ଫୁସଫୁସ ସଫା କରିବାର ସବୁଠାରୁ ସହଜ ଓ ଘରୋଇ ଉପାୟ – ଏହି ଉପାୟ ଦ୍ୱାରା ପୁରା ସଫା ହେଇଯିବ ଆପଣଙ୍କ ଫୁସଫୁସ – ଘରେ କରନ୍ତୁ ଏହି ଉପାୟ

Spread the love

ଆମ ଶରୀରର ଶ୍ୱାସ ତନ୍ତ୍ରରେ ଫୁସଫୁସ ଏକ ମୁଖ୍ୟ ଭୂମିକାରେ କାର୍ଯ୍ୟ କରିଥାଏ।ଏହାର କାର୍ଯ୍ୟ ହେଉଛି ଅମ୍ଲଜାନକୁ ଆମ ଶରୀର ମଧ୍ୟକୁ ପ୍ରବେଶ କରାଇବା ଓ ଅଙ୍ଗାରକାମ୍ଳକୁ ଆମ ଶରୀର ମଧ୍ୟରୁ ବାହାର କରିବା।ଏହା ସହିତ ଏହା ଆମ ଶରୀରର ଅମ୍ଳଜାନ ଯୁକ୍ତ ରକ୍ତକୁ ଆମ ଶରୀରର ବିଭିନ୍ନ ଅଙ୍ଗରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ ଫଳରେ ଆମ ଶରୀରର ସମସ୍ତ ଅଙ୍ଗ ସଠିକ ଭାବରେ କାର୍ଯ୍ୟ କରିଥାଏ। ଧୁମ୍ରପାନ କରୁଥିବା ବ୍ୟକ୍ତି ମାନେ ଏହି ଉପଚାର ବିଷୟରେ ଜାଣିବା ନିହାତି ଆବଶ୍ୟକ।

ଯେଉଁ ବ୍ୟକ୍ତି ମାନେ ଧୁମ୍ରପାନ କରି ଥାଆନ୍ତି ସେମାନଙ୍କର ଶରୀରକୁ ପ୍ରାୟ ୭୦୦୦ କେମିକାଲ ଯାଇଥାଏ ସେଥି ମଧ୍ୟରୁ ୭୦ ଟି କେମିକାଲ ଯାହା ଆମ ଫୁସଫୁସ କୁ ଅଧିକ କ୍ଷତି ପହଞ୍ଚାଇ ଥାଏ।ତେବେ ଆମେ ଧ୍ୟାନ ରଖିବା ଆବଶ୍ୟକ ଯେପରି ଆମେ ଧୁମ୍ରପାନ ନ କରିବା ଆବଶ୍ୟକ।ଏହା ସହିତ ଯଦି ଆପଣ ଆଗରୁ ଧୁମ୍ରପାନ କରିଛନ୍ତି ତେବେ ନିଜର ଫୁସଫୁସକୁ ସଫା କରିବା ପାଇଁ ଏହି ଘରୋଇ ଉପଚାରର ବ୍ୟବହାର କରନ୍ତୁ ଯାହା ଫଳରେ ଆପଣ ନିଜର ଶରୀରର ଯତ୍ନ ନେଇପାରିବେ।

ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସରେ ଥିବା ବିଷାକ୍ତ ପଦାର୍ଥ ରକ୍ତ ସହ ମିଶି ଆମ ସମସ୍ତ ଶରୀରରେ ବୁଲିବାକୁ ଲାଗିଥାଏ ଫଳରେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବା ପଡ଼ିଥାଏ।ତେଣୁ ଆମେ ନିଜକୁ ଧୁମ୍ରପାନ ଠାରୁ ଦୂରେଇ ରଖିବା ଆବଶ୍ୟକ ଫଳରେ ଆମେ ବିଭିନ୍ନ ପ୍ରକାରର ରୋଗରୁ ନିଜକୁ ସୁରକ୍ଷିତ କରି ପାରିବା।ଆମ ଫୁସଫୁସକୁ ସଫା କରିବା ପାଇଁ ଆମେ ଦୁଇଟି ଘରୋଇ ଉପଚାର ବ୍ୟବହାର କରିପାରିବା ତେବେ ଏହି ଉପଚାର ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା।

ପ୍ରଥମ ଉପଚାର ପ୍ରସ୍ତୁତ କରିବା ପାଇଁ ଆମକୁ ଆବଶ୍ୟକ ପଦାର୍ଥ ଗୁଡ଼ିକ ହେଉଛି କଲରା, ପୁଦିନା,ଲେମ୍ବୁ,ଅଦା ଓ ଏକ ଲିଟର ପାଣି।ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଲିଟର ପାଣିରେ ଲେମ୍ବୁକୁ ଭଲଭାବରେ ଚୂପୁଡ଼ି ଦିଅନ୍ତୁ ଏହା ପରେ ଏହି ପାଣିରେ ଛେଚା ଯାଇଥିବା ଅଦାକୁ ପକାଇ ଦିଅନ୍ତୁ ଏହାପରେ ଏହି ପାଣିରେ କଲରାର ମଞ୍ଜି କାଢି ଏହାକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ ଏହାପରେ ଏଥିରେ ପୋଦିନା ପତ୍ର ପକାଇ ଦିଅନ୍ତୁ।ଆପଣ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ପାତ୍ରରେ ରଖି ପିଇ ପାରିବେ।

ଏହାପରେ ଦିତୀୟ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଅଳ୍ପ ପାଣି ନେଇ ଏହାକୁ ଗରମ କରନ୍ତୁ ଏହାପରେ ଏହି ଗରମ ହେଉଥିବା ପାଣିରେ କିଛି କଟା ଯାଇଥିବା ପିଆଜ ପକାନ୍ତୁ ବର୍ତ୍ତମାନ ଏହି ପାଣିରେ ଅଳ୍ପ ଅଦା ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ।ଏହା ପରେ ଆପଣ ଏହାକୁ ପିଇବା ପାଇଁ ବ୍ୟବହାର କରି ପାରିବେ।ଏହା ଆମ ଫୁସଫୁସର ଉପଯୁକ୍ତ ଯତ୍ନ ନେବା ସହିତ ଆମ ଫୁସଫୁସକୁ ରୋଗ ମୁକ୍ତ ରଖିଥାଏ।ଆମେ ଏହାକୁ ମାସରେ ଥରେ ନିଶ୍ଚିତ ଭାବରେ ପିଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *