Baghamari ରେ ମାଆ କଥା କହି କାନ୍ଦିଲା ପୁଅ,ହେଲେ ମା ଅନ୍ୟ ଟୋକା ସହିତ ଫେରାର ହେଇଥିବା ଆସିଲା ଅଭିଯୋଗ..

Spread the love

କୁନି କୁନି ଆଖିରେ ମାଆକୁ ମନେ ପକାଇ କାନ୍ଦୁଛି ଛୋଟ ପୁଅ।ଗଲା ସମୟରେ ମା କହିଥିଲା ଟିକେ ଏହିଠୁ ଆସୁଚି ଆସିବା ପରେ ପଇସା ଦେବୀ ତମେ ମାନେ ବରା ଅଲୁଚପ ଖାଇବ।ଯିବା ସମୟରେ ସାନ ପୁଅ କହିଥିଲା ମା ମୁଁ ଯିବି ତୋ ସହ।କିନ୍ତୁ ମା ମନା କରି ଦେଇଥିଲା।ଏହା ପରେ ଯେତେବେଳେ ମାଆ ଛାଡି ଚାଲି ଯାଇଛନ୍ତି ବର୍ତ୍ତମାନ

ତାଙ୍କୁ ମନେ ପକାଇ କଇଁ କଇଁ ହୋଇ କାନ୍ଦୁଛନ୍ତି ଦୁଇ ନିରୀହ ପିଲା।ତେବେ ମାଆ ହଜିବା ପରେ ବର୍ତ୍ତମାନ ସାରା ଅଞ୍ଚଳରେ ଏହି କଥା।ତେବେ ସେ କେଉଁଆଡେ ଚାଲି ଯାଇଛନ୍ତି ନା ତାଙ୍କୁ କେଉଁଆଡେ କିଏ ନେଇ ଯାଇଛନ୍ତି ।ଏପରି ଅନେକ ଦିନ ବିତି ଗଲାଣି ପୋଲିସ ନାହି ରେ ତେଲ ପକାଇ ବସି ଥିଲା

ଭଳି ମନେ ହେଉଚି।ମହିଳା ନିଖୋଜ ହେବାର ଛ ଦିନ ହୋଇ ସାରିଲାଣି ତାଙ୍କର କୌଣସି ଖବର ମିଳି ନାହିଁ।ପରିବାର ଲୋକ ଖୋଜି ଖୋଜି ନିରାଶ ହୋଇ ସାରିଲେଣି।ବାଘମାରି ଥାନାକୁ ଯାଇ ଯାଇ ପରିବାର ଲୋକ ମଧ୍ୟ ଥକି ସାରିଲେଣି।ତେବେ ପୋଲିସ ନିଷ୍କ୍ରିୟ ହୋଇ ପଡିଛି।ଏହି ଘଟଣା ଶୁଣିବା

ପରେ ସେହି ଅଞ୍ଚଳରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ପଡ଼ି ଅଛନ୍ତି।ପୋଲିସର କିଛି ଫରକ ପଡୁ ନାହିଁ।ତେବେ ସେ ଫେରିଲେ ପଇସା ଦେବେ ଓ ତମେ ଖାଇବ ବୋଲି କହି ଯାଇଥିଲେ।କିନ୍ତୁ ସେ ଆଉ ଫେରି ନାହାଁନ୍ତି ବୋଲି ତାଙ୍କର ପିଲାମାନେ କହିଛନ୍ତି।ଏହା ସହିତ ସେମାନେ କହିଛନ୍ତି ମିଡିଆ ତାଙ୍କୁ ସାହାଯ୍ୟ

କରିବେ ତାଙ୍କର ମାଆଙ୍କୁ ଆଣିବା ପାଇଁ ବୋଲି ଛୋଟ ପିଲାମାନେ କାନ୍ଦି କାନ୍ଦି କହୁ ଥିବାର ଦେଖିବାକୁ ମିଳିଛି।ତେବେ ତାଙ୍କର ପିତା ଜଣେ ଛୋଟ ବ୍ୟବସାୟୀ।ତାଙ୍କର ପତ୍ନୀ ସବିତା ସେଠୀ।ଦୁଇଟି ଛୋଟ ପିଲା ସେଦିନ ସେ ବ୍ୟବସାୟ ପାଇଁ ପୁରୀ ଯାଇଥିବା ସମୟରେ ତାଙ୍କର ପତ୍ନୀ ସବିତା ଘରେ ଦୁଇ ପିଲାଙ୍କୁ ନିକଟସ୍ଥ

ପୋଖରୀରୁ ଆସୁଚି ବୋଲି କହି ଓ ଆସିଲେ ପଇସା ଦେବୀ ବରା ଆଣିବ ଖାଇବ ବୋଲି କହି ବାହାରି ଜାଇ ଥିଲେ।ଏହା ପରେ ସେ ଆଉ ଘରକୁ ଫେରି ନାହାଁନ୍ତି।ଯେହେତୁ ପୋଖରୀ ପାଖକୁ ଯାଇ ଥିଲେ କାଳେ ପୋଖରୀ ଭିତରେ ପଡ଼ି ଯାଇଥିବା କଥା ଭାବି ଗ୍ରାମର ଲୋକ ଓ ପରିବାର ଲୋକ ଅନେକ

ଖୋଜା ଖୋଜି କରି ଥିଲେ ହେଲେ କିଛି ମଧ୍ୟ ଜଣା ପଡିଲା ନାହିଁ।ଏହା ପରେ ରାତି ହେବା ପରେ ସମସ୍ତେ ଅନ୍ୟ ଆଡ଼େ ମଧ୍ୟ ଖୋଜା ଖୋଜି କରିଥିଲେ।ତେବେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖବର ମିଳିଲା ନାହିଁ।ତେବେ ଏହା ପରେ ଶେଷରେ ପୋଲିସ ପାଖରେ ଅଭିଯୋଗ କରିଥିଲେ।

ଏହା ପରେ ପୋଲିସ ବର୍ତ୍ତମାନ ଯାଏ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ଗ୍ରାମରେ ମଧ୍ୟ ଅଶାନ୍ତି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *