ସାରଥୀ ବାବା ପରେ ଓଡ଼ିଶାରେ ଆଉ ଜଣେ ଭଣ୍ଡ ବାବା Bijayananda Choudhury,ଏତେ କାଣ୍ଡ ଯେ ଟପିଗଲେ ସବୁ ସୀମା

Spread the love

ବାବା ବେଶରେ ଆସୁଥିଲେ ବଡ଼ ବଡ଼ ଡ଼ିଲ କରୁଥିଲେ।ବଡ଼ ବଡ଼ ଲୋକଙ୍କୁ ଠକୁଥିଲେ।ଆଲିସାନ ଜୀବନ ବିତାଉଥିଲେ।ଏ ହେଉଛନ୍ତି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ।ଯାହାଙ୍କର ବାବାଙ୍କ କାର୍ଯ୍ୟ କଳାପ କମ ଠକାମିର ତାଲିକା ଅଧିକ ରହିଛି।ଗଞ୍ଜାମ ଜିଲ୍ଲାର ଏ କ୍ଲାସ କନ୍ତ୍ରାକ୍ଟରଙ୍କୁ ଓଟିଡିରେ କାମ ଦେବାର ପ୍ରଲୋଭନ ଦେଖେଇ ଚଳୁ କରିଦେଇଛନ୍ତି ୨୫ ଲକ୍ଷ ଟଙ୍କା।ଘଟଣା ସାମ୍ନାକୁ ଆସିବା ପରେ ଟିଓଡବ୍ଲୁର ତଦନ୍ତକାରି ଟିମ ଖୋଳ ତାଡ଼ କରିଛି।

ତଦନ୍ତ ପରେ ବାବାଙ୍କ ଆକାଉଣ୍ଟକୁ ଆସିଥିବା ଦୁଇ ଲକ୍ଷ ଟଙ୍କା ଜବତ କରିବା ସହ ଦୁଇଟି ଏସବିଆଇ ଆକାଉଣ୍ଟକୁ ମଧ୍ୟ ଅଚଳ କରିଛି।ଧୂର୍ତ୍ତ ବିଜୟାନନ୍ଦ ଓ ଓଟିଡ଼ିଶି ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତି ଠିକାଦାର ମାନଙ୍କୁ ଠକିବା ପାଇଁ ଏକ ଅସାଧୁ ମେଣ୍ଟ କରିଥିଲେ।ବିଶେଷ କରି ଓଟିଡିଶିରେ କାମ ଦେବା ବାହାନାରେ ଏମାନେ ଲୋକଙ୍କୁ ଟାର୍ଗେଟ କରୁଥିଲେ।

ଲୋକ ମାନଙ୍କ ଠାରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।ଏଥି ପାଇଁ ଓଟିଡିସିର ଆଇବି ଓ ପାନ୍ଥ ନିବାସର ଉନ୍ନତିକରଣ ପାଇଁ ଜାଲ ଡକୁମେଣ୍ଟଠୁ ଆରମ୍ଭ କରି ଓଟିଡିସିର ଅଫିସିଆଲ ଷ୍ଟାମ୍ପ ଆଦି ନକଲ କରି ରଖୁଥିଲେ।ୱାର୍କ ଅର୍ଡରରେ ଅଧ୍ୟକ୍ଷଙ୍କ ଦସ୍ତଖତ ଦରକାର ହେଉଥିବାରୁ ଯନ୍ତ୍ରୀ ଚନ୍ଦନ ଅଧ୍ୟକ୍ଷ ସମେତ ଅନେକ ବରିଷ୍ଠ ପଦାଧିକାରୀଙ୍କ ଦସ୍ତଖତକୁ ଅବିକଳ ନକଲ କରିବାକୁ ଅଭ୍ୟାସ ଚଳାଇ ଥିଲେ।

ଫଳରେ ସେ ଜାଲ ୱାର୍କ ଅର୍ଡରରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ଦସ୍ତଖତ ନିଜେ କରି ଠିକାଦାରଙ୍କୁ ଦେଉଥିବା ଜଣା ପଡିଛି।ସେହି ପରି ବାବା ବିଜୟାନନ୍ଦ ଓ ଚନ୍ଦନଙ୍କ ଅସାଧୁ ମେଣ୍ଟରେ ଆହୁରି ଅନେକ ଲୋକ ସାମିଲ ଥିବା ଓଟିଡିସି ପକ୍ଷରୁ ସ୍ପଷ୍ଟ କରାଯାଇଛି।ବିଜୟାନନ୍ଦ ଗିରଫ ଖୁବ କମ ଦିନ ହୋଇଥିବାରୁ ସେ ଆଉ କାହାକୁ ଠକେଇ କରିଥିବା ଏସପି ସୂଚନା ଦେଇଛନ୍ତି।

ଆବଶ୍ୟକ ହେଲେ ତଦନ୍ତକାରୀ ଟିମ ବିଜୟାନନ୍ଦଙ୍କୁ ରିମାଣ୍ଡରେ ଆଣିବ ବୋଲି ସେ କହିଛନ୍ତି।ସମାନ ଭାବେ ଚୌଦ୍ଵାରରୁ ଢେଙ୍କାନାଳ ରାସ୍ତାରେ ଥିବା ବାବାଙ୍କ ଆଶ୍ରମରେ ଅନେକ ସମୟରେ ନେତା,ମନ୍ତ୍ରୀ,ଯନ୍ତ୍ରୀ ଓ ଠିକାଦାରଙ୍କ ସହ ଠକ ବାବାଙ୍କ ବୈଠକ ହେଉଥିଲା।କାହାକୁ କାମ ଦିଆଯିବ,କେତେ ଟଙ୍କାର କାମ ଦିଆଯିବ ସେ ନେଇ ଏ ବୈଠକରେ ପ୍ଲାନ ହେଉଥିଲା।

ଏହା ସହ ଏକ ଓଡ଼ିଆ ଫିଲ୍ମ ମୁହରତରେ ତାଙ୍କୁ ଦେଖିବାକୁ ମିଳିଥିବାରୁ ସେ ରିଲ ଜଗତରେ ନିବେଶ କରିଥିବା କଥା ଚର୍ଚ୍ଚା ହେଉଛି।ଏହି ପରି ଭାବେ ସେ ବଡ଼ ବଡ଼ ଯନ୍ତ୍ରୀ ଓ ନେତାଙ୍କୁ ଠକି ବହୁତ ପଇସା ଚଳୁ କରି ଦେଉଥିଲେ।ଏ ନେଇ ପୋଲିସ ତାଙ୍କୁ ଗିରଫ କରିଛି ଓ ତାଙ୍କୁ ଜେରା କରିଛି।ତେବେ ତାଙ୍କର ଏହି କଳା କାରନାମା ଉପରୁ ପରଦା ହଟିଚି।

Leave a Reply

Your email address will not be published. Required fields are marked *