ଆସିଗଲା August ମାସର ଗାଇଡ ଲାଇନ,ଏହି ଜିଲା ମାନଙ୍କରେ ହେବ କୋହଳ କିନ୍ତୁ ଏହି ନୂଆ ନିୟମ ଲାଗୁ ହେଇପାରେ,ନୂଆ ନିୟମ ଜାଣିରଖନ୍ତୁ

Spread the love

ଆମ ଦେଶରେ ଏହି ମହାମାରୀର ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି।ଯାହା ଫଳରେ ବର୍ତ୍ତମାନ ସରକାର କିଛି ମାତ୍ରାରେ କଟକଣା କୋହଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।ତେବେ ଆମେ ସମସ୍ତେ ଜାଣୁ ଅନେକ ଦିନ ହେବ ଏହି ମହାମାରୀ କାରଣରୁ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାକୁ ଅନେକ କଟକଣା ମଧ୍ୟରେ ରଖା ଯାଇଛି।ଯାହା ଫଳରେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ହାର ଯଥେଷ୍ଟ କମିବାରେ ଲାଗିଛି।ତେବେ ଏହି ସଂକ୍ରମଣ ହାର ଧୀରେ ଧୀରେ କମି ପ୍ରାୟତଃ ଶେଷ ହେବାକୁ ବସିଲାଣି।

ତେବେ ସରକାର ବର୍ତ୍ତମାନ ଆମ ରାଜ୍ୟରେ କଟକଣା କିଛି ମାତ୍ରାରେ କୋହଳ କରି ପାରନ୍ତି ବୋଲି ଅନୁମାନ କରା ଯାଉଛି।ଆମେ ସମସ୍ତେ ଜାଣୁ ରାଜ୍ୟ ସରକାର ସମସ୍ତ ୩୦ ଟି ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରିଥିଲେ।ପ୍ରଥମ ଭାଗରେ ଥିଲେ ୨୦ ଟି ଜିଲ୍ଲା।ଯେଉଁ ଠାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ଥିଲା।ଅର୍ଥାତ ଯଦି ସେହି ସ୍ଥାନରେ ପରୀକ୍ଷା କରା ଯାଉଥିଲା

ତେବେ ସେହି ସମସ୍ତ ସ୍ଥାନରେ ପ୍ରତି ୧୦୦ ଜଣରେ ମାତ୍ର ୫ ଜଣ କିମ୍ବା ତାଠାରୁ କମ ସଂକ୍ରମିତ ଚିହ୍ନଟ ହେଉଥିଲେ।ଯାହା ବହୁତ କମ ଥିଲା।ଫଳରେ ରାଜ୍ୟ ସରକାର ଏହି ୨୦ ଟି ଜିଲ୍ଲାରେ ଲୋକମାନଙ୍କୁ କିଛିଟା ସ୍ଵାଧୀନତା ଦେଇଥିଲେ।ଏହା ସହିତ ଦିତୀୟ ଭାଗରେ ଥିବା ବାକି ୧୦ ଟି ଜିଲ୍ଲାକୁ ଅନ୍ୟ ଏକ ଭାଗରେ ରଖା ଯାଇଥିଲା।ଏହାର କାରଣ ଏଠାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ଥିଲା।ସେହି ୧୦ ଟି ଜିଲ୍ଲାରେ ପ୍ରତି ୧୦୦ ଜଣଙ୍କୁ ପରୀକ୍ଷା କରାଯିବ ଫଳରେ ସେଠାରେ ୫ ଜଣରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ।

ସେଥିପାଇଁ ସରକାର ଏଠାରେ ଅଲଗା କଟକଣା ଜାରି କରିଥିଲେ।ଏଠାରେ କଟକଣା ପ୍ରଥମ ଭାଗର ଜିଲ୍ଲା ଅପେକ୍ଷା ଅଧିକ ଥିଲା।ତେବେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ବହୁତ ଅଧିକ କମି ଯାଇଥିବାରୁ ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟରେ ଅଗଷ୍ଟ ମାସର ଗାଇଡ ଲାଇନ ଆରମ୍ଭ କରିଛନ୍ତି।ଯାହା ଫଳରେ ରାଜ୍ୟରେ ଲୋକମାନଙ୍କୁ କଟକଣା କିଛି ମାତ୍ରାରେ କୋହଳ କରାଯିବ ବୋଲି ସରକାର ଘୋଷଣା କରୁଛନ୍ତି।

ପ୍ରଥମ ଭାଗରେ ଥିବା ଜିଲ୍ଲା ମାନଙ୍କର ସଂକ୍ରମଣ ହାର ଏକ ପ୍ରତିଶତରୁ କମ ରହିଛି ସେଥିପାଇଁ ସେହି ସମସ୍ତ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।ଏହା ସହିତ ଏହି ସମସ୍ତ ଜିଲ୍ଲାରେ ଜନଜୀବନ ସାଧାରଣ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।ଏହା ସହିତ ଦିତୀୟ ଭାଗରେ ଥିବା ଜିଲ୍ଲା ମାନଙ୍କରେ ରାତି ୯ ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ସରକାର ଚିନ୍ତା କରୁଛନ୍ତି।

ଏହା ସହିତ ଏହି ସମସ୍ତ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ସଂକ୍ରମଣ ହାର କିଛି ମାତ୍ରାରେ କମି ଥିବାରୁ ଏଠାରେ କଟକଣା କୋହଳ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।ତେବେ କିଛି ବିଶେଷଜ୍ଞ ମାନେ ଏହା ମଧ୍ୟ ମତ ଦେଇଛନ୍ତି କି ଏହାକୁ ଏହି ମହାମାରୀର ତୃତୀୟ ଲହର ଆସିପାରେ ସେଥିପାଇଁ ସରକାର ଏହାକୁ ନଜରରେ ରଖି କିଛି ନିଷ୍ପତି ମଧ୍ୟ ନେଇ ପାରନ୍ତି ବୋଲି ଅନେକ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *