ବନ୍ଧୁଗଣ ଆପଣ ଭଗବାନଙ୍କୁ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଭଗବାନ ସବୁବେଳେ ନିଜ ଭକ୍ତଙ୍କୁ ବିପଦ ମୁହଁରୁ ରକ୍ଷା କରନ୍ତି।ତେଣିକି ପଛେ ଆମକୁ ତାଙ୍କର ଆକାର ବିଷୟରେ ଜଣା ଥାଉ କିମ୍ବା ନ ଥାଉ କିନ୍ତୁ ତାଙ୍କ ଶକ୍ତିର ଅନୁଭବ ଆମକୁ ଚାରିଆଡ଼େ ଦେଖାଦେଇଥାଏ।ଯେଉଁ କାରଣରୁ କୋଟି କୋଟି ଲୋକଙ୍କ ମୁଣ୍ଡ ଆସି ଏକ ସାମାନ୍ୟ ମୂର୍ତ୍ତି ପାଖରେ ଅଟକି ଯାଇଥାଏ।
ଆସନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଭଗବାନଙ୍କର ଏମିତି ଏକ ଘଟଣା ବିଷୟରେ କହିବି ଯାହାକୁ ଶୁଣି ଆପଣଙ୍କ ରୋମ ଟାଙ୍କୁରି ଉଠିବ।ବନ୍ଧୁଗଣ ପ୍ରକୃତରେ ଏହି ଘଟଣାଟି ବହୁତ ପୁରୁଣା ଅଟେ।ବନାରସର ଦେବପୁର ଗାଁ ବାହାରେ ବାବା ଦିବ୍ୟ ମଣୀଙ୍କ କୁଟୀର ଥିଲା।ବାବା ନିଜର ସରଳ ସ୍ଵଭାବ କାରଣରୁ ଅତ୍ୟନ୍ତ ଲୋକପ୍ରିୟ ଥିଲେ।ଏହି ଗାଁରୁ ପ୍ରତିଦିନ ମୀରା ନାମକ ଏକ ଝିଅ ସେହି ଗାଁକୁ କ୍ଷୀର ବିକିବାକୁ ପ୍ରତିଦିନ ଯାଉଥିଲା।
ସେ ପ୍ରତିଦିନ ପ୍ରଥମେ ବାବା ମଣୀ ଦିବ୍ୟଙ୍କୁ କ୍ଷୀର ଦେଉଥିଲା ତାପରେ ଗାଁ ର ଅନ୍ୟମାନଙ୍କୁ କ୍ଷୀର ଦେଉଥିଲା।ଦ୍ୱିତୀୟ ଦିନ ସେ ଥରେ ଡେରିରେ ଆସିଲା ତେଣୁ ବାବା ଡେରି ହେବାର କାରଣ ପଚାରିଲେ,ସେ କହିଲା ଆଜି ନଦୀ ପାରହେବା ପାଇଁ ବହୁତ ଡେରିରେ ଡଙ୍ଗା ମିଳିଲା।ତାପରେ ବାବା କହିଲେ ଲୋକେ ଭଗବାନଙ୍କ ନାମ ନେଇ ଲୋକେ ଭବସାଗର ମଧ୍ୟ ପାର କରିଦେଇଛନ୍ତି କିନ୍ତୁ ତୁ ଗୋଟେ ନଦୀ ପାର କରି ଆସିପାରୁନାହୁଁ।
ଏହି କଥାରେ ମୀରା ଉପରେ ବହୁତ ଗମ୍ଭୀର ଭାବରେ ପ୍ରଭାବ ପକେଇଲା।ତା ପର ଦିନ ମୀରା ବହୁତ ଶୀଘ୍ର ଆସି ବାବାଙ୍କ ପାଖରେ ପହଞ୍ଚିଗଲା।ବାବା ପଚାରିଲେ ମୀରା ଆଜି ଏତେ ଶୀଘ୍ର କେମିତି ପହଁଞ୍ଚିଗଲୁ।ମୀରା କହିଲା ଆପଣ ତ ଭଗବାନଙ୍କ କଥା ଶୁଣାଇ ଥିଲେ ବାସ ଆଜି ତାଙ୍କର ନାମ ନେଇ ନଦୀ ପାର କରିଦେଲି।ବାବା ଜ୍ଞାନ ତ ଦେଇଥିଲେ କିନ୍ତୁ ତା ଏତେ ପ୍ରଭାବ ପକାଇବ ବୋଲି ସେ ଜାଣିନଥିଲେ ।
ତାଙ୍କୁ ଲାଗିଲା ମୀରା ତାଙ୍କୁ କଥା କଥା ରେ ଏମିତି ମଜା କରି କହୁଛି।ବାବା ଏହା ବିଶ୍ୱାସ ନକରି ମୀରା କୁ ନେଇ ସେହି ନଦୀ ପାଖକୁ ଗଲେ।ବାବା ବାଟରେ ଗଲାବେଳେ ମୀରାକୁ ପଚାରିଲେ ତୁ ଏ ସବୁ ସତ କହୁଛୁ।ମୀରା କହିଲା ବାବା ମୁ ଆପଣଙ୍କୁ କାହିଁକି ମିଛ କହିବି।ମୁଁ ସକାଳେ ନଦୀ ପାଖକୁ ଆସି ଭଗବାନଙ୍କ ନାମ ନେଇ ନଦୀ ପାର ହେବାକୁ ଲାଗିଲି ତାପରେ ମୁଁ ଆରାମରେ ନଦୀ ପାର ହୋଇଗଲି।
ବାବା ପଚାରିଲେ ତତେ ଏହି କାମ କରିବାକୁ ଭୟ ଲାଗିଲାନି ତାପରେ ମୀରା କହିଲା ମତେ ମୋ ଭଗବାନଙ୍କ ଉପରେ ବିଶ୍ୱାସ ଅଛି ତେଣୁ ମୁଁ ଆଉ ଆଗକୁ କି ପଛକୁ ନ ଭାବି ନଦୀ ପାର ହେବାକୁ ଲାଗିଲି।ତେବେ ଏହାର ସତ୍ୟତା ଆମେ ସମ୍ପୂର୍ଣ ଜାଣିନାହୁଁ,ଆପଣ ଏପରି ଚେଷ୍ଟା କରନ୍ତୁ ନାହିଁ,ଆମେ ଭଗବାନ ଙ୍କୁ ବିଶ୍ୱାସ କରୁ କିନ୍ତୁ ଏଭଳି କଥାର ସତ୍ୟତା ଆମେ ପ୍ରମାଣିତ କରୁ ନାହୁଁ