ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା – ସରକାର ଏବେ ଏବେ ଏହି ଅବଧି ବଢ଼େଇଲେ – କରିନଥିଲେ ଏବେ କରିନିୟନ୍ତୁ ମିଳିବ ଅନେକ ଲାଭ..

Spread the love

ପ୍ରଧାନମନ୍ତ୍ରୀ ଏହି କିଛି ଦିନ ତଳେ ସମସ୍ତ ପ୍ୟାନ କାର୍ଡ ଧାରୀ ବ୍ୟକ୍ତି ମାନଙ୍କୁ ନିଜର ପ୍ୟାନ କାର୍ଡ ସହ ନିଜର ଆଧାର କାର୍ଡ ଲିଙ୍କ କରିବାକୁ ଆଦେଶ ଦେଇଥିଲେ।ଯଦି କୌଣସି ବ୍ୟକ୍ତି ଏହି ଆଦେଶକୁ ପାଳନ ନ କରେ ତେବେ ସେହି ବ୍ୟକ୍ତିର ପ୍ୟାନ କାର୍ଡ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ।ଏହା ସହିତ କେନ୍ଦ୍ର ସରକାର ଏହି କାର୍ଯ୍ୟ କରିବାକୁ ଜୁନ୩୦ ପର୍ଯ୍ୟନ୍ତ ସମସ୍ୟା ସୀମା ନିର୍ଦ୍ଧାରିତ କରିଛନ୍ତି।ଯେଉଁ ବ୍ୟକ୍ତିମାନେ ନିଜର ପ୍ୟାନ କାର୍ଡ ସହିତ ନିଜର ଆଧାର କାର୍ଡ ଲିଙ୍କ କରିନାହାନ୍ତି ସେମାନେ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ତୁରନ୍ତ ଲିଙ୍କ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ତୁରନ୍ତ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ କରିବା ଫଳରେ ସେମାନେ ଅନେକ ସୁବିଧା ପାଇ ପାରିବେ।ଆମେ ସମସ୍ତେ ଜାଣୁ ଯେତେବେଳେ ଆମେ ନିଜ ପାସ ବୁକରୁ ଟଙ୍କା ଉଠାଇ ଥାଉ ସେତେବେଳେ ଆମେ ନିଜର ଆଧାର କାର୍ଡ ଓ ପ୍ୟାନ କାର୍ଡ ଉଭୟ ଆବଶ୍ୟକ କରିଥାଉ।କିନ୍ତୁ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ କରିବା ଫଳରେ ଆପଣ ନିଜର ଆଧାର କାର୍ଡ ଓ ନିଜର ଆଙ୍ଗୁଠି ସାହାଯ୍ୟରେ ଯେ କୌଣସି ସ୍ଥାନରୁ ଟଙ୍କା ଉଠାଇ ପାରିବେ।ଫଳରେ ଆପଣଙ୍କୁ ଆଉ ପ୍ୟାନ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।

କେନ୍ଦ୍ର ସରକାର ଏହି ସମୟ ଅବଧି ମଧ୍ୟରେ ତୁରନ୍ତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଉପଭୋକ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଫଳରେ ସେମାନେ ଆଗକୁ ଅନେକ ସୁବିଧା ସୁଯୋଗ ପାଇପାରିବେ।ତେବେ କେନ୍ଦ୍ର ସରକାର ଏହି ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁ ବ୍ୟକ୍ତିମାନେ ଏହି ସମସ୍ତ କାର୍ଯ୍ୟ ସଂପର୍କରେ ଅବଗତ ନାହାଁନ୍ତି ସେମାନଙ୍କୁ ଫୋନ କିମ୍ବା ମେସେଜ ସାହାଯ୍ୟରେ ତୁରନ୍ତ ଅବଗତ କରାଯାଉ।ଯାହାଫଳରେ ସେମାନେ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ କରି ପାରିବେ।

ଅନେକ ଲୋକ ଏବେ ପର୍ଯ୍ୟନ୍ତ ମଧ୍ୟ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ କରିନାହାନ୍ତି ଫଳରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଏହି ସମୟ ଅବଧିକୁ ଆଉ ୨ ମାସ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି।କିନ୍ତୁ ଏହି ବର୍ଦ୍ଧିତ ସମୟ ଅବଧି ସମାପ୍ତି ହେବାପରେ ଯଦି କୌଣସି ଉପଭୋକ୍ତା ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ ନ କରନ୍ତି ତେବେ ତାଙ୍କର ପ୍ୟାନ କାର୍ଡକୁ ବନ୍ଦ କରି ଦିଆଯିବ।ଯାହା ଫଳରେ ତାଙ୍କୁ ଏଥିପାଇଁ ପୁନଶ୍ଚ ଆବେଦନ କରିବାକୁ ପଡ଼ିବ।

ତେଣୁ ସମସ୍ତ ଉପଭୋକ୍ତାମାନେ ଏହି ସମୟ ଅବଧି ମଧ୍ୟରେ ନିଜର ଆଧାର କାର୍ଡ କୁ ପ୍ୟାନ କାର୍ଡ ସହ ଲିଙ୍କ କରିନେବା ଆବଶ୍ୟକ।ଯାହା ଫଳରେ ସେମାନେ ଏହା ସହ ଜଡ଼ିତ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିପାରିବେ।ତେଣୁ କେନ୍ଦ୍ର ସରକାର ଏହି ବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ଏହି କାର୍ଯ୍ୟ ସମାପ୍ତ କରିବାକୁ।ଏହା ସହିତ ସେମାନେ ଉପଭୋକ୍ତା ମାନଙ୍କ ସହ ସମ୍ପର୍କ କରି ସେମାନଙ୍କୁ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *