ସୁବ୍ରତ ବାଗ୍‌ଚୀ ଯୁବ ବର୍ଗ ଙ୍କ ପାଇଁ ଏକ ବଡ ସନ୍ଦେଶ ଦେଲେ – କହିଲେ ଦୁଃଖ ସମୟ ଆମକୁ ମଜଭୁତ କରେ ଓ ସେ ସମୟରେ ଆମେ କଣ କରିବା ଦରକାର ଜାଣନ୍ତୁ

Spread the love

ସୁବ୍ରତ ବାଗ୍‌ଚୀ ବର୍ତମାନ ସମୟରେ ଏକ ସାକ୍ଷାତ୍କାର ରେ ନିଜ ମନ୍ଦିର କଥା କୁ ବ୍ୟକ୍ତ କାରୀସହନ୍ତି ତେବେ ସେ କହିଥିବା କଥା ଗୁଡିକ ଚାଲନ୍ତୁ ଜାଣିନେବା | ସାଙ୍ଗମାନେ ଆମ ସଭିଙ୍କ ଜୀବନରେ କେବେ ନା କେବେ ଅସାଧାରଣ ପରିସ୍ଥିତି ନିଶ୍ଚିତ ଆସିଥାଏ।ଏବଂ ଯେତେବେଳେ ଆମେ ଏହି ଅସାଧାରଣ ପରିସ୍ଥିତି ଦେଇ ଯିବା ସେତେବେଳେ ଆମ ପ୍ରଥମ କର୍ତ୍ତବ୍ୟ ହେଉଛି ସେହି ପରିସ୍ଥିତିଟିକୁ ଆମେ ସ୍ୱୀକାର କରିବା।ଯଦି ଆମେ ପରିସ୍ଥିତିକୁ ଅଣଦେଖା କରିବା ବା ପରିସ୍ଥିତିକୁ ଅସ୍ବୀକାର କରିବା କିମ୍ବା ସେହି ପରିସ୍ଥିତି ପାଇଁ ନିଜକୁ ବିଚଳିତ କରିଦେବା ତେବେ ସେହି ପରିସ୍ଥିତି ଆହୁରି କଷ୍ଟକର ହେବ।

ସେଥିପାଇଁ ଆମେ ଯେତେବେଳେ ମଧ୍ୟ କଠିନ ପରିସ୍ଥିତି ଦେଇ ଗତି କରିବା ଆମକୁ ପ୍ରଥମେ ଏହା ସ୍ୱୀକାର କରିବାକୁ ପଡିବଯେ ହଁ ଏହା ଏକ କଠିନ ପରିସ୍ଥିତି ଅଟେ ଏବଂ ଏହାକୁ ଠିକ ହେବାକୁ ସମସୟ ଲାଗିପାରେ।ଏହାକୁ ସ୍ୱୀକାର କରିବା ଦ୍ୱାରା ଆମକୁ ଏକ ନୂତନ ରକମର ବଳ ମିଳିଯାଏ।ଏବଂ ଆମକୁ ଆତ୍ମବିଶ୍ବାସ ମଧ୍ୟ ମିଳେଯେ ଆମ ମଧ୍ୟରେ ଦମ୍ଭ ଅଛି ଏବଂ ଆମେ ନିଶ୍ଚିତ ଜିତିବୁ।

କିନ୍ତୁ ଯଦି ଆପଣ ଏହାକୁ ଅସ୍ବୀକାର କରନ୍ତି ତେବେ ପ୍ରତିଟି ଦିନ ଏହା ଆପଣଙ୍କୁ ଜର୍ଜରିତ କରିଥାଏ।ତେଣୁ ପ୍ରଥମ କଥା ହେଉଛି ଜୀବନର କଠିନ ପରିସ୍ଥିତିକୁ ପ୍ରଥମେ ସ୍ୱୀକାର କରିବା ଉଚିତ।ବର୍ତ୍ତମାନ ସମୟରେ ଆମେ କୋଭିଡ ମହାମାରୀ ଦେଇ ଗତି କରୁଛୁ।ହୁଏତ ଅନେକ ଲୋକଙ୍କ ଅତ୍ମୀୟ ସ୍ୱଜନ ଏଥିପାଇଁ କଷ୍ଟ ପାଉଛନ୍ତି ଏବଂ କେହି କେହି ଚାଲିଯାଉଛନ୍ତି ମଧ୍ୟ ଅଟଏହା ସତ ଯେ ଏହି କୋଭିଡ ଦିନେ ନା ଦିନେ ନିଶ୍ଚିତ ଭାବରେ ଚାଲିଯିବ।

କିନ୍ତୁ ଏବେ ଆମକୁ ଏହା ଭାବିବାକୁ ପଡିବ ଯେ ଏହି ସମୟ ଆମକୁ ଏତେ କଷ୍ଟ ମଧ୍ୟରେ ନେଇକି ଯାଉଛି ଅର୍ଥାତ ଏହାର ଏକ ବଡ଼ ଉଦେଶ୍ୟ ଅଛି।ଏବଂ ମୁଁ ଏହି ପୃଥିବୀରେ ଆଗକୁ ୫୦,୬୦ କିମ୍ବା ୭୦ ବର୍ଷ ଯେଉଁ ରହିବି କେବଳ ନିଜ ପାଇଁ ନୁହଁ ଅନ୍ୟ ସଭିଙ୍କ ପାଇଁ ନିଶ୍ଚୟ କିଛି ନା କିଛି କରିବି।କଷ୍ଟ ପରିସ୍ଥିତି ଜୀବନର ଏକ ଜିମ ଭଳି।ଆମେ ଜେତେ କଷ୍ଟ ପରିସ୍ଥିତି ଭିତରକୁ ଯାଉଛେ ତାହା ଆମକୁ ଅଗର ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି।ଏବଂ ମଜବୁତ କରୁଛି।

ଏଥିପାଇଁ କଷ୍ଟକୁ ଗୋଟିଏ ମାନସିକ ଜିମ ବୋଲି ଭାବିନେବାକୁ ପଡିବ।ଏଥିପାଇଁ ଯେଉଁ ଜିନିଷ ଆପଣଙ୍କ ହାତରୁ ଚାଲିଯାଇଛି ତାହା ଭୁଲି କିପରି ଚେଷ୍ଟା କରି ବିଧାତା ପାଖରୁ ନିଜ ଭବିଷ୍ୟତକୁ ଛଡାଇ ଆଣିବୁ ତାହା ଆମେ ଚେଷ୍ଟା କରିବା।ଏଥିପାଇଁ ଆପଣଙ୍କୁ ଏହାର ପରିକଳ୍ପନା କରିବାକୁ ପଡିବ।ମନୁଷ୍ୟ ଜୀବନରେ ଆଗେଇଯିବା ପାଇଁ କେବଳ ଏକ ମାତ୍ର ରାସ୍ତା ନାହିଁ।

ଅନେକ ରାସ୍ତା ଅଛି।କିନ୍ତୁ ସେଥିପାଇଁ ଆପଣଙ୍କୁ ଆଖି କାନ ଆଦି ଖୋଲା ରଖି ଚତୁପାର୍ଶ୍ଵକୁ ଦେଖିବାକୁ ପଡିବ।ଜୀବନରେ ଚଲାପଥ କେବଳ ଗୋଟିଏ ନୁହେଁ।ଅନେକ ପଥ ଅଛି।ଏଥିପାଇଁ ସବୁ ଆଡ଼କୁ ଦେଖନ୍ତୁ ଏବଂ ଅନ୍ୟ ମାନଙ୍କଠାରୁ ମଧ୍ୟ ପ୍ରେରଣା ନିଅନ୍ତୁ ଏହା ସହିତ ଅନୁପ୍ରାଣିତ ମଧ୍ୟ ହୁଅନ୍ତୁ।ଏବଂ ନିଜ ଚଲାପଥ ନିଜେ ଠିକ କରି ଆଗକୁ ବଢିଚାଲନ୍ତୁ।ଏଥିପାଇଁ କେବେହେଲେ ହାର ନ ମାନି ନିଜ ପାଖରେ ଥିବା ସମ୍ବଳକୁ ନିଜର ଶାସ୍ତ୍ର କରି ନିଜ ସହିତ ଅନ୍ୟକୁ ମଧ୍ୟ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *