ଆସୁଛି ବନ୍ୟା,ହୀରାକୁଦ ଡ୍ୟାମ (Barrage) ରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗେଟ,ସବୁଠି ବଢୁଛି ଜଳ ସ୍ତର,ଆଜି ଏହି ଜିଲ୍ଲାରେ ହେବ ବନ୍ୟା Signal ଦେଲେ ପାଣିପାଗ ବିଭାଗ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ କଥା ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଗତ କାଲି ମଧ୍ୟରେ ରାଜ୍ୟର କେବଳ ଗୋଟିଏ ଜିଲାରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା।ସେହି ଜିଲ୍ଲା ହେଉଛି କେନ୍ଦୁଝର ଜିଲା।ଏବଂ ଦୁଇଟି ଜିଲ୍ଲାରେ ୩୦ ମିଲି ମିଟରରୁ ଅଧିକ ବର୍ଷା ରହିଛି ତାହା ହେଉଛି ବାଲେଶ୍ଵର ଓ ଢେଙ୍କାନାଳ।

ସାରା ରାଜ୍ୟର ବର୍ଷା ଅଛି ଦଶ ମିଲି ମିଟର।ଏହି ତିନୋଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଆଡେ ସେଭଳି କିଛି ବର୍ଷା ହୋଇ ନାହିଁ।କେନ୍ଦୁଝରରେ ଯେଉଁ ବର୍ଷା ହୋଇଛି ତାହା ପ୍ରଭାବରେ ଆଜି ବୈତରଣୀ ନଦୀର ଜଳସ୍ତର ଆଜି ବଢିଛି।ସେହିଭଳି ପହରଦିନ ଯେଉଁ ବର୍ଷା ହୋଇଥିଲା ତାହା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢିଥିଲା।କିନ୍ତୁ ଅତି ବିପଦ ସୃଷ୍ଟି କରିବା ଭଳି ସମସ୍ୟା ହେବ ନାହିଁ।

ବରିଷ୍ଠ ଅଧିକାରୀ ମାନେ ଏହି ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି।ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ରଖାଯାଇଛି।ଅନେକ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ହିସାବରେ ଓଡ଼ରାଫ, ଏନ ଡି ଆର ଏଫ ଏହିଭଳି ଦଶ ଜଣିଆ ଟିମକୁ ୬ଟି ଜିଲ୍ଲା ଯେପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ,କଟକ ଓ ପୁରୀ ଜିଲ୍ଲାକୁ ପଠାଯାଇଛି।କେବଳ ସତର୍କତା ମୂଳକ ପଦକ୍ଷେପ ହିସାବରେ।

ଆଶା କରାଯାଉଛି ଯେ ସେପରି କୌଣସି ପ୍ରକାର ଖରାପ ପରିସ୍ଥିତି ନ ଆସୁ ବୋଲି।ଏଥିପ୍ରତି ସମସ୍ତେ ସଜାଗ ରୁହନ୍ତୁ।ଜନ ସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛିକି ଯେଉଁମାନେ ନଦୀକୁଳିଆ ଗ୍ରାମରେ ଅଛନ୍ତି ସେମାନେ ସତର୍କ ରୁହନ୍ତୁ ଓ ନିଜ ନିଜ ଅଞ୍ଚଳରେ ପ୍ରଶାସନକୁ ସାହାଯ୍ୟ ମଧ୍ୟ କରନ୍ତୁ।ନଦୀ ବନ୍ଧରେ ସମସ୍ୟା ସୃଷ୍ଟି କରେ ଘଳିଆ ପଡିବା।

ଘଳିଆ ଯେଉଁ ପଡେ ତାହାକୁ ଗାଁ ଲୋକ ମାନଙ୍କ ଠାରୁ ଭଲ କେହି ଜାଣି ନାହାନ୍ତି।ସେମାନେ ସତର୍କ ରହିଲେ ଆମ ଜଳ ସମ୍ପଦ ବିଭାଗର ସହଯୋଗରେ ଆମେ ଏହାକୁ ସହଜରେ ମୁକାବିଲା କରିପାରିବା।ଯେଉଁ ଖବର ଆସିଛି ସେହି ଅନୁସାରେ ୯ ଜଣଙ୍କ ପ୍ରାଣ ଯାଇଛି ଯେଉଁଥିରେ କେନ୍ଦ୍ରାପଡ଼ାର ଜିଲ୍ଲାର ତିନିଜଣ ଖୋର୍ଦ୍ଧାରେ ଜଣେ ଗଞ୍ଜାମରେ ଜଣେ

ଯାଜପୁରରେ ଦୁଇ ଜଣ, କେନ୍ଦୁଝରରେ ଜଣେ ଓ ସୁବର୍ଣ୍ଣପୁର ଜିଲାରେ ଜଣେ ଏହାର ଖବର ଆସିଛି ଏବଂ ଦୁଇଜଣ ନିଖୋଜ ଥିବାର ମଧ୍ୟ ଖବର ଆସିଛି।ସବୁ ନଦୀରେ ଅଳ୍ପ ବହୁତ ପାଣି ଆସିଛି।ଏହି ସବୁ ନଦୀକୁ ସତର୍କତାର ସହିତ ନଜର ରଖାଯାଇଛି।ମହାନଦୀର ମୁଣ୍ଡରେ ଜଳ ପ୍ରଭାହିତ ହେବ।ତାର ପ୍ରଭାବ କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ସନ୍ଧ୍ୟା ଠାରୁ ଅନୁଭୂତ ହେବ।

Leave a Reply

Your email address will not be published. Required fields are marked *