ଏହି ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ କମ ବୟସରୁ ଦୁନିଆ ଛାଡ଼ି ଚାଲି ଯାଇଥିଲେ,Nikita ଙ୍କ ବୟସ ଏତେ କମ ଥିଲା ଜାଣିଲେ ଆଖିରେ ଲୁହ ଆସିଯିବ

Spread the love

ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଜୀବନ ମଧ୍ୟ ସାଧାରଣ ଲୋକଙ୍କ ଜୀବନ ପରି ସଂଘର୍ଷ ପୂର୍ଣ୍ଣ ହୋଇଥାଏ ନିଜର ଜୀବନ ସହ ସଙ୍ଘର୍ଷ କରୁ କରୁ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ହାରି ଯାଇ ଶେଷରେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ବହୁତ କମ ବୟସରେ।ସାଙ୍ଗମାନେ ଆଜି ଆମେ ଜାଣିବା ସେହିପରି କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁ ମାନେ କି ବହୁତ କମ ବୟସରେ ମୃତ୍ୟୁକୁ କୋଳେଇ ନେଇଥିଲେ ଓ ସେମାନଙ୍କର ମୃତ୍ୟୁ ଏବେ ମଧ୍ୟ ଲୁଚି କରି ରହିଛି।

ପପୁ ଓରଫ ସୁଭ୍ରକାନ୍ତ ସାହୁ ଏହି ଅଭିନେତା ମୃତ୍ୟୁ ବରଣ କରିଥିଲେ ମାର୍ଚ୍ଚ ୨୨ ୨୦୦୮ ମସିହାରେ।ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୨୭ ବର୍ଷ।ତାଙ୍କର ମୃତ୍ୟୁ ସ୍ଵାଭାବିକ ନଥିଲା।ସେ ନିଜ ଭଡ଼ା ଘରେ ଛାତ ଫ୍ୟାନ ରେ ଝୁଲୁ ଥିବାର ଦେଖିବାକୁ ମିଳିଥିଲେ ନିଜର ହୋମ ଟାଉନ ଭୁବନେଶ୍ଵରରେ।ଘରର କବାଟ ମଧ୍ୟ ଭିତର ପଟୁ ବନ୍ଦ ଥିଲା।ତେଣୁ ଏହାକୁ ଆ-ତ୍ମ-ହ-ତ୍ୟା ବୋଲି ସନ୍ଦେହ କରାଯାଇଥିଲା।ସେ ଅନେକ ଗୁଡ଼ିଏ ଆଲବମରେ କାମ କରିବା ସହ ଓଡ଼ିଆ ସିରିଏଲ ପରିଚୟରେ ମଧ୍ୟ କାମ କରିଥିଲେ।ଫିଲ୍ମ ପ୍ରଥମ ପ୍ରେମରେ ମଧ୍ୟ ତାଙ୍କୁ ସପୋର୍ଟ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା।

ରଞ୍ଜିତ ପଟ୍ଟନାୟକ ଓରଫ ରାଜା।୨୦୧୬ ମସିହା ଫେବୃଆରୀରେ ସିରିଏଲ ଜଗତର ଲୋକପ୍ରିୟ ଅଭିନେତା ରାଜା ଏହି ଦୁନିଆକୁ ଛାଡ଼ି ଚାଲି ଯାଇଥିଲେ।ତାଙ୍କର ମୃତ୍ୟୁ ମଧ୍ୟ ବଲିଉଡ କ୍ରାଇମ ମୁଭି ଠାରୁ ରହସ୍ୟମୟ ନଥିଲା।ସେ ଭଦ୍ରକରୁ ଗୋଟିଏ ପ୍ରୋଗ୍ରାମରୁ କଟକ ଫେରୁଥିବା ବେଳେ ରାସ୍ତାରେ ଏକ ବ୍ରିଜ ପାଖରେ ଅଟକି ଥିଲେ କିଛି କାମ ବାହାନାରେ ଓ କିଛି ସମୟ ପରେ ବ୍ରିଜ ତଳୁ ତାଙ୍କର ମୃତ ଦେହ ମିଳିଥିଲା।  ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ।ଜଣା ପଡ଼ିଥିଲା କି ତାଙ୍କ ସହ ତାଙ୍କ ଡ଼୍ରାଇଭର ଓ ଅଭିନେତ୍ରୀ ଜେସି ମଧ୍ୟ ଟ୍ରାଭେଲ କରୁଥିଲେ।

୪ ଜାନୁଆରୀ ୨୦୧୯ରେ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ବରଣ କରିଥିଲେ।ସେ ନିଜ ଘରର ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲେ।ମାତ୍ର ଏହି କେସରେ ପୋଲିସ ତାଙ୍କ ସ୍ଵାମୀ ଲଗନଙ୍କୁ ଦାୟୀ କରି ଆରେଷ୍ଟ କରିଛି।ଯେ କି ନିକିତାଙ୍କ ସହ ଉପସ୍ଥିତ ଥିଲେ ଘଟଣା ଘଟିବା ସମୟରେ।

ସିମ୍ରନ ସମ୍ବଲପୁର ଗୀତ ପାଇଁ ବହୁତ ଚର୍ଚ୍ଚିତ ଏହି ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା ୩ ଜାନୁଆରି ୨୦୧୯ରେ। ମାତ୍ର ୨୨ ବର୍ଷୀୟ ଏହି ଅଭିନେତ୍ରୀଙ୍କ ମୃତ ଦେହ ମହାନଦୀର ବ୍ରିଜ ତଳୁ ମିଳିଥିଲା।ଯାହାକି ଗହୀରମଥା ସମ୍ବଲପୁର ଅଞ୍ଚଳର।ଏଥିରେ ସେ ଆତ୍ମହତ୍ୟା ପୂର୍ବରୁ ସୁଇ-ସା-ଇ-ଡ ନୋଟରେ ନିଜ ସ୍ବାମୀଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ଥିଲେ।

Leave a Reply

Your email address will not be published. Required fields are marked *