ସାବଧାନ ହେଇଯାଆନ୍ତୁ କାଲି 1 ଅଗଷ୍ଟ ରୁ ହେବ ବଡ଼ ପରିବର୍ତ୍ତନ,LPG ରୁ BANK ATM ଯାଏ ଏହି ନିୟମ ସବୁ ବଦଳିଗଲା,ଏବେ ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଖବର ବିଷୟରେ ଜାଣିବା।ଅଗଷ୍ଟରୁ ବଡ଼ ପରିବର୍ତ୍ତନ।ଏ ଟି ଏମ ଠାରୁ ନେଇ ଏଲ ପି ଜି ପର୍ଯ୍ୟନ୍ତ ବଦଳିବ ସମସ୍ତ ନିୟମ।ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ଅଗଷ୍ଟ ମାସରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ।ଏ ଟି ଏମ ଠାରୁ ଆରମ୍ଭ କରି ସ୍ୟାଲେରି, ପେନସନ ଏବଂ ଏଇ ଏମ ଆଇ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି।ଏଲ ପି ଜି ଦରରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି।ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।

ପ୍ରଥମ କଥା ହେଉଛି ଅଗଷ୍ଟ ମାସରୁ ଏ ଟି ଏମ ଲେଣ ଦେଣ ପ୍ରକ୍ରିୟା ହେବ ମହଙ୍ଗା।ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଧେସ କ୍ରମେ ଅଗଷ୍ଟ ପହିଲାରୁ ବ୍ୟାଙ୍କ ଗୁଡିକ ଏ ଟି ଏମ ଉପରେ ଅଦଳ ବଦଳ ଦେୟ ଦୁଇ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯଉଁ ମାସରେ ରିଜର୍ଭ ବ୍ୟାଙ୍କ ପ୍ରତ୍ୟେକ ଆର୍ଥିକ କାର ବାର ପାଇଁ ୧୫ ଟଙ୍କାରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାର ବାର ପାଇଁ ପାଞ୍ଚରୁ ଛଅ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ।

ଅଦଳ ବଦଳ ସୂତ୍ର ହେଉଛି କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ସହିତ ଦେୟ ପ୍ରକ୍ରିୟା କାରଣ କରୁଥିବା ବ୍ୟବସାୟୀଙ୍କ ଠାରୁ ବ୍ୟଙ୍କ ଗୁଡିକ ଦ୍ୱାରା ଆଦାୟ କରାଯାଉଥିବା ସୂତ୍ର।ନୂତନ ନିୟମ ଅନୁସାରେ ଗ୍ରାହକ ମାନେ ସେମାନଙ୍କ ବ୍ୟାଙ୍କର ଏ ଟି ଏମ ରୁ ପ୍ରତି ମାସରେ ପାଞ୍ଚଟି ମାଗଣା କାରବାର କରିବାରେ ସକ୍ଷମ ହେବେ ଗ୍ରାହକ ମାନେ ମେଟ୍ରୋ ସିଟି ବା ମେଟ୍ରୋ ସହରରେ ତିନୋଟି ମାଗଣା ଏ ଟି ଏମ କାରବାର ବା ଅନ୍ୟ ବ୍ୟାଙ୍କ ଏ ଟି ଏମ ବ୍ୟବହାର କରି ଅଣ ମେଟ୍ରୋ ସିଟିରେ ପାଞ୍ଚଟି ମାଗଣା ଏ ଟି ଏମ କାରବାର କରିବାରେ ସକ୍ଷମ ହେବେ।

ଆଇ ସି ଆଇ ସି ଆଇ ବ୍ୟାଙ୍କର ବ୍ୟାଙ୍କିଙ୍ଗ ସେବା ହେବ ମହଙ୍ଗା।ଦେଶର ସର୍ଵ ବୃହତ ବ୍ୟାଙ୍କ ଆଇ ସି ଆଇ ସି ଆଇ ଏ ଟି ଏମ କାରବାର ଏବଂ ଚେକ ବୁକ ଉପରେ ସର୍ଵ ବୃହତ ପରିବର୍ତ୍ତନ କରିଛି।ଯାହା ଅଗଷ୍ଟ ୧ରୁ ଲାଗୁ ହେବ।ନିୟମିତ ସଞ୍ଚୟ ଏ ଟି ଏମ ପାଇଁ ଆଇ ସି ଆଇ ସି ଆଇ ବ୍ୟାଙ୍କ ପ୍ରତି ମାସରେ ଚାରୋଟି ନଗଦ କାରବାର ମାଗଣାରେ ଦେଇଥାଏ।

ଆଇ ସି ଆଇ ସି ଆଇ ବ୍ୟାଙ୍କ ଏକ ବର୍ଷରେ ୨୫ ପୃଷ୍ଠା ଚେକ ବୁକ ପାଇଁ କୌଣସି ସୂତ୍ର ଆଦାୟ କରିବ ନାହିଁ।କିନ୍ତୁ ତାହା ପରେ ଦଶ ପୃଷ୍ଠା ଚେକ ବୁକ ପାଇଁ ୨୦ ଟଙ୍କା ଚାର୍ଜ କରିବ।ସ୍ୟାଲେରି, ପେନସନ ଏବଂ ଇ ଏମ ଆଇ ସହିତ ଜଡିତ ନିୟମ ବଦଳିବ।ଆର ବି ଆଇ ଜାତୀୟ ଶ୍ରୟୋଂ ଚାଳିତ କ୍ଲିୟରିଙ୍ଗ ହାଉସ ବା ଏନ ଏଚ ଏଚର ନିୟମ ପରିବର୍ତ୍ତନ କରିଛି।

ଏହି ନିୟମ ଅଧିନରେ ଆପଣଙ୍କୁ ଶନିବାର କିମ୍ବା ରବି ବାର ଅର୍ଥାତ ସପ୍ତାହ ଶେଷ ଦେଇ ଯିବାକୁ ଆପଣଙ୍କ ଦରମା କିମ୍ବା ପେନସନକୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ।ଆପଣ ସପ୍ତାହ ସାରା ଏହି ସେବା ଗୁଡିକ ପ୍ରାପ୍ତ କରିପାରିବେ।ଏହି ନୂତନ ନିୟମ ଅଗଷ୍ଟ ୧ ୨୦୨୧ରୁ କାର୍ଯ୍ୟକାରୀ ହେବ।ଏଲ ପି ଜି ସିଲିଣ୍ଡରର ଦର ବଢିବ।ଏବେ ଅଗଷ୍ଟ ମାସରେ ଏଲ ପି ଜିର ଦର ବଢ଼ିପାରେ ବୋଲି ସୂଚନାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *