ବର୍ତମାନ ର ବଡ ଖବର – ଅତି ଗୁରୁତର ହେଲେ କଣ୍ଠ ଶିଳ୍ପୀ ତପୁ ମିଶ୍ର – ଡାକ୍ତର କହିଲେ ଏଭଳି କଥା ଶୁଣିଲେ ଆଖିରେ ଲୁହ ଆସିଯିବ..

Spread the love

ଆମେ ସମସ୍ତେ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଛୁ।ସେ ଅନେକ ଗୀତ ମାଧ୍ୟମରେ ଆମ ସମସ୍ତ ଓଡ଼ିଶାର ଦର୍ଶକ ମାନଙ୍କର ଅନେକ ମନୋରଞ୍ଜନ କରିଛନ୍ତି।ସେହି କଣ୍ଠ ଶିଳ୍ପୀ ତପୁ ମିଶ୍ର ବର୍ତ୍ତମାନ ଅନେକ ଅସୁବିଧାରେ ପଡ଼ିଛନ୍ତି। ଅର୍ଥାତ ତାଙ୍କର ଶାରୀରିକ ଅବସ୍ଥା ଏବେ ସଙ୍କଟାପନ୍ନ।କିଛି ଦିନତଳେ ଅଚାନକ ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଲା।ଫଳରେ ତାଙ୍କର ସମସ୍ତ ଟେଷ୍ଟ କରାଯାଇଥିଲା।ଏହା ଜାଣିବା ପାଇଁ ସେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି।

ଫଳରେ ଜଣାପଡିଥିଲା ସେ କୋଭିଡ ରୋଗରେ ସଂକ୍ରମିତ ଅଛନ୍ତି।ଫଳରେ ତାଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ଏହା ସହିତ ତାଙ୍କର ଉପଯୁକ୍ତ ଚିକିତ୍ସା ମଧ୍ୟ କରାଯାଇଥିଲା।ମାତ୍ର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ମଧ୍ୟ ଉନ୍ନତି ଦେଖିବାକୁ ମିଳିନଥିଲା।ଫଳରେ ତାଙ୍କୁ ଆଇ ସି ୟୁ ରେ ଭର୍ତି କରାଯାଇଥିଲା ଓ ଡକ୍ଟରଙ୍କ ତତ୍ତ୍ଵାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା।ମାତ୍ର ଏହା ମଧ୍ୟ ସଫଳ ହୋଇନଥିଲା।ତାଙ୍କର ଶରୀରର ଅବସ୍ଥାରେ କୌଣସି ମଧ୍ୟ ଉନ୍ନତି ଦେଖା ଦେଇନଥିଲ।ତାଙ୍କ ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି।ସେ ବର୍ତ୍ତମାନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି।ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଆବଶ୍ୟକ ହୋଇପାରେ।

ଫଳରେ ତାଙ୍କର ସମସ୍ତ ପରିବାର ବର୍ତ୍ତମାନ ଅନେକ ଦୁଃଖରେ ଅଛନ୍ତି।ସେମାନେ ଓଡ଼ିଶାର ସମସ୍ତ ଜନତାଙ୍କ ପାଖରେ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ଆସୁ ଆରୋଗ୍ୟ ନିମନ୍ତେ କିଛି କିଛି ଅର୍ଥ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।ତାଙ୍କର ଏହି ଅସୁବିଧା ସମୟରେ ସେ ସମଗ୍ର ଓଡ଼ିଶାର ଲୋକଙ୍କର ସାହାଯ୍ୟ କାମନା କରିଛନ୍ତି।ଡକ୍ଟରଙ୍କ କହିବା ଅନୁସାରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖା ଯାଉନଥିବାରୁ।ତାଙ୍କୁ ବର୍ତ୍ତମାନ ଉନ୍ନତ ଚିକିତ୍ସା ପାଇଁ କଲିକତା କିମ୍ବା ଚେନ୍ନାଇ ସ୍ଥାନାନ୍ତରଣ କରିବାକୁ ପରାମର୍ଶ ଦେଇଛନ୍ତି।ଯେଉଁଠାରେ ତାଙ୍କର ଚିକିତ୍ସା କରାଯିବ।

ତେଣୁ ତାଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏବେ ବାଧକ ସାଜିଛି ଅର୍ଥ।ତାଙ୍କୁ ବର୍ତ୍ତମାନ କଟକର ଏକ ଘରୋଇ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଛି।ମାତ୍ର ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନାହିଁ।ଫଳରେ ତାଙ୍କର ଚିକିତ୍ସା ପାଇଁ ଏବେ ଯେଉଁ ଅର୍ଥ ଆବଶ୍ୟକ ତାହାକୁ ତାଙ୍କ ଭଉଣୀ ଯୋଗାଡ କରିବା ପାଇଁ ସମସ୍ତ ଓଡ଼ିଶା ବାସୀଙ୍କ ଠାରୁ ସାହାଯ୍ୟର ଭିକ୍ଷା କରିଛନ୍ତି।ସେ ଅନେକ ଭଲ ଭଲ ଗୀତ ମାଧ୍ୟମରେ ଆମ ସମସ୍ତଙ୍କର ଅନେକ ମନୋରଞ୍ଜନ କରିଛନ୍ତି।

ପ୍ରତ୍ୟେକ ବ୍ୟକ୍ତି ଏହି ଭଳି ଜଣେ କଣ୍ଠଶିଳ୍ପୀଙ୍କର ଏହି ଭଳି ଅବସ୍ଥା ଦେଖି ନିଶ୍ଚିତ ରୂପେ ମର୍ମାହତ ହେଉଥିବ।ତେଣୁ ଆମେ ନିଜର ସାମର୍ଥ୍ୟ ଅନୁସାରେ ତାଙ୍କର ଆରୋଗ୍ୟ ଜୀବନ ପାଇଁ ସାହାଯ୍ୟ କରିବା ଆବଶ୍ୟକ।ଏଥିପାଇଁ ତାଙ୍କ ଭଉଣୀ ତାଙ୍କ ଆକାଉଣ୍ଟ ନମ୍ୱରକୁ ସାର୍ବଜନୀନ କରିଛନ୍ତି।ଫଳରେ ଓଡ଼ିଶାର ଲୋକମାନେ ତାଙ୍କ ଭାଇଙ୍କ ଆସୁ ଆରୋଗ୍ୟ ନିମନ୍ତେ କିଛି କିଛି ସହାୟତା କରିପାରିବେ।ଏହା ସହିତ ଆମେ ଭଗବାନଙ୍କ ନିକଟରେ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ଆରୋଗ୍ୟ ଜୀବନ ନିମନ୍ତେ ଗୁହାରି କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *