ଏହି ଝିଅ ପାଇଁ ଭାରତର ଗୋଟିଏ ରେଳ ଷ୍ଟେସନ ୪୨ ବର୍ଷ ଯାଏ ବନ୍ଦ ଥିଲା – ଅସଲ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇ ମୁଣ୍ଡରେ ହାତ ଦେଇଦେବେ

Spread the love

ଡର ଓ ଭୟ ଏପରି ଦୁଇଟି ଶବ୍ଦ ଯାହା ସମସ୍ତଙ୍କ ମନରେ ଦୁର୍ବଳତା ନେଇ ଆସିଥାଏ।ସେହି ଡର କାରଣରୁ ଅନେକ ବଡ଼ବଡ଼ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତି ମଧ୍ୟ ପଛକୁ ହଟି ଥାଆନ୍ତି।ଆମ ଦେଶରେ ଏପରି ଏକ ରେଲୱେ ଷ୍ଟେସନ ରହିଛି ଯେଉଁଠାରେ ୪୨ ବର୍ଷ ଧରି କୌଣସି ରେଳଗାଡ଼ି ରହି ନଥିଲା ଓଲଟା ସେହି ରେଲୱେ ଷ୍ଟେସନ ପାଖେଇ ଆସିବା ମାତ୍ରେ ସେହି ଟ୍ରେନ ନିଜର ଗତି ବଢାଇ ତୁରନ୍ତ ସେହି ରେଲୱେ ଷ୍ଟେସନକୁ ଅତିକ୍ରମ କରିବାକୁ ଲାଗି ପଡେ।ତେବେ ସେହି ଷ୍ଟେସନରେ ଏପରି କଣ ରହିଛି ଚାଲନ୍ତୁ ଆଲୋଚନା କରିବା।

ଏହି ଘଟଣାଟି ହେଉଛି ପଶ୍ଚିମ ବଙ୍ଗ ଠାରୁ ୨୬୦ କିମି ଦୂରରେ ଅବସ୍ଥିତ ଉଲୁରିଆ ଜିଲ୍ଲାର।ଏହି ଜିଲ୍ଲା ଠାରୁ ୫୦ କିମି ଦୂରରେ ରେଙ୍ଗୁନକୋଡା ନାମରେ ଏକ ଗ୍ରାମ ଥିଲା।ଏହି ଗ୍ରାମର ନାମରେ ୧୯୬୦ ମସିହାରେ ପ୍ରଥମେ ଏକ ରେଲୱେ ଷ୍ଟେସନ ତିଆରି କରାଗଲା।ଯାହା ଫଳରେ ସେଠାକାର ଲୋକମାନେ ବହୁତ ଖୁସି ଅନୁଭବ କରୁଥିଲେ କାରଣ ଏହା ପୂର୍ବରୁ ସେମାନଙ୍କୁ ରେଲୱେ ଷ୍ଟେସନ ଯିବା ପାଇଁ ୫୦ କିମି ଦୂରକୁ ଯିବାକୁ ପଡୁଥିଲା।ଏହି ରେଲୱେ ଷ୍ଟେସନ ତିଆରି ହେବାର କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା।

ଏହାପରେ ଏହି ଷ୍ଟେସନରେ ଏପରି କିଛି ଘଟଣା ଘଟିଲା ଯାହା ଫଳରେ ଏହି ଷ୍ଟେସନଟି ଭୂତିଆ ଷ୍ଟେସନ ନାମରେ ପରିଚିତ ହୋଇଗଲା।ଏହି ଷ୍ଟେସନରେ କୌଣସି କର୍ମଚାରୀ କାର୍ଯ୍ୟ କରିବାକୁ ରାଜି ହେଲେ ନାହିଁ।ସେମାନେ ସମସ୍ତେ ଏହି ଷ୍ଟେସନ ଛାଡ଼ି ଚାଲିଯିବାକୁ ଲାଗିଲେ।ଧୀରେ ଧୀରେ ଏପରି ସମୟ ଆସିଲା ଏହି ଷ୍ଟେସନରେ କାମ କରିବାକୁ କୌଣସି ବି ବ୍ୟକ୍ତି ମିଳିଲେ ନାହିଁ।ଯାହା ଫଳରେ ସରକାର ବାଧ୍ୟ ହୋଇ ଏହି ରେଲୱେ ଷ୍ଟେସନକୁ ବନ୍ଦ କରିଦେଲେ।

ଘଟଣା ଏପରି ଥିଲା କି ରେଲୱେ ଷ୍ଟେସନ ଖୋଲା ହେବାର କିଛି ବର୍ଷ ପରେ ଥରେ ଷ୍ଟେସନ ମାଷ୍ଟର ଦେଖିଲେ କି ଗୋଟିଏ ଝିଅ ରେଳଗାଡ଼ି ସହ ଦୌଡୁଛି।ଏହା ଦେଖି ଷ୍ଟେସନ ମାଷ୍ଟର ପ୍ରଥମେ ଏହାକୁ ଅଣଦେଖା କରିଦେଲେ।ଏହା ପର ଦିନ ମଧ୍ୟ ସେ ଏହିପରି ଦେଖିବାକୁ ପାଇଲେ ଫଳରେ ସେ ନିଜ ମନର ଶାନ୍ତି ପାଇଁ କିଛି ଦିନ ଗାଁକୁ ଚାଲିଗଲେ।ହେଲେ ସେ ଗାଁରେ ପହଞ୍ଚିବା ପରେ ତାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଗଲା।ଯାହା ପରେ ସେହି ରେଲୱେ ଷ୍ଟେସନରେ ଅନ୍ୟ ଏକ ଷ୍ଟେସନ ମାଷ୍ଟର ନିଯୁକ୍ତି କରାଗଲେ।

ସେ ମଧ୍ୟ ସେହି ଏକା ଭଳି ଦୃଶ୍ୟ ଦେଖିଲେ।ଏହାପରେ ସେ ନିଜର ଉପରିସ୍ଥ କର୍ମଚାରୀଙ୍କୁ ଲେଖି ଜଣାଇଦେଲେ ଯେ ସେ ଆଉ ସେହି ଷ୍ଟେସନରେ କାର୍ଯ୍ୟ କରିବେ ନାହିଁ।ଏହାପରେ ଅନ୍ୟ ଏକ ଷ୍ଟେସନ ମାଷ୍ଟର ସେହି ରେଲୱେ ଷ୍ଟେସନରେ ଗୋଟେ ଦିନ କାର୍ଯ୍ୟ କଲାପରେ ସେହି ଷ୍ଟେସନ ଛାଡ଼ି ଚାଲିଗଲେ।ଏହାପରେ ଏହି ରେଲୱେ ଷ୍ଟେସନର ସମସ୍ତ କର୍ମଚାରୀ ସେହି ଝିଅକୁ ସେହି ଷ୍ଟେସନରେ ବୁଲୁଥିବାର ଅନୁଭବ କରିବାକୁ ଲାଗିଲେ।ଫଳରେ ସମସ୍ତ କର୍ମଚାରୀ ଏହି ଷ୍ଟେସନ ଛାଡ଼ି ଚାଲିଗଲେ।ଫଳରେ ସେହି ସେସନକୁ ୧୯୬୮ ମସିହାରେ ବନ୍ଦ କରିଦିଆଯାଇଥିଲା।ହେଲେ ଏହାର କିଛି ବର୍ଷ ପରେ ଏହା ପୁଣି କାର୍ଯ୍ୟରତ ହେବାକୁ ଲାଗିଲା।

Leave a Reply

Your email address will not be published. Required fields are marked *