କେବଳ ତିନି ଦିନ ମଧ୍ୟରେ ପାଇଲସକୁ କିପରି ଭଲ କରିବେ?ଏହି ଉପାୟ ହେଉଛି ଅର୍ଶ ରୋଗର ରାମବାନ ଚିକିସ୍ୟ – ସମୁଳ ବିନାଶ ହେବ ଏହି ରୋଗ

Spread the love

ସାଙ୍ଗମାନେ ଭୁଲ ଜୀବନ ଶୈଳୀ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ଲୋକ ପାଇଲସ ଭଳି ରୋଗର ଶିକାର ହେଉଛନ୍ତି।ପାଇଲସ ହେବାର ଅନେକ କାରଣ ହୋଇପାରେ।ଏହା ହେବା ଦ୍ୱାରା ଆପଣଙ୍କ ମଳଦ୍ୱାରରେ ଛୋଟ ଛୋଟ ମାଂସ ପିଣ୍ଡୁଳା ଭଳି ବାହାରି ଥାଏ।ଏବଂ ଯଦି ତାହା ଅଧିକ ପୁରୁଣା ହୋଇଥାଏ ତେବେ ମଳ କରିବା ସମୟରେ ସେଥିରୁ ରକ୍ତ ପଡିବା ଆରମ୍ଭ ହୋଇଯାଇଥାଏ।ଏଥିପାଇଁବନେକ ଲୋକ ବହୁତ କଷ୍ଟ ସହିଥାନ୍ତି।ଏବଂ ଏହାର ଉପଚାର ପାଇଁ ବହୁତ ଦାମୀ ଔଷଧ କିମ୍ବା ଅପରେସନ ମଧ୍ୟ କରାଇଥାନ୍ତି।

ତାହଦ୍ୱାରା ମଧ୍ୟ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏପରି ଏକ ଘରୋଇ ଉପଚାର ଯାହାକୁ ଆପଣ ମାତ୍ର ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରିବାଦ୍ୱାରା ଆପଣଙ୍କ ଏହି ରୋଗ ସବୁଦିନ ପାଇଁ ଶେଷ ହୋଇଜାଇଥାଏ।ଏବଂ ଯଦି ଆପଣଙ୍କ ଏହି ରୋଗ ବହୁତ ପୁରୁଣା ଅଟେ ତେବେ ଆପଣ ସାତ ଦିନ ଏହାକୁ ବ୍ୟବହାର କରିବା ପରେ ଆପଣଙ୍କ ଏହି ରୋଗ ଭଲ ହୋଇଯିବ।

ଏହି ଉପାୟ ବହୁତ ସହଜ ଏବଂ ଏଥିରେ ବ୍ୟବହାର କରାଯାଉଥିବା ଦ୍ରବ୍ୟ ଅତି ସହଜରେ ଆପଣଙ୍କୁ ଘରେ ମିଳିଯାଇଥାଏ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ କିପରି ତିଆରି କରିବେ ଏବଂ କିପରି ଏହାର ପ୍ରୟୋଗ କରିବେ।

ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ଏକ କପ କ୍ଷୀର।ଆପଣ ଏଠାରେ ଥଣ୍ଡା କ୍ଷୀରର ବ୍ୟବହାର କରିପାରିବେ କିନ୍ତୁ ଆପଣ କ୍ଷୀରକୁ ଗରମ କରନ୍ତୁ ଏବଂ ହାଲ୍କା ଉଷୁମ ଥିବା ବେଳେ ଏହାର ସେବନ କରନ୍ତୁ।ଦ୍ୱିତୀୟ ସାମଗ୍ରୀ ହେଉଛି ଲେମ୍ବୁ।

ଆପଣ ଏଠାରେ ଗୋଟିଏ ଲେମ୍ବୁ ନିଅନ୍ତୁ।ଆପଣ ପ୍ରଥମେ ଲେମ୍ବୁକୁ କାଟି ତାହାର ରସ କାଢି ଦିଅନ୍ତୁ।ଯଦି ଆପଣ ବଡ଼ ଲେମ୍ବୁ ନେଇଛନ୍ତି ତେବେ ଅଧା ରସ ନିଅନ୍ତୁ।ଏବଂ ଯଦି ଆପଣ ଛୋଟ ଲେମ୍ବୁ ନେଇଛନ୍ତି ତେବେ ସମ୍ପୂର୍ଣ୍ଣ ଲେମ୍ବୁର ରସ ନିଅନ୍ତୁ।କିନ୍ତୁ ମଞ୍ଜିର ବାହାର କରିଦିଅନ୍ତୁ।

ଆପଣ ଏଠାରେ ତ ଏହା ନିଶ୍ଚିତ ଭାବରେ ଜାଣିଛନ୍ତି ଯେ ଯଦି କ୍ଷୀର ଏବଂ ଲେମ୍ବୁର ଏକା ସାଙ୍ଗରେ ବ୍ୟବହାର କରିଥାନ୍ତି ତେବେ ତାହା ଛିଡିଯାଇଥାଏ।ଏଥିପାଇଁ ଆପଣ ସଙ୍ଗେସଙ୍ଗେ ଏକ କପ କ୍ଷୀରରେ ଲେମ୍ବୁ ରସ ପକାଇବା ମାତ୍ରେ ତାହାର ସେବନ କରିଦିଅନ୍ତୁ।

ଏହିପରି ବ୍ୟବହାର କଲେ ତାହା ଲାଭଦାୟୀ ହୋଇଥାଏ ଯଦି ଆପଣ ଏପରି ବ୍ୟବହାର ନକରନ୍ତି ଏବଂ ଲେମ୍ବୁ ରସ ପକାଇବା ପରେ ଅପେକ୍ଷା କରନ୍ତି ତେବେ କ୍ଷୀର ଛିଡି ଯାଇଥାଏ ଏବଂ ଆପଣଙ୍କୁ ସେଥିରୁ କୌଣସି ଲାଭ ମିଳିନଥାଏ।କିନ୍ତୁ ଯଦି ଆପଣ ସଙ୍ଗେ ସଙ୍ଗେ ଲେମ୍ବୁ ରସ ମିଶାଇ ପିଅନ୍ତି ତେବେ ମାତ୍ର ତିନି ଦିନ ସେବନ କରିବା ପରେ ଆପଣଙ୍କ ଏହି ରୋଗ ଭଲ ହୋଇଜାଇଥାଏ।

ଦ୍ୱିତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ଏକ କଦଳୀ ଏବଂ ଏହା ସହିତ କର୍ପୁର।ଆପଣ ଏଠାରେ ଖାଇବା କର୍ପୁର ବ୍ୟବହାର କରନ୍ତୁ।ଏହାପରେ ଏକ ଛୁରି ସାହାଯ୍ୟରେ କଦଳୀକୁ ଅଳ୍ପ ମଝିରୁ ଫାଳ କରି ସେଥି ମଧ୍ୟରେ ଦୁଇ ଚିମୁଟା କର୍ପୁର ରଖନ୍ତୁ ଏବଂ ତାହା ପରେ ତାକୁ ବନ୍ଦ କରିଦିଅନ୍ତୁ।ଏବଂ ପ୍ରତିଦିନ ସକାଳୁ ଉଠି ସେହି କଦଳୀକୁ ଗୋଟା ସହିତ ଗିଳି ଦିଅନ୍ତୁ।ଏହା କରିବା ଦ୍ୱାରା ମଧ୍ୟ ଆପଣଙ୍କ ପାଇଲସ ସମସ୍ୟା ଦୂର ହୋଇଜାଇଥାଏ।

Leave a Reply

Your email address will not be published. Required fields are marked *