ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏପରି କିଛି ବିଶେଷ ତଥ୍ୟ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିତ ଜାଣିବା ଦରକାର।ଯଦି ଆପଣ ଆପଣଙ୍କ ମାଆ ବାପାଙ୍କୁ ଭଲ ପାଉଥାନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେଦିନ ବହୁତ ରାଗିଥିଲି।ସବୁ ସାଙ୍ଗ ନୂଆ ଗାଡି କିଣୁଛନ୍ତି।ଏବଂ ମୁଁ ସେହି ଭଙ୍ଗା ସାଇକେଲଟି ଧରିଛି।ବାପାଙ୍କୁ ବହୁତ ଗାଳି ଦେଲି ମନେ ମନେ।ଭାବିଲି ଖରା ଛୁଟିରେ ଘରକୁ ଆସି ଭୁଲ ହେଇଗଲା।ଦରକାର ନାହିଁ ଏପରି ଘରକୁ ଆସିବା।ବ୍ୟାଗ ପ୍ୟାକ କଲି।ତରତର ହୋଇ ମାଆ ଦୌଡ଼ିଗଲା କଣ ରୋଷେଇ କରିବ ଏବଂ ମୁଁ କିଛି ଖାଇକି ଯିବି ବୋଲି।ରାଗିକରି କହିଲି ବିଷ ଟିକେ ଦେଇଦେ ଖାଇଦେବି ମୁଁ।ଏପରି ବେକାର ଜୀବନ ରଖି ଲାଭ କଣ?ଯେଉଁଠି କିଛି ଇଚ୍ଛାହିଁ ପୂରଣ ହେଉ ନାହିଁ।
ମାଆ କହିଲା ଧନରେ ଚୁଡା ଟିକେ ଗୋଳେଇ ଦେଉଛି ଖାଇଦେ।ଆଉ କିଛି ତର ତରରେ ତିଆରି କରି ହେବନି।ରାଗିକି କହିଲି ଯାହା ଅଛି ଦେଇଦେ ମୁଁ ଏଠାରୁ ପଳେଇବି।ମୁଁ ଦେଖୁଥାଏ ଥାକ ଉପରୁ ଚିନି ଆସି ମାଆ ସବୁତକ ଢାଳିଦେଲା ଏବଂ ଏକ କଦଳୀଟିଏ ପକାଇ ଚୁଡା ଚକଟିକି ଦେଇଦେଲା।ରାଗ ତମ ତମରେ ଖାଇଦେଲି ଏବଂ ଚାଲିଆସିଲି ବସ ଷ୍ଟାଣ୍ଡ।ଭାବିଲି ଆଉ ଆସିବିନି ଏଠାକୁ।
ସାମାନ୍ୟ ଗାଡି ଗୋଟିଏ ମାଗିଲି ତାହା ମିଳିଲାନି।ଏଠାରେ ମୋର ଆଉ ରହିବାର ନାହିଁ।ଭଗବାନ ଯେପରି ବହୁତ କିଛି କହିବାକୁ ଚାହୁଁଥିଲେ।ମନେ ପଡ଼ିଲା ହଷ୍ଟେଲ ଚାବି ଆଣିନି।ବସରୁ ଓଲ୍ହାଇ ଚାବି ଆଣିବାକୁ ଘରକୁ ଗଲି।ପାହାଚ ପାଖରେ ପହଞ୍ଚୁ ପହଞ୍ଚୁ କିଛି ପଦ ପଡିଗଲା କାନରେ।ମହମପରି ତରଳିଗଲି।ଆଗରୁ କେବେହେଲେ ବାପାଙ୍କୁ କାନ୍ଦିବାର ଦେଖି ନଥିଲି।
ଛୁଆଙ୍କ ପରି କାନ୍ଦୁଥିଲେ।ପାଖରେ ମାଆ ବସି କହୁଥିଲା ଛୁଆଟା ଘରୁ ବାହାରିଛି ଏବେ ଏପରି କାନ୍ଦିଲେ ଖରାପ ହେବ।କୋହ ଭରା କଣ୍ଠରେ ବାପା କହିଲେ ଧିକ ମୋ ଜୀବନ।ଛୁଆଟାକୁ ଖୁସି ଟିକେ ହେଲେ ଦେଇ ପାରୁନି।ସାଙ୍ଗମାନଙ୍କ ଆଗରେ କେତେ ଅପଦସ୍ତ ହେଉଥିବା।ମୁଁ ବରଂ ମରିଯାଆନ୍ତିକି।ସରକାରଙ୍କ ପାଖରୁ ଯାହା ପଇସା ମିଳିବ ତାକୁ ଗାଡି ଏକ କିଣିଦେବୁ।
ଆଉ କିଛି କହିବୁନି।କାନ୍ଧରୁ ବ୍ୟାଗଟି ପକାଇଦେଲି ତଳେ ଏବଂ କହିଲି କାହିଁକି କେଜାଣି କଣ ହେଲା ବର୍ଷକର ଛୁଆ ଭଳିଆ ବାପା ମାଆଙ୍କ କୋଳରେ ଯାଇ ଶୋଇଗଲି।ଏବଂ ଜେତକ କୋହ ଥିଲା ଏକାଥରେ ଅଜାଡି ଦେଲି।ଗାଡି ମୋର ଦରକାର ନାହିଁ।ମତେ ବାପା ଦରକାର କହି କହି କୁଣ୍ଢେଇ ପକାଇଲି ବାପାଙ୍କୁ।ମନେ ମନେ ଭାବିଲି କଣ କରୁଥିଲି କାହାକୁ କଷ୍ଟ ଦେଉଥିଲି।ଲୁହ ପୋଛିଦେଲା ମାଆ।
ପାଖରେ ବସାଇ ବହୁତ ବୁଝାଇଲା।ହେଲେ ଲୁହକୁ କଣ ବୁଝାଇ ହୁଏ।ବାପା ମାଆ ମୋ ଜୀବନ ମୁଁ ଜାଣିଲି ସେହି ଦିନ।ଉଠି ଚାଲିଗଲି ରୋଷେଇ ଘରକୁ କଣ ଦିଟା ଖାଇବି ଅଧା ଖାଇକି ଚାଲିଯାଇଥିଲି ଆଖିରେ ପଡିଗଲା ବାପା ଅଧା ଖାଇ ରଖିଥିବା ଛତୁଆ ଥାଳିଟି ଉପରେ।ଦୌଡ଼ି କରି ପାଟିରେ ଦିଟା ପକାଇଦେଲି।ଏବଂ ଥୁ ଥୁ କରି ବାହାର କଲି।ଏତେ ଲୁଣିଆ?ମାଆଙ୍କୁ ଯାଇ ପଚାରିଲି।
ମାଆ କହିଲା ଘରେ ଚିନି ନଥିଲା ତ ଆଉ ଟଙ୍କାବି ନଥିଲା ତୁ ସକାଳୁ ଖାଇବୁ ବୋଲି ଟିକେ ରଖିଥିଲି।ଅମ୍ବିଳା ହୋଇଗଲାଣି।ତକିଆ ତଳୁ ଦଶ ଟଙ୍କାଟିଏ ଦେଇ ଖାଇଲା କହିଲା ଯାଆ କଣ ଦିଟା ଖାଇଦେବୁ।ସକାଳୁ କିଛି ଖାଇନୁ।ମୁଁ କିଛି ବୁଝିପାରୁ ନଥାଏ।ସତରେ କଣ ମାଆ ବାପା ଧାରାପୃଷ୍ଠରେ ଭଗବାନ ହୋଇ ଆସିଛନ୍ତି?ନିଜ ବାପା ମାଆଙ୍କୁ ଭଲ ପାଅ। ବେଳେବେଳେ ଆମେ ନିଜେ ବଢ଼ିବାରେ ଏତେ ବ୍ୟସ୍ତ ହୋଇଯାଇଥାଉ ଏହା ଭୁଲିଯାଇଥାଉ ଯେ ସେମାନେ ମଧ୍ୟ ବୁଢା ହେଉଛନ୍ତି।