ଆପଣଙ୍କୁ ସରକାର ତରଫ ରୁ କାଳିଆ ଯୋଜନା କିମ୍ବା ପିଏମ କିଷାନ ଯୋଜନା ପଇସା ଆସୁଛି କି ? କେଉଁ ଆକାଉଣ୍ଟ କୁ ଆସୁଛି ଏବେ ଗୋଟେ ମିନିଟ ରେ ଜାଣି ନିୟନ୍ତୁ ଉପାୟ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କାଳିଆ ଯୋଜନା, ପି ଏମ କିଷାନ ଯୋଜନା ଏବଂ ଏହା ସହିତ ଅନ୍ୟ କିଛି ତଥ୍ୟ।ଏହା ସହିତ ଏହି ସବୁ ଟଙ୍କା ଆପଣଙ୍କ କେଉଁ ବ୍ୟାଙ୍କକୁ ଆସୁଛି ତାହା ଆପଣ କିପରି ନିଜ ମୋବାଇଲ ଦ୍ୱାରା ଏହା ଜାଣିପାରିବେ ତାହା ମଧ୍ୟ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପଣମାନେ ଜାଣିଥିବେ ଏହାପୂର୍ବରୁ ଯେଉଁ କାଳିଆ ଯୋଜନା ଟଙ୍କା ଆସିଥିଲା ତାହା ଚାଷୀ ମାନଙ୍କ କେଉଁ ଆକାଉଣ୍ଟକୁ ଅସିଛି ତାହା କେହି ମଧ୍ୟ ଜାଣିପାରିଲେ ନାହିଁ।କାରଣ ଆପଣମାନେ ଜାଣିଥିବେ ସରକାରଙ୍କ ଠାରୁ ଯେଉଁ ଟଙ୍କା ଆସେ ତାହା ଡେବିଟ ମାଧ୍ୟମରେ ଆସେ।କିଛି ଟଙ୍କା ଆଧାର ଜରିଆରେ ଏବଂ କିଛି ଟଙ୍କା ଆକାଉଣ୍ଟ ଜରିଆରେ ଆସିଥାଏ।ଯେପରି କାଳିଆ ଯୋଜନା ଆଧାର ପେମେଣ୍ଟ ଜରିଆରେ ଆସିଥିଲା।ଅର୍ଥାତ ଆପଣଙ୍କ ଆଧାର କାର୍ଡ ଯେଉଁ ବ୍ୟାଙ୍କ ସହ ଲିଙ୍କ ଅଛି ସେହି ବ୍ୟଙ୍କ ଆକାଉଣ୍ଟକୁ ଆପଣଙ୍କ ଟଙ୍କା ଆସିଥିଲା।

ଏଥିପାଇଁ ପ୍ରଥମେ ଆପଣଙ୍କୁ ଜାଣିବାକୁ ହେବ ଆପଣଙ୍କ ଆଧାର କାର୍ଡ କେଉଁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ଥିଲା ସେହି ଆକାଉଣ୍ଟକୁ ଟଙ୍କା ଆସିଥିଲା।ଏବେ ଆସନ୍ତୁ ଜାଣିବା ଆପଣଙ୍କ ଆଧାର କାର୍ଡ କେଉଁ ବ୍ୟଙ୍କ ଲିଙ୍କ ଅଛି ତାହା ମୋବାଇଲ ଜରିଆରେ କିପରି ଜାଣିବା।

ଏଥିପାଇଁ ଆପଣ ପ୍ରଥମେ ଆପଣଙ୍କ ମୋବାଇଲରେ ଯେକୌଣସି ବ୍ରାଉଜର ଖୋଲି ୟୁଆଇଡିଆଇ ସର୍ଚ୍ଚ କରନ୍ତୁ।ଏହାପରେ ସେକେଣ୍ଡ ଲିଙ୍କରେ କ୍ଲିକ କରନ୍ତୁ।ଏହାପରେ ଆପଣ ପେଜ ତଳେ ଦେଖିପାରୁଥିବେ ଆଧାର ସର୍ଭିସ।ସେଥିରେ କ୍ଲିକ କରନ୍ତୁ।ତାହାପରେ ଅନ୍ୟ ଏକ ପେଜ ଖୋଲିବ।ସେଥିରେ ତଳେ ଦେଖନ୍ତୁ।ଲେଖା ଥିବ ଆଧାର ଲିଙ୍କିଙ୍ଗ ଷ୍ଟାଟସ।ତାହା ଉପରେ ଚେକ ଆଧାର ବ୍ୟାଙ୍କ ଲିଙ୍କ ଷ୍ଟାଟସ ଉପରେ କ୍ଲିକ କରନ୍ତୁ।ଏହାପରେ ଆଧାର ନମ୍ବର ଏବଂ କାପଚା ଦେଇ ସେଣ୍ଡ ଓଟିପି ଉପରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ଆଧାର କାର୍ଡ ଯେଉଁ ମୋବାଇଲ ନମ୍ବରରେ ରେଜିଷ୍ଟର ଅଛି ସେହି ନମ୍ବରକୁ ଓଟିପି ଆସିବ।ସେହି ଓଟିପି ଦେଇ ସବମିଟ ଉପରେ କ୍ଲିକ କରନ୍ତୁ।

ଏହାପରେ ଆପଣଙ୍କ ଦେଖାଇବ ବ୍ୟାଙ୍କ ଲିଙ୍କ ଆକ୍ଟିଭ ଅଛି କିମ୍ବା ନାହିଁ।ଏହାପରେ ଆପଣଙ୍କ ବ୍ୟାଙ୍କ ନାମ ମଧ୍ୟ ଦେଖାଉଥିବ।ଏବଂ ଯେଉଁ ବ୍ୟାଙ୍କ ଆପଣଙ୍କର ଏହି ଆଧାରରେ ଲିଙ୍କ ଥିବ ସେହି ବ୍ୟାଙ୍କକୁ ଆପଣଙ୍କ କାଳିଆ ଯୋଜନା ଟଙ୍କା,ପି ଏମ କିଷାନ ଯୋଜନା ଟଙ୍କା ଆଦି ଆସିବ।ବେଳେ ବେଳେ ଏହି ସାଇଟର ସରଭର ଡାଉନ ଥାଏ।ଏବଂ ଏହି କାରଣ ପାଇଁ ଏରର ମଧ୍ୟ ଆସିପାରେ।ଏବଂ କୌଣସି କାରଣ ପାଇଁ ଆପଣଙ୍କୁ ସୋ କରି ନପାରେ।କିନ୍ତୁ ଆପଣ ବାରମ୍ବାର ଟ୍ରାଏ କରନ୍ତୁ।ଆପଣ ନିଶ୍ଚିତ ଭାବରେ ଜାଣିପାରିବେ।ତେବେ ଆପଣ ଏହି ଭଳି ଭାବରେ ଜାଣିପାରିବେ ଆପଣଙ୍କ ଆଧାର କାର୍ଡ ସହିତ କେଉଁ ବ୍ୟାଙ୍କ ଲିଙ୍କ ଅଛି।

Leave a Reply

Your email address will not be published. Required fields are marked *