ମାଆ ଗଙ୍ଗା କାହିଁକି ତାଙ୍କ ପୁତ୍ର ମାନଙ୍କୁ ଭସାଇ ଦେଉଥିଲେ?ଏହି କଥା ପଢିବା ପରେ ଆପଣଙ୍କ ଆଖି ଲୁହରେ ଭିଜିଯିବି

Spread the love

ସାଙ୍ଗମାନେ କଣ ଆପଣ ଜାଣିଛନ୍ତି ଏହି ପୃଥିବୀରେ ରହୁଥିବା ମାତା ଗଙ୍ଗାଙ୍କର କେତୋଟି ପୁତ୍ର ଥିଲା?ପ୍ରତ୍ୟେକ ଥର ଯେତେବେଳେ ମାତା ଗଙ୍ଗାଙ୍କର ପୁତ୍ର ପ୍ରାପ୍ତ ହେଉଥିଲା ସେ କାହିଁକି ତାଙ୍କୁ ନଦୀରେ ଭସାଇ ଦେଉଥିଲେ?କଣ ଥିଲା ଏହା ପଛର ପ୍ରକୃତ ରହସ୍ୟ?ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ହିନ୍ଦୁ ଧର୍ମରେ ମହାଭାରତକୁ ଏକ ଅମୂଲ୍ୟ ଗ୍ରନ୍ଥ ଧରାଯାଇଥାଏ।ଏବଂ ସେଥିରେ ଅନେକ କଥା ମାନ ବର୍ଣନା କରାଯାଇଛି।ଅନେକ ଲୋକ ଏହା ଭାବିଥାନ୍ତି ମହାଭାରତରେ କେବେଳ ପାଣ୍ଡବ ଏବଂ କୌରବଙ୍କ ଜନ୍ମ ଓ ତାଙ୍କ ମଧ୍ୟରେ କୁରୁକ୍ଷେତ୍ରରେ ହୋଇଥିବା ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି।କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ ନୁହଁ।ଏଥିରେ ପୂର୍ବରେ ଏପରି କିଛି ଅନେକ କଥା ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।

ଏକ ସମୟରେ ହସ୍ତିନାପୁରର ରାଜା ସାନ୍ତନୁ ଥିଲେ ସେ ସବୁଦିନ ପରି ଗୋଟିଏ ଦିନ ଶିକାର କରିବାକୁ ବାହାରିଲେ।ସେତେବେଳେ ଗଙ୍ଗା ନଦୀ କୂଳରେ ଦେଖିଲେ ଏକ ସୁନ୍ଦର ସ୍ତ୍ରୀ ଲୋକ ସେହି ନଦୀ କୂଳରେ ବସିଛନ୍ତି।ସେ ରଥକୁ ସେଠାରେ ରଖି ସେହି ସୁନ୍ଦର ସ୍ତ୍ରୀଲୋକଙ୍କ ପାଖକୁ ଗଲେ।ଏବଂ ମୋହିତ ହୋଇଗଲେ।ସେ ସେହି ସୁନ୍ଦର ସ୍ତ୍ରୀଙ୍କୁ ବିବାହର ପ୍ରସ୍ତାବ ଦେଲେ ଏବଂ ଏହା ଶୁଣି ଗଙ୍ଗା କହିଲେ ମୁଁ ଆପଣଙ୍କୁ ବିବାହ କରିବାକୁ ରାଜି ଅଛି କିନ୍ତୁ ମୋର ଏକ ସର୍ତ୍ତ ଅଛି।ଏହା ହେଉଛି ବିବାହ ପରେ ଆପଣ ମତେ କୌଣସିପ୍ରଶ୍ନ ପଚାରିବେନାହିଁ।କିମ୍ବା ମତେ କୌଣସି କାମ କରିବାରେ ଅଟକାଇବେ ନାହିଁ।ଏହି ସର୍ତ୍ତରେ ସାନ୍ତନୁ ରାଜି ହୋଇଗଲେ

ବିବାହ ପରେ ସେ ବହୁତ ଖୁସି ଥିଲେ।ଏବଂ ସେହି ଖୁସି ସେତେବେଳେ ବଢିଗଲା ଯେତେବେଳେ ସେ ଜାଣିଲେ ଗଙ୍ଗା ଗର୍ଭବତୀ ଅଛନ୍ତି ଏବଂ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ସେ ଯେତେବେଳେ ଦେବୀ ଗଙ୍ଗାଙ୍କ କକ୍ଷ ଆଡ଼କୁ ଯାଉଥିଲେ ସେହି ସମୟରେ ଦାସୀ ଠାରୁ ଏହା ଶୁଣିଲେ ଦେବୀ ଗଙ୍ଗା ପୁତ୍ରକୁ ନେଇ ଜଙ୍ଗଲ ଆଡ଼କୁ ଚାଲିଗଲେ।ଏହାପରେ ସେ ବ୍ୟାକୁଳ ହୋଇ ଦେବୀ ଗଙ୍ଗାଙ୍କୁ ଖୋଜିବାକୁ ବାହାରିଗଲେ।ଏବଂ ସେ ଦେଖିଲେ ଗଙ୍ଗା ନଦୀ କୂଳରେ ଦେବୀ ଗଙ୍ଗା ତାଙ୍କର ପୁତ୍ରଙ୍କୁ ପାଣିରେ ଭସାଇଦେଉଛନ୍ତି।ଏହାପରେ ସାନ୍ତନୁ ତାଙ୍କୁ ଅଟକାଇବାକୁ ଗଲେ।ଏବଂ ସେହି ସମୟରେ ତାଙ୍କର ସର୍ତ୍ତ ମନେପଡିଗଲା ଏବଂ ସେ ଅଟକି ଗଲେ।ସେହିଦିନ ପରଠାରୁ ସାନ୍ତନୁ ଦୁଖୀ ରହୁଥିଲେ।

ଏହାର କିଛି ଦିନାରେ ଦେବୀ ଗଙ୍ଗା ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଲେ।ଏବଂ ଏହା ମଧ୍ୟ ପୂର୍ବଭଳି ସେ ନଦୀରେ ଭସାଇଦେଲେ।ସେହିପରି କିଛି ଦିନ ବିତିଗଲା।ଏବଂ ଏହିପରି ଅନେକ ପୁତ୍ରଙ୍କୁ ଦେବୀ ସେହିପରି ପାଣିରେ ଭସାଇଦେଉଥିଲେ।ଏହାପରେ ସାନ୍ତନୁ ଆଉ ରହିପାରିଲେ ନାହିଁ।ଏବଂ ନିଜର ଅଷ୍ଟମ ପୁତ୍ରଙ୍କୁ ଭସାଇବାକୁ ଯାଉଥିବା ବେଳେ ସନ୍ତାନୁ ଗଙ୍ଗାଙ୍କୁ ପଚାରିଲେ ତୁମେ ଏପରି କଣ ପାଇଁ କରୁଛ।ଦେବୀ କହିଲେ ଆପଣଙ୍କ ସମସ୍ତ ପୁତ୍ର ଭଲ ଅଛନ୍ତି।ମୁ କେବଳ ସେମନଙ୍କୁ ମହାରୁଷି ବଶିଷ୍ଠଙ୍କ ଅଭିଶାପରୁ ମୁକ୍ତି ଦେଇଛି।ଗଙ୍ଗା କହିଲେ ବଶିଷ୍ଠଙ୍କ ପାଖରେ କାମଧେନୁ ନାମରେ ଏକ ଗାଈ ଥିଲା ଯାହାର ଚର୍ଚ୍ଚା ତିନିଲୋକରେ ହେଉଥିଲା।

ଯେଉଁ କାରଣରୁ ଏକ ଦିନ ଅଷ୍ଟବସୁ ତାଙ୍କୁ ଚୋରେଇ ନେବାପାଇଁ ବିଚାର କରିଥିଲେ।ଏବଂ ସେମାନେ ଚୋରାଇନେଲେ।ଏହାପରେ ଋଷି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ତୁମେ ସବୁ ମନୁଷ୍ୟ ହୋଇ ଜନ୍ମ ନେବ।ଏହା ପରେ ସେମାନେ ଋଷିଙ୍କୁ ବିନତି କରିଥିଲେ ଏବଂ ଏହାପରେ ଋଷିଙ୍କ ମନ ତରଳିଗଲା।ମୁ ତ ଅଭିଶାପକୁ ଆଉ ଫେରାଇ ଆଣିପାରିବି ନାହିଁ।କିନ୍ତୁ ମନୁଷ୍ୟ ଜନ୍ମ ନେଵାପରେ ତୁମକୁ ମୁକ୍ତି ମିଳିଯିବ।

କିନ୍ତୁ ତୁମ ମାନଙ୍କ ମଧ୍ୟରୁ ଜଣଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ମନୁଷ୍ୟ ରୂପରେ ପୃଥିବୀ ଲୋକରେ ରହିବାକୁ ପଡିବ।ଏହାପରେ ସେମାନେ ସମସ୍ତେ ଗଙ୍ଗାଙ୍କ ପାଖକୁ ଆସିଲେ ଏବଂ ମତେ ବିନତି କଲେ ମୁଁ ତାଙ୍କର ମାଆ ହେବାପାଇଁ ସ୍ୱୀକାର କରିବି।ତାହା ପରେ ମୁଁ ତାଙ୍କର ମାଆ ହେଲି।ଏହା ପରେ ମୁ ଧୀରେ ଧୀରେ ସାତ ଜଣଙ୍କୁ ନଦୀରେ ଭସାଇ ଦେଲି।କିନ୍ତୁ ଅଷ୍ଟମ ପୁତ୍ର ଏହି କାରଣରୁ ମୁକ୍ତି ପାଇପାରିଲା ନାହିଁ।

Leave a Reply

Your email address will not be published. Required fields are marked *