ପୁରୀରେ ଘଟିଲା ଅଲୌକିକ ଘଟଣା,ନନ୍ଦିଘୋଷ ଠାରୁ ପୁରୀ ମନ୍ଦିର ପର୍ଯ୍ୟନ୍ତ ପଡିଛି Mahaprabhu Jagannath ଙ୍କ ପାଦ ଚିହ୍ନ,ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ଉପରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜାଗାର ପାଦ ଚିହ୍ନକୁ ନେଇ ଚାରିଆଡ଼େ ଚହଳ।ମହାପ୍ରଭୁଙ୍କ ଅଜବ ଲୀଳା।ନୀଳାଦ୍ରି ବିଜୟ ସମୟରେ ବଡ଼ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ପଦ ଚିହ୍ନ ପଡିଛି ତାହାକୁ ଦେଖିବା ପାଇଁ ଲୋକମାନେ ପାଗଳ।ସତେ ଯେପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାରା ପୃଷ୍ଠରେ ଓହ୍ଲାଇଛନ୍ତି।ଏହି ପାଦ ଚିହ୍ନ ପାଇଁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଭକ୍ତ ମାନେ ବହୁତ ଖୁସି ହୋଇଛନ୍ତି।

ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ହେଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଚାଞ୍ଚଲ୍ୟ କର ଖବରଟି ଏବଂ କଣ ରହିଛି କାଳିଆଙ୍କ ଲୀଳା।ଓଡ଼ିଆ ଠାକୁର।ସାରା ବିଶ୍ୱ ବ୍ରହ୍ମାଣ୍ଡଙ୍କ ଠାକୁର।ସେଥିପାଇଁ ତାଙ୍କୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ।ପୁରୀ ବଡ଼ ଦାଣ୍ଡ ସିଙ୍ଘ ଦ୍ୱାରରେ ରତ୍ନ ସିଂହାସନରେ ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି।

ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ବଡ଼ ଠାକୁର ଜଗନ୍ନାଥ ଏବଂ ସୁଦର୍ଶନ ପୁରୀ ଶ୍ରୀ ମନ୍ଦିରରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ବିଷୟରେ କହିଲେ ମଧ୍ୟ ସରିବ ନାହିଁ।ଲୀଳା ଖେଳାର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ।ସେ ଜଣେ ଏପରି ଠାକୁର ଯିଏକି ନିଜେ ଶ୍ରୟୋଂ ବର୍ଷକୁ ଥରେ ରଥରେ ବସି ରତ୍ନ ସିଂହାସନ ଛାଡି ଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ।

ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ଲୀଳା ସ୍ୱରଚିତ।ତେବେ ଆସନ୍ତୁ ଜାଣିବା ସେହି ପରିଏକ ଲୀଳା ବିଷୟରେ।କାଳିଆର ୧୩ ଦିନର ଘୋଷ ଯାତ୍ରା ଶେଷ ହୋଇଛି।ମହାପ୍ରଭୁ ଶୁକ୍ରବାର ଦିନ ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ସାନ ଭଉଣୀ ମାଆ ସୁଭଦ୍ରାଙ୍କ ସହ ରତ୍ନ ବେଦୀଙ୍କୁ ବିଜେ କରିଛନ୍ତି।ତେବେ ଶ୍ରୀ ଜୀଉ ମନ୍ଦିରକୁ ଯିବାପରେ ସିଂହଦ୍ଵାରରେ ପଡିଥିବା ପଦଚିହ୍ନ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଭୁ ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ର, ମାଆ ସୁଭଦ୍ରା ଶ୍ରୀ ମନ୍ଦିରକୁ ବିଜେ କରିଥିଲେ।ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ।ବଡ଼ ଠାକୁର ଏବଂ ମାଆ ସୁଭଦ୍ରା ଯିବାବେଳେ ସେଭଳି ପଦ ଚିହ୍ନ ଶୁକ୍ରବାର ଦିନ ସିହଁଦ୍ୱାରରେ ଦେଖିବାକୁ ମିଳିନଥିଲା।କିନ୍ତୁ କାଳିଆ ସହାନ୍ତ ନନ୍ଦି ଘୋଷରୁ ଓହ୍ଲାଇ ଶ୍ରୀମନ୍ଦିରକୁ ଯିବାପରେ ଶତାଧିକ ପଦ ଚିହ୍ନ ସିହଁ ଦ୍ୱାରରେ ଦେଖିବାକୁ ମିଳିଛି।

ନନ୍ଦି ଘୋଷ ରଥ ଠାରୁ ସିହଁ ଦ୍ୱାର ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପଦ ଚିହ୍ନ ଦେଖିବାକୁ ଅଧିକାରୀ ପୋଲିସଙ୍କ ଭିଡ଼ ଜମିଥିଲା।ହଳଦିଆ ରଙ୍ଗର ଏହି ପଦ ଚିହ୍ନକୁ ଆଜି ଉପସ୍ଥିତ ଅଧିକାରୀ, ପୋଲିସ ଏବଂ ସାମ୍ବାଦିକ ମଧ୍ୟ ମୁଣ୍ଡିଆ ମାରିଛନ୍ତି।ମଥାରେ ଲଗାଇ ଆଶ୍ରୀବାଦ ନିବେଦନ କରିଛନ୍ତି।କାଳିଆର ଏହି ଲୀଳା ବର୍ତ୍ତମାନ ଚାରିଆଡେ ଚହଳ ପକାଇଛି।ଏବଂ ଏହା ସହିତ ଚାରିଆଡେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।

Leave a Reply

Your email address will not be published. Required fields are marked *