ଆସିଲା August ମାସର ନୂଆ ଗାଇଡଲାଇନ,ଏହି ଜିଲ୍ଲାଗୁଡ଼ିକ ହେଇଗଲା Unlock – ସାରା ରାଜ୍ୟରେ ଏହି ନୂଆ ନିୟମ ଲାଗୁହେଇଗଲା,ଟୀକା ନ ନେଇଥିଲେ ଏହି ସୁବିଧା ମିଳିବ ନାହିଁ

Spread the love

ବର୍ତମାନ ସମୟରେ ରାଜ୍ୟ ସରକାର ଙ୍କ ନୂଆ ନିୟମ ଆସି ସାରିଛି |ଆଜି ଦିନ ୩ ଟା ୩୦ ରେ ସରକାର ଙ୍କ ତରଫ ରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ଘୋଷଣା କରିଛନ୍ତି ,ତେବେ ଏଥିରେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ଅନଲକ ହେବ ବୋଲି ଜାଣିବାକୁ ମିଳିଛି ,ତେବେ ଚାଲନ୍ତୁ ଜାଣିବା କଣ କଣ ଖୋଲା କଣ ନୂଆ ନିୟମ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି

ତେବେ ଏହି ନୂଆ ନିୟମ ରେର ରାତି ୮ ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ କରଫୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର,ତେବେ ସକାଳ ୬ ରୁ ରାତି ୮ ଟା ଯାଏ ଦୋକାନ ବଜାର ଖୋଲା ରହି ପାରିବ

ତେବେ ଏହା ସହ କେବଳ କଟକ ଭୁବନେଶ୍ୱର ଓ ପୁରୀ ରେ ସାପ୍ତାହିକ ସଟ ଡାଉନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ,ତେବେ ଏହା ସହ ଖୁସି ଖବର ଯେ ରାଜ୍ୟରେ ମଲ ଓ ପାର୍କ ମଧ୍ୟ ଖୋଲାଯିବ,ତେବେ ମନ୍ଦିର ଖୋଲା ହେବ ନେଇ ଜିଲ୍ଲା ମନାକର ମୁଖ୍ୟ ଜିଲ୍ଲାପାଳ ନିଷ୍ପତି ନେବେ

ତେବେ ଏହା ସହ ସିନେମା ହଲ ଖୋଲିବା ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି କିନ୍ତୁ ମାତ୍ର ୫୦ ପ୍ରତିଶତ ଲୋକଙ୍କୁ ନେଇ ଫିଲ୍ମ ଦେଖିବା ପାଇଁ ହଲ ମାନକୁ ଆଦେଶ ଦିଆଯାଇଛି |ତେବେ ସବୁଠୁ ବଡ ନିଷ୍ପତି ଏହା କି ଯେଉଁମାନେ ଏଯାଏଁ ଟୀକା ନେଇନାହାନ୍ତି ସେମାନଙ୍କୁ ସିନେମା ହଲ୍, ମଲ୍ ଓ ର୍ସତୁରାନ ଭିତରେ ପଶିବାକୁ ଅନୁମତି ନାହିଁ ବୋଲି ସ୍ପଷ୍ଟ କରା ଯାଇଛି

ତେବେ ଏହି ନୂଆ ନିୟମ ସେପ୍ଟେମ୍ବର ମାସ ୧ ତାରିଖ ଯାଏ ଲାଗୁ ହେବ ବୋଲି ସୂଚନା ଦିଆ ଯାଇଛି ,ତେବେ ପାର୍କ ଓ ସମୁଦ୍ର କୂଳରେ ବୁଲିବା ପାଇଁ ଲୋକଙ୍କୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର,ସମ୍ଭାବ୍ୟ ୩ୟ ଲହରୀ କୁ ଆଖିରେ ରଖି ସେତେ ଅଧିକ ଖୁଲମଖୁଲା ବୁଲିବା ପାଇଁ ବାରଣ କରା ଯାଇଛି ,ତେବେ ଧାର୍ମିକ ସଭା କିମ୍ବା ରାଜନୈତିକ ସଭା ହେଇପାରିବ ନାହିଁ

ତେବେ ଏହି ନୂଆ ନିୟମ ରେ ଯାତ୍ରା ପ୍ରେମୀ ମାନକ ପାଇଁ ଆସିଛି ଖୁସି ଖବର। ରାଜ୍ୟ ସରକାର ମଞ୍ଚ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ମାତ୍ର ୫୦ ପ୍ରତିଶତ ଲୋକଙ୍କୁ ନେଇ ଓ କରୋନା ର ସବୁ ଗାଇଡଲାଇନ ମାନି ଚାଲିବ ପାଇଁ ପଡିବ ବୋଲି ଘୋଷଣା କରିଛନ୍ତି ସରକାର ତେବେ ସେ କଳାକାର ମାନକ ଦୁଃଖ ବୁଝିଲେ ବୋଲି କୁହା ଯାଉଛି

ତେବେ ଆମ ଓଡ଼ିଶାରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି।ମାତ୍ର କଟକ ଭୁବନେଶ୍ୱର ଓ ପୁରୀ ରେ ଅଧିକ ମାତ୍ର ରେ ସଂକ୍ରମଣ ଥିବାରୁ ସେଠି ବିଶେଷ ଦୃଷ୍ଟି ଦିଆ ଯାଉଛି ବୋଲି କହିଛନ୍ତି SRC ତେବେ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣ କୁ ଆସୁଛି ବୋଲି କହିଛନ୍ତି SRC

Leave a Reply

Your email address will not be published. Required fields are marked *