ପୁରୀ ଶ୍ରୀ ମନ୍ଦିରରେ କୁନି ସେବାୟତ – ବୟସ ମାତ୍ର ୭ ମାସ ୧୧ ଦିନ – ମହାପ୍ରଭୁଙ୍କ ସେବା କରିବା ପାଇଁ ଆସିଲେ – ନିଶ୍ଚୟ ଜନିରକ୍ଷନ୍ତୁ କେଉଁ ସେବା ସେ କରିବେ ପ୍ରଭୁ ଜଗନ୍ନାଥଙ୍କର

Spread the love

ମହାପ୍ରଭୁ ଜଗନ୍ନାଥଙ୍କର ଲୀଳା ଏହି ଦୁନିଆର ଲୋକଙ୍କ ନିକଟରେ ଅଛପା ନାହିଁ।କେତେବେଳେ ସେ ନିଜର ଭକ୍ତଙ୍କ ପାଇଁ ଦୁନିଆ ସହ ଶତ୍ରୁତା କରନ୍ତି ତ କେତେବେଳେ ସେ ନିଜର ଭକ୍ତଙ୍କର ମନସ୍କାମନା ନିଜେ ପୁରଣ କରିଥାନ୍ତି।ତେବେ ବର୍ତ୍ତମାନ ଏକ ଏଭଳି ଖବର ଆସିଛି ଯାହା ଶୁଣି ଆପଣ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଖବର ଟି ହେଉଛି ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କର ବର୍ତ୍ତମାନ ଏକ କୁନି ସେବାୟତ ଆସିଛନ୍ତି।ସେହି କୁନି ସେବାୟତଙ୍କ ବୟସ ମାତ୍ର ୭ ମାସ ୧୨ ଦିନ।

ପୁରୀ ଶ୍ରୀ ମନ୍ଦିରର ଏକ ପରମ୍ପରା ଅନୁସାରେ ଚକା ବିଜୟର ଚାରିଦିନ ପୂର୍ବରୁ ଯଦି କୌଣସି ନବ ଜାତ ଶିଶୁକୁ ୨୧ ଦିନ ପୁରି ଯାଇଥିବ।ତେବେ ସେହି ନବଜାତ ଦଇତାପତି ସେବକ ରୂପରେ ପରିଣତ ହୋଇପାରିବ।ତେବେ ଦଇତାପତି ସେବକ ହେବା ପାଇଁ ସେହି ନବଜାତ ଶିଶୁକୁ ଅଣସର କାଠିରେ ବସି ନିଜର ସକ୍ଷମ ଅନୁସାରେ ଭଗବାନ ଜଗନ୍ନାଥଙ୍କୁ ନିଜର ଉପହାର ଦେଇ ଦଇତାପତି ସେବକ ରୂପରେ ପରିଣତ ହୋଇପାରିବ।ତେବେ ସେହି ଉପହାର କୌଣସି ସ୍ଵର୍ଣ୍ଣ ମୁଦ୍ରା ଅଥବା ରୂପା ମୁଦ୍ରା ଅଥବା ଅର୍ଥ ଆକାରରେ ଦେଇ ପାରିବେ।ସେମାନେ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କୁ ଉପହାର ଦେଇପାରିବେ ଏଥିପାଇଁ କୌଣସି ବାଧ୍ୟ ନାହିଁ।

ତେବେ ସେହି ନବଜାତ ଶିଶୁଟି ଅଣସର କାଠିରେ ବସି ମହାପ୍ରଭୁଙ୍କୁ ଉପହାର ଦେବା ପରେ ସେହି ଦିନଠାରୁ ସେହି ନବଜାତ ଶିଶୁଟି ମହାପ୍ରଭୁଙ୍କର ସେବାୟତ ରୂପରେ ଗଣନା କରାଯିବ।ଏହି ଦିନ ଠାରୁ ସେହି ନବଜାତ ଶ୍ରୀ ମନ୍ଦିରର ସମସ୍ତ ଭୋଗରେ ଭାଗିଦାରୀ ମଧ୍ୟ ହୋଇପାରିବ।ତେବେ ମହାପ୍ରଭୁଙ୍କର ଏଭଳି ଲୀଳା ଯାହା ଫଳରେ ଜଣେ ନବଜାତ ଶିଶୁ ନିଜର ପିତା ମାତାଙ୍କ ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସେବାୟତ ହୋଇପାରୁଛି ଏହା ସେହି ପିତା ମାତାଙ୍କ ପାଇଁ ସୌଭାଗ୍ୟର ବିଷୟ।

ଏହା ସହିତ ସେହି ନବଜାତ ଶିଶୁଟି ମହାପ୍ରଭୁଙ୍କର ସେବାରେ ବିନିଯୋଗ ହେବାପରେ ସେହି ଶିଶୁଟି ନିଜର ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ।ସେ ବଡ଼ ହେବା ପରେ ସେହି ଶିଶୁଟି ମହାପ୍ରଭୁଙ୍କ ସେବାରେ ବିନିଯୋଗ ହୋଇପାରିବ।ଏହା ସହିତ ମହାପ୍ରଭୁଙ୍କର ଏଭଳି ଅଦ୍ଭୁତ ନିୟମ ଫଳରେ ଜଣେ ନବଜାତ ମଧ୍ୟ ମହାପ୍ରଭୁଙ୍କର ସେବାୟତ ହେବାର ସୌଭାଗ୍ୟ ଅର୍ଜନ କରି ପାରୁଛି।ତେବେ ସେହି ନବଜାତ ଶିଶୁ ଏବେ ଶ୍ରୀ ମନ୍ଦିରର ସବୁଠାରୁ କୁନି ସେବାୟତ ଅଟେ।

ତେବେ ଜଣେ ସେବକଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ତ ପୂର୍ବ ଜନ୍ମରେ ଯଦି ସେତିକି ପୁଣ୍ୟ କରିଥାଏ ତେବେ ସେହି ବ୍ୟକ୍ତି ଏହି ଜନ୍ମରେ ମହାପ୍ରଭୁଙ୍କର ସେବାୟତ କୂଳରେ ଜନ୍ମ ଗ୍ରହଣ କରି ପାରିବ।ଏହା ସହିତ ସେହି ବ୍ୟକ୍ତି ନିଜ ଜୀବନର ଶ୍ରେଷ୍ଟ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରି ପାରିବ।ବାସ୍ତବରେ ମହାପ୍ରଭୁଙ୍କର ସେବା କରିବାର ସୌଭାଗ୍ୟ ସମସ୍ତଙ୍କୁ ମିଳି ନଥାଏ।ଯେଉଁମାନେ ମହାପ୍ରଭୁଙ୍କର ସେବା କରିବାର ସୌଭାଗ୍ୟ ଅର୍ଜନ କରନ୍ତି ସେହି ବ୍ୟକ୍ତିମାନେ ପୁଣ୍ୟବନ୍ତ ହୋଇଥାନ୍ତି।ଏହା ସହିତ ସେମାନେ ମହାପ୍ରଭୁଙ୍କର ସେବାରେ ନିଜର ସମସ୍ତ ଜୀବନ ଅତିବାହିତ କରି ଦିଅନ୍ତି।

Leave a Reply

Your email address will not be published. Required fields are marked *