ପିତା ମାତାଙ୍କ ଏହି ଭୁଲ ପାଇଁ ସନ୍ତାନ ହୋଇଥାନ୍ତି ବିକଳାଙ୍ଗ – ଏହି କଥା ଗୁଡିକ ଧ୍ୟାନ ଦେବା ନିହାତି ଦରକାର

Spread the love

ତେବେ ସନ୍ତାନ ବିକଳାଙ୍ଗ ଜନ୍ମ ହେବାର କିଛି ପୌରାଣିକ କାରଣ ରହିଛି।ଯାହାକୁ ପାଳନ ନ କରିବା ଫଳରେ ବିକଳାଙ୍ଗ ସନ୍ତାନ ଜନ୍ମ ହୋଇଥାନ୍ତି ବୋଲି ଅନେକ ମତ ଦେଇଥାନ୍ତି।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ କାରଣ ସମ୍ପର୍କରେ ଆଲୋଚନା କରିବା।ଯେପରିକି ଯଦି ଜଣେ ଗର୍ଭବତୀ ମହିଳା ନିଜ ଗର୍ଭରେ ସନ୍ତାନ ଧାରଣ କରି ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥାଏ ତେବେ ସେହି ସନ୍ତାନ ବିକଳାଙ୍ଗ ଜନ୍ମ ହୋଇଥାଏ ବୋଲି ଅନେକ ମତ ଦେଇଥାନ୍ତି।ତେବେ ପୌରାଣିକ ଅନୁସାରେ ଏହାକୁ ଅନେକ ଲୋକ ସତ୍ୟ ବୋଲି ମଧ୍ୟ ମାନି ଥାଆନ୍ତି।

ତେବେ ଯଦି ଅମାବାସ୍ୟା କିମ୍ବା ପୂର୍ଣ୍ଣିମାରେ ପତି ଓ ପତ୍ନୀଙ୍କର ମିଳନ ହୋଇଥାଏ ତେବେ ସେହି ସନ୍ତାନଟି ବିକଳାଙ୍ଗ ହୋଇଥାଏ ବୋଲି ଅନେକ ମତ ଦେଇଥାନ୍ତି।ଏହା ସହିତ ଯଦି କୌଣସି ପତ୍ନୀ ଗର୍ଭବତୀ ହେବାର ୩ ଦିନ ମଧ୍ୟରେ ସେମାନଙ୍କର ପୁନଶ୍ଚ ମିଳନ ହୋଇଥାଏ ତେବେ ସେହି ସନ୍ତାନଟି ବିକଳାଙ୍ଗ ହୋଇଥାଏ ଓ ସେହି ସନ୍ତାନଟି ଅକାଳରେ ମୃତ୍ୟୁ ବରଣ କରିଥାଏ ବୋଲି ଅନେକ ମତ ଦେଇଥାନ୍ତି।

ତେବେ ଏହି ସମସ୍ତ ତଥ୍ୟକୁ ଅବମାନନା କରୁଥିବା ବ୍ୟକ୍ତି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।ନାରୀ ଋତୁ ମତି ହେବାର ଚାରି ଦିନରେ ପତି ଓ ପତ୍ନୀଙ୍କର ମିଳନ ହେଲେ ସନ୍ତାନଟି ଅଳ୍ପାୟୁଷ ଓ ଦରିଦ୍ର ହୋଇଥାଏ।ଏହା ସହିତ ଯଦି ପଞ୍ଚମ ଦିନରେ ମିଳନ ହୋଇଥାଏ ତେବେ ସନ୍ତାନଟି ସୁନ୍ଦର ହୋଇଥାଏ।ଯଦି ଛଅ ଦିନରେ ସେମାନଙ୍କର ମିଳନ ହୋଇଥାଏ ତେବେ ସନ୍ତାନଟି ବଦଗୁଣ ସମ୍ପର୍ଣ୍ଣ ହୋଇଥାଏ।

ଯଦି ସପ୍ତମ ଦିନରେ ମିଳନ ହୋଇଥାଏ ତେବେ ସନ୍ତାନଟି ଅପୁତ୍ରିକ ହୋଇଥାଏ ଓ ଯଦି କନ୍ୟା ସନ୍ତାନ ଜନ୍ମ ହୋଇଥାଏ ତେବେ ସେ ପର ପୁରୁଷ ଗାମୀ ହୋଇଥାଏ ଓ ସନ୍ତାନ ଜନ୍ମ ହେବାର ସମ୍ଭାବନା ମଧ୍ୟ କମ ରହିଥାଏ।ଏହା ସହିତ ଅଷ୍ଟମ ଦିନରେ ମିଳନ ହେଲେ ସନ୍ତାନଟି ଧାର୍ମିକ, ଭାଗ୍ୟବାନ ଓ ଅନେକ ନୂତନ ସମ୍ଭାବନା ନେଇ ସେହି ସନ୍ତାନଟି ଏହି ଦୂନିଆକୁ ଆସିଥାଏ।

ଏହା ସହିତ ଯଦି ଦଶମ ଦିନରେ ମିଳନ ହେଲେ ସନ୍ତାନ ଟି ଧନବାନ ହୋଇଥାଏ।ଯଦି ଏକାଦଶ ଦିନରେ ସେମାନଙ୍କର ମିଳନ ହୋଇଥାଏ ତେବେ ପୁତ୍ର ସନ୍ତାନ ଅତ୍ୟନ୍ତ ସୁନ୍ଦର ଓ ଭାଗ୍ୟବାନ ହୋଇଥାଏ।ଏହା ସହିତ ଯଦି କନ୍ୟା ସନ୍ତାନ ଜନ୍ମ ହୋଇଥାଏ ତେବେ ସେହି କନ୍ୟାଟି ଭାଗ୍ୟବାନ,ସତୀ ଓ ଧର୍ମ ପରାୟଣ ହୋଇଥାଏ।

ସେହି କନ୍ୟାଟି ଅନେକ ଭଲ ସମୟ ନେଇ ଆସିଥାଏ।ଏହା ସହିତ ପତି ଓ ପତ୍ନୀ ମାନେ ପୁରାଣରେ ବର୍ଣ୍ଣନା କରାଯାଇଥିବା ସମୟ ଅନୁସାରେ ଯଦି ମିଳନ କରନ୍ତି ତେବେ ସେମାନଙ୍କର ସନ୍ତାନ ଏକ ସୁଖମୟ ଜୀବନ ଯାପନ କରିଥାନ୍ତି।

ଏହା ସହିତ ସେମାନେ ନିଜର ଇଚ୍ଛା ଅନୁସାରେ ମିଳନ ନ କରି କେବଳ ଶାସ୍ତ୍ର ଅନୁସାରେ ବର୍ଣ୍ଣନା କରାଯାଇଥିବା ପ୍ରହର ସମୟରେ ମିଳନ କରିବା ଆବଶ୍ୟକ।ନଚେତ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେଣୁ ସେମାନେ କାମାଗ୍ନିରେ ଅନ୍ଧ ନ ହୋଇ କେବଳ ନିଜ ସନ୍ତାନର ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *