ବାଛନ୍ତୁ ଗୋଟିଏ ରଙ୍ଗର ମନ୍ଦାର ଫୁଲ ଓ ଜାଣନ୍ତୁ ନିଜର ଭାଗ୍ୟ – ନିଶ୍ଚୟ ଏହି କଥା ଟି ଜାଣିଲେ ଖୁସି ହେବେ ଆପଣ

Spread the love

ମନୋବିଜ୍ଞାନ ଅନୁସାରେ ଆମର ଭାବନା ଉପରେ ଆମର ଭବିଷ୍ୟତ ମଧ୍ୟ ନିର୍ଭର କରିଥାଏ।ଯେପରିକି ଆମେ ଯଦି କୌଣସି ଏକ ନିର୍ଦ୍ଧିଷ୍ଟ ସଂଖ୍ୟା କିମ୍ବା ଏକ ନିର୍ଦ୍ଧିଷ୍ଟ ରଙ୍ଗ ଚୟନ କରିବା ତେବେ ଅନେକ ଲୋକ ଏହାକୁ ଗଣନାକୁ ନେଇ ଆପଣଙ୍କ ଭବିଷ୍ୟତର ଅନୁମାନ ଲଗାଇ ପାରିବେ।ତେବେ ଆମେ ବର୍ତ୍ତମାନ ସେହି ଭଳି ଏକ ଗଣନା କରିବାକୁ ଯାଉଛେ।ତେବେ ଆପଣଙ୍କ ପାଖରେ ପ୍ରଥମେ ଧଳା,ହଳଦିଆ ଓ ନାଲି ରଙ୍ଗର ମନ୍ଦାର ଫୁଲ ରଖାଯିବ ଓ ଆପଣଙ୍କୁ ଏଥି ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡ଼ିବ।

ହଳଦୀ ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି :- ଏହି ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି ନିଜ ଜୀବନରେ ଅନେକ ସଫଳତା ପାଇଥାନ୍ତି।ଏମାନେ ଲୋଭି ସ୍ୱଭାବର ହୋଇ ନଥାନ୍ତି।ଏମାନଙ୍କର ଆକାଶ ଭଳି ବିଶାଳ ହୃଦୟ ହୋଇଥାଏ।ସେଥିପାଇଁ ଏହି ବ୍ୟକ୍ତିମାନଙ୍କୁ ଯଦି କେବେ କେହି ଟଙ୍କା ମାଗନ୍ତି ତେବେ ଏମାନେ ଖୋଲା ହୃଦୟରେ ସେହି ଟଙ୍କା ଦାନ କରିଥାନ୍ତି ଓ ସେହି ଟଙ୍କାକୁ ଫେରି ପାଇବାର ଆଶା ମଧ୍ୟ ରଖନ୍ତି ନାହିଁ।ସେଥିପାଇଁ ଏମାନଙ୍କ ଜୀବନରେ ଅନେକ ସମୟରେ ଅର୍ଥର ଅଭାବ ଦେଖା ଯାଇଥାଏ।

ଏହା ସହିତ ଏହି ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ଭଲ ସମୟ ମଧ୍ୟ ଆସିଥାଏ।ଏହି ବ୍ୟକ୍ତି ମାନଙ୍କର ପରିବାର ଲୋକ ଏମାନଙ୍କ ସହିତ ସର୍ବଦା ରହିଥାନ୍ତି।ସେମାନେ ଏହି ବ୍ୟକ୍ତି ମାନଙ୍କୁ ସେମାନଙ୍କ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି।

ନାଲି ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି:- ଏହି ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି ମାନେ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।କିନ୍ତୁ ଏମାନଙ୍କର ଦୃଢ ମନୋବଳ ପାଇଁ ଏମାନେ ସମସ୍ତ ପ୍ରକାରର ଅସୁବିଧାକୁ ଦୂର କରି ପାରନ୍ତି।ଏହା ସହିତ ଏହି ବ୍ୟକ୍ତି ମାନେ ନିଜ ଜୀବନରେ ଅନେକ ଲୋକଙ୍କ ପାଇଁ ଅନେକ ସମୟରେ ତ୍ୟାଗ କରିଥାନ୍ତି।ଏମାନେ ସର୍ବଦା ପରର ଉପକାର କରିଥାନ୍ତି।ଏହା ସହିତ ନାଲି ରଙ୍ଗ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ବ୍ୟକ୍ତିମାନେ ସର୍ବଦା ଅନ୍ୟକୁ ଭଲ ପାଇଥାନ୍ତି।

ଏମାନଙ୍କର ବୈବାହିକ ଜୀବନରେ କେବେ ମଧ୍ୟ କଳହ ହୋଇ ନଥାଏ।ଏହା ସହିତ ଏମାନଙ୍କର ଘରେ ସର୍ବଦା ସୁଖ ଲାଗି ରହିଥାଏ।ତେବେ ଏମାନଙ୍କ ଭାଗ୍ୟ ଏମାନଙ୍କ ସହିତ ସର୍ବଦା ରହି ନଥାଏ।

ଧଳା ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି:- ଏହି ରଙ୍ଗର ଫୁଲ ଚୟନ କରିଥିବା ବ୍ୟକ୍ତି ଅନେକ ଲୋକଙ୍କ ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି।ଏମାନେ ପରିବାରର ଲୋକ ମାନଙ୍କୁ ସମ୍ମାନ ଦେଇଥାନ୍ତି।ଏହି ବ୍ୟକ୍ତିମାନେ ନିର୍ମଳ ହୃଦୟର ହୋଇଥାନ୍ତି।ଏହାସହିତ ଏହି ବ୍ୟକ୍ତି ମାନେ କେବେ ମଧ୍ୟ ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ।ଏହା ସହିତ ଏହି ବ୍ୟକ୍ତିମାନେ ସର୍ବଦା ସ୍ବତନ୍ତ୍ର ରହିବାକୁ ପସନ୍ଦ କରିଥାନ୍ତି।ଏମାନେ କାହା ଅଧୀନରେ ରହିବାକୁ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ।ଏହା ସହିତ ଏହି ବ୍ୟକ୍ତିମାନେ ଅନେକ ଭଲ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି।

ଏମାନେ ଅନେକ ସମୟରେ ନିଜ ଲୋକଙ୍କ ପାଖରୁ ଧୋକା ଖାଇ ପାରନ୍ତି ସେଥିପାଇଁ ଏମାନଙ୍କୁ ସତର୍କ ରହିବା ଆବଶ୍ୟକ।ଏହା ସହିତ ଏମାନେ ଅନେକ ସମୟରେ ଉଦାସ ରହିଥାନ୍ତି।

Leave a Reply

Your email address will not be published. Required fields are marked *