ପୁଣି ଏକ ବଡ ଦୁଃଖ ଖବର – ଏହି ଲୋକ ପ୍ରିୟ ହିରୋଇନ ଙ୍କ ମୃତ୍ୟୁ ରେ ସାରା ଦେଶରେ ଶୋକର ଲହରୀ ଖେଳିଗଲା – ଦେଖନ୍ତୁ କିଏ ସେ ବଡ ହିରୋଇନ..

Spread the love

ବନ୍ଧୁମାନେ ଆମେମାନେ ସମସ୍ତେ ଏବେ ଏକ ଅତ୍ୟନ୍ତ ଖରାପ ମାନସିକ ଅବସ୍ଥା ଦେଇ ଗତି କରୁଛେ।ସମସ୍ତେ ଏବେ ଘରେ ବନ୍ଦ ଅଛେ। ଶହ ଶହ ଲୋକ ମହାମାରୀରେ ମୃତ୍ୟୁବରଣ କରିଛନ୍ତି।ଲୋକମାନେ ନିଜର ଅତି ନିଜର ଲୋକଙ୍କୁ ହରାଇଛନ୍ତି।ତେବେ ଏହି ସମୟରେ ମହାମାରୀ ଯୋଗୁଁ ଆମର ଅନେକ ଲୋକପ୍ରିୟ କଳାକାରଙ୍କୁ ହରାଇ ସାରିଛେ।କିନ୍ତୁ ଏବେ ବି ଗୋଟେ ପରେ ଗୋଟେ ଦୁଃଖ ଖବର ଆମ ପିଛା ଛାଡ଼ୁ ନାହିଁ।ଆମେ ବହୁତ ଚେଷ୍ଟା କରୁ ଅଛେ କି କିପରି ଏ ସବୁରୁ ମୁକୁଳି ପାରିବା।ତେବେ ସେହିଭଳି ଏକ କଳାକାର ଏବେ ଆମକୁ ଛାଡ଼ି ଚାଲି ଯାଇଛନ୍ତି।ତେଣୁ ଏ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଏ ଆର୍ଟିକଲଟିକୁ ଭଲ ଭାବରେ ପଢନ୍ତୁ।

ଗତକାଲି ଖବର ଆସିଛି କି ବିଜୟ ଚିତ୍ରା ଯିଏ ସିରିଏଲ ଜଗତର ଏକ ଲୋକପ୍ରିୟ ଅଭିନେତ୍ରୀ ଥିଲେ ସେ ଏବେ ଆଉ ନାହାନ୍ତି।ତେବେ ଅତ୍ୟନ୍ତ ଦୁଃଖର ବିଷୟ ଏହା କି ସେ ବେକରେ ଦଉଡ଼ି ଲଗାଇ ଆତ୍ମ ହତ୍ୟା କରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣକ ବହୁତ ସିରିଏଲରେ କାମ କରି କରି ସାରିଛନ୍ତି।ତେବେ ସେ ଚେନ୍ନାଇ ସ୍ଥିତ ଏକ ହୋଟେଲରେ ରହିଥିଲେ, ତେବେ ସେହି ହୋଟେଲରୁ ହିଁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି।ତେବେ ସେହି ହୋଟେଲରେ ତାଙ୍କ ରୁମରେ ତାଙ୍କ ଫ୍ୟାନରେ ତାଙ୍କ ଶରୀର ଝୁଲୁଥିବା ଦେଖା ଯାଇଥିଲା।ପରବର୍ତ୍ତୀ ସମୟରେ ହୋଟେଲର କର୍ମଚାରୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ମଧ୍ୟ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ।

ତେବେ ଅଚାନକ ଏମିତି କଣ ଘଟିଲା ଯେ ଅଭିନୟ ଦୁନିଆରେ ଏତେ ସଫଳତା ହାସଲ କରିଥିବା ଚିତ୍ରାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା।ଏହାକୁ ନେଇ ସମସ୍ତଙ୍କ ମନରେ ଏକ ବହୁତ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି।ତେବେ ଚିତ୍ରା ଅନେକ ଗୁଡ଼ିଏ ସିରିଏଲରେ ଅଭିନୟ କରିବା ସଙ୍ଗେ ସଙ୍ଗେ ସେ ବହୁତ ଗୁଡ଼ିଏ ରିଆଲିଟି ଶୋରେ ଆଙ୍କରିଂ କରିଛନ୍ତି।ତାମିଲ ସିନେମା ଜଗତରେ ସେ ଏକ ଅତି ପ୍ରିୟ କଳାକାର ଥିଲେ।ଲୋକ ତାଙ୍କର ଅଭିନୟକୁ ଅତ୍ୟନ୍ତ ଭଲ ପାଉଥିଲେ।

ତେବେ ପୂର୍ବ ବର୍ଷ ସେହିପରି ସୁଶାନ୍ତ ସିଂହ ରାଜପୁତଙ୍କର ମଧ୍ୟ ଏହି ପରି ଭାବରେ ଅଚାନକ ଆତ୍ମହତ୍ୟା କରିଦେବା ଆମ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।ତେବେ ଠିକ ସେହି ପରି ଭାବରେ ଚିତ୍ରାଙ୍କର ମୃତ୍ୟୁ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖି ଦେଇଛି।ତେବେ ତଦନ୍ତ ସରିଲେ ହିଁ ଜଣ ପଡ଼ିବ ଏହାର କାରଣ ଗୁଡିକ।

ତେବେ ଏଠି କିନ୍ତୁ ଆମକୁ ସବୁଠୁ ବଡ଼ ଜିନିଷ ଜାଣିବାକୁ ମିଳିଛି କି ଆତ୍ମହତ୍ୟାର ମୁଖ୍ୟ କାରଣ ସବୁବେଳେ ପଇସା ହେଇ ନଥାଏ।କିଛି ଲୋକଙ୍କର ମାନସିକ ଅବସ୍ଥା ଏତେ ତଳକୁ ଚାଲି ଯାଇଥାଏ କି ସେମାନଙ୍କୁ ଜୀବନରେ ଆଉ କିଛି ଦେଖା ଯାଏ ନାହିଁ।ଭିତରୁ ଏକ ଏକାପଣ ମଣିଷକୁ ମାରି ଦେଇଥାଏ।ତେବେ ବନ୍ଧୁମାନେ ଶେଷରେ ଏତିକି କହିବାକୁ ଚାହୁଁଛୁ କି ସେ ସୁଶାନ୍ତ ସିଂହ ହୁଅନ୍ତୁ, ଅଭିନେତ୍ରୀ ଚିତ୍ରା ହୁଅନ୍ତୁ କିମ୍ବା ଆପଣଙ୍କର କେହି ଅତି ନିଜର ଲୋକ ହୁଅନ୍ତୁ, ସମସ୍ତଙ୍କୁ ପ୍ରେମ ଓ ଭଲ ପାଇବା ବଞ୍ଚିଥିବା ସମୟରେ ଦିଅନ୍ତୁ।ନହେଲେ ମରିଗଲା ପରେ ଏହି ସବୁ ଭଲ ପାଇବାର କିଛି ମୂଲ୍ୟ ନଥାଏ।ହୁଏତ ଆପଣଙ୍କର ଏହି ଭଲ ପାଇବା କାହା ଜୀବନ ରକ୍ଷା କରିଦେଇ ପାରେ।

Leave a Reply

Your email address will not be published. Required fields are marked *