ମଧୁବାବୁ ପେନସନ ଯୋଜନା ସମ୍ପର୍କରେ କିଛି ବଡ଼ ଘୋଷଣା – ଏହି ମନକୁ ମିଳିବ ୧୫ ହଜାର ଟଙ୍କା – ଏବେ ଦେଖନ୍ତୁ କିପରି..

Spread the love

ସରକାର ଏହି କିଛି ସମୟ ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ଏକ ବହୁତ ବଡ଼ ଘୋଷଣା କରିଛନ୍ତି।ଅନାଥ ଓ ବିଧବା ମାନଙ୍କୁ ୧୫ ଦିନ ମଧ୍ୟରେ ମଧୁବାବୁ ପେନସନ ଦେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ସ୍ତ୍ରୀ ମାନେ ସେମାନଙ୍କ ପତିଙ୍କୁ ହରାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧୁବାବୁ ବିଧବା ଭତ୍ତା ଦେବାକୁ ନବୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ଛୋଟ ପିଲାମାନେ ନିଜର ପିତା ଓ ମାତାଙ୍କ ହରାଇ ଅନାଥ ହୋଇଛନ୍ତି ସେମାନଙ୍କୁ ମଧ୍ୟ ମାସିକ ଭତ୍ତା ଦେବାକୁ ନବୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସରକାର ନିଜର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି।ଏହା ସହିତ ତାଙ୍କ ନିର୍ଦ୍ଦେଶର ତୁରନ୍ତ ପାଳନ କରା ନଗଲେ ସେ ଦଣ୍ଡିତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଏହା ସହିତ ସେମାନଙ୍କୁ ତିନି ମାସର ଭତ୍ତା ଆଗୁଆ ପ୍ରଦାନ କରିବାକୁ ନବୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସେମାନେ ନିଜର ସବୁକିଛି ହରାଇଥିବାରୁ ସେମାନଙ୍କୁ ଆଗୁଆ କିଛି ଭତ୍ତା ଦେବାକୁ ନବୀନ ସରକାର ଘୋଷଣା କରିଛନ୍ତି।ଏହା ସହିତ କୋଭିଡ ଯୋଗୁ ଯେଉଁମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସେମାନଙ୍କୁ ଏହି ମଧୁବାବୁ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ମାସିକ ୫୦୦ ଟଙ୍କା ପେନସନ ଦେବାକୁ ସରକାର ଘୋଷଣା କରିଛନ୍ତି।ଏହି ସମସ୍ତ ଘୋଷଣା ସାଧାରଣ ଭାବରେ କୋଭିଡ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ।

ଏହି ମଧୁବାବୁ ପେନସନ ଯୋଜନାର ନୂତନ ଯୋଜନା ବର୍ତ୍ତମାନ ଅନଲାଇନରେ ଆବେଦନ କରିହେବ ନାହିଁ।ଯାହା କିଛି ଦିନ ପରେ ଅନଲାଇନ ମାଧ୍ୟମରେ ଆବେଦନ କରିହେବ।ମାତ୍ର ଏହାକୁ ବର୍ତ୍ତମାନ ପୀଡ଼ିତ ମାନେ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ।ବ୍ଲକ ସ୍ତରରେ ସେମାନଙ୍କ ତଥ୍ୟ ଅଛି।ସେମାନଙ୍କୁ ଯଥା ଶୀଘ୍ର ଚିହ୍ନଟ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସେମାନଙ୍କୁ ୧୫ ଦିନ ମଧ୍ୟରେ ନିଜର ଏହି ରିପୋର୍ଟ ଦେବାକୁ କୁହାଯାଇଛି।ନଚେତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି।

ଏହି ରିପୋର୍ଟ ତହସିଲଦାର ଦେବେ ବୋଲି କୁହାଯାଇଛି।ତେଣୁ ସମସ୍ତ ବ୍ୟକ୍ତି ଯେଉଁ ମାନେ ଏହି ମହାମାରିରେ ନିଜର ଆତ୍ମଜନଙ୍କୁ ହରାଇଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।ସେମାନଙ୍କ ପ୍ରିୟଜନ ତ ଆଉ ଫେରି ଆସିବେ ନାହିଁ ମାତ୍ର ସେମାନଙ୍କର ଦୁଃଖ କିଛି ମାତ୍ରାରେ ଏହା କମଇବାରେ ସହାୟକ ହୋଇପାରେ।ଏହାପରେ ଆପଣ ଏହାକୁ କିପରି ଆବେଦନ କରିବେ ?ଆପଣ ଏହାକୁ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ମଧୁବାବୁ ପେନସନ ଯୋଜନାରେ ଏହାକୁ ଆବେଦନ କରିପାରିବେ।

ମଧୁବାବୁ ପେନସନ ଯୋଜନାକୁ ଯାଇ ଆପଣ ଏଥିରେ ଏହାର ଆପ୍ଲିକେସନ ପୂରଣ କରିବା ସହିତ ଏଥିପାଇଁ ଆବଶ୍ୟକ କାଗଜ ପତ୍ର ଦେବା ଫଳରେ ଆପଣ ଏହାକୁ ଆବେଦନ କରିପାରିବେ।ଏହା ସହିତ ଆପଣ ଏହି ପେନସନ ପାଇଁ ଉପଯୁକ୍ତ ବା ଅନୁପଯୁକ୍ତ ତାହା ଉପରିସ୍ଥ ଅଧିକାରୀ ମାନେ ନିଶ୍ଚୟ କରିବେ ଏହାପରେ ଆପଣ ଯଦି ଏହି ପେନସନ ଯୋଜନା ପାଇଁ ଉପଯୁକ୍ତ ସାବ୍ୟସ୍ତ ହୁଅନ୍ତି ତେଣେ ଆପଣଙ୍କୁ ଏହି ପେନସନ ଯୋଜନା ମାସିକ ଭତ୍ତା ରୂପେ ମିଳିବ।ଏହା ସହିତ ଆପଣ ବର୍ତ୍ତମାନ ଏହାକୁ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *