବି ଏହା କୃଷି ଉପଯୋଗୀ ବର୍ଷା ହେବ ନାହିଁ।ଯେଉଁ ଯେଉଁ ଜାଗାରେ ଚାଷ କାମ ବର୍ତ୍ତମାନ ଚାଲୁଥିବ ସେଠାରେ କିଛି ମାତ୍ରାରେ ଫଳପ୍ରଦ ହୋଇପାରେ କିନ୍ତୁ ଅଧିକାଂଶ ସ୍ଥାନ ମାନଙ୍କରେ ନୁହେଁ।ଲଘୁଚାପ ଜନିତ ବର୍ଷା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ।ଏ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି

ଯାହାକି ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ।ଏହି ବର୍ଷା ଖାସ କରି ଉପକୂଳ ବର୍ତ୍ତି ଯେତେ ସବୁ ଜିଲ୍ଲା ଅଛି ସେହି ସବୁ ଜିଲ୍ଲା ମାନଙ୍କରେ ସବୁଠାରୁ ଅଧିକ ବର୍ଷା ହେବ। ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବାର ସମ୍ଭାବନା ରହିଛି।ବର୍ତ୍ତମାନ ସୁଦ୍ଧା ୨୪ଟି ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଛି।

କୃଷି କାର୍ଯ୍ୟରେ ବାଧା ଯୋଗୁଁ କୃଷକ ଭାଇ ମାନଙ୍କ ପାଇଁ ଏହା ଏକ ବଡ଼ ଚିନ୍ତାର ବିଷୟ।ତେବେ ସମସ୍ତେ ଏହି ଅପେକ୍ଷାରେ କି ଓଡ଼ିଶା ସରକାରଙ୍କ ଠାରୁ କେତେ ଶୀଘ୍ର ମରୁଡି ଡିକ୍ଲାର ଆସୁଛି।ଆଗକୁ ଯେଉଁ ଲଘୁଚାପ ଆସୁଛି ତାର ପ୍ରଭାବରେ ଆସନ୍ତା ୧୧ କି ୧୨ ତାରିଖରୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ଓଡିଶାରେ ଭଲ ବର୍ଷା ହେବ। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ।

Leave a Reply

Your email address will not be published. Required fields are marked *