ଦୈତାରୀ ପଣ୍ଡାଙ୍କୁ ନେଇ ମୁହଁ ଖୋଲିଲେ ଯାତ୍ରା KALAKARA ବାପି ପଣ୍ଡା,କହିଲେ ଯଦି ସେ ପଇସା ନେଇଥିବେ ତେବେ ତାଙ୍କୁ ସଂଘ…ଦେଖନ୍ତୁ Video

Spread the love

ଦୈତାରୀ ପଣ୍ଡା ଙ୍କ ଉପରେ ଚାଲୁଥିବା ବିବାଦକୁ ନେଇ କଳାକାର ବାପି ପଣ୍ଡା ନିଜର ମୁଁହ ଖୋଲିଛନ୍ତି ସେ କହିଛନ୍ତି କି ପ୍ରଥମେ ଖବର କଣ ବାହାରିଥିଲା କି ଦୈତାରି ପଣ୍ଡାଙ୍କ ଫୋନ ଲାଗୁନି ତେଣୁ ଅଭିଯୋଗ କରି ତାଙ୍କର ଓଉପଦା ସ୍ଥିତ ଘରକୁ ଏବଂ ଭୁବନେଶ୍ବର ପଟିଆ ରେ ଥିବା ଘରକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଏପରି କରିବା ଭୁଲ ଅଟେ।ଯଦି ଜଣେ ଚୁକ୍ତି ଦସ୍ତଖତ କରିଛି ତାହାଲେ ତାକୁ ଯାତ୍ରା ସେଟ୍ କୁ ଆସିବା ଦରକାର

ନହେଲେ ନ ଆସିବାର କାରଣ ଦର୍ଶାଇବା ଦରକାର ଯଦି ସେ ଏପରି କରି ନାହାନ୍ତି ତାହାଲେ ଆପଣଙ୍କ ପ୍ରଯୋଜକ ଅଛି ସେ ଯେଉଁ ଯାତ୍ରାରେ କାର୍ଯ୍ୟ କରୁଛନ୍ତି ତାର ମଧ୍ୟ ପ୍ରଯୋଜକ ଅଛନ୍ତି ଆପଣ ତାଙ୍କ ସହ କଥା ହେବା ଆବଶ୍ୟକ।ପାର୍ବତୀ ଗଣନାଟ୍ୟ ଲୋକ କୋଣାର୍କ ଗଣନାଟ୍ୟ ଲୋକଙ୍କ ସହ କଥା ହେବା ଆବଶ୍ୟକ।

ନହେଲେ କଳାକାର ସଂଘ ଅଛି , ମାଲିକ ସଂଘ ଅଛି ଆପଣ ସେଠି କଥା ଉଠାଇବା ଆବଶ୍ୟକ ଆପଣ ଏହା ନକରି ସିଧା ସଳଖ ଖବର ବାହାର କରିଦେଲେ।ଏହା ଲୋକ ମାନଙ୍କ ପାଇଁ ରଚିତ ଏକ ନାଟକ।ଯଦି ଆପଣ ପୋଲିସ ପାଖକୁ ଗଲେ ଆଇନ ସବୁଠାରୁ ଉପରେ ସେ ନ୍ୟାୟ କରିବେ ବୋଲି ତାହାଲେ ଆପଣ ଯେଉଁ ଚୁକ୍ତି

କାଗଜ ବିଷୟରେ ଗଣ ମାଧ୍ୟମରେ କହୁଛନ୍ତି ତାହାର ଅସଲ କପି ଆଣି ଦେଖନ୍ତୁ ।ଏହାର ଜେରକ୍ସ ଦେଖାଇଲେ ହେବନି କାରଣ ବର୍ତ୍ତମାନ କମ୍ପ୍ୟୁଟର ରେ ଜଣେ ଆଉ ଜଣଙ୍କ ଦସ୍ତଖତ କପି କରି ଏହି ପରି କାଗଜ ବାହାର କରି ପାରିବ।ତେଣୁ ଆପଣ ଅସଲି ଚୁକ୍ତିନାମା ଆଣି ସମସ୍ତଙ୍କୁ ଦେଖାନ୍ତୁ ସମସ୍ତେ ଦେଖିବେ ତା ଛଡା

ସେହି କାଗଜରେ ଯେଉଁଥିରେ ଦସ୍ତଖତ ହୋଇଛି ସେଥିରେ ନାମ ତଳେ କୌଣସି ପ୍ରକାରର ତାରିଖ ପଡିନି। ତେଣୁ ଆପଣ କିପରି କହି ପାରିବେ ଏହା ସତ ବୋଲି।ଯେଉଁ ଅନ୍ୟ କଳାକାର ମାନେ ଦୈତାରି ପଣ୍ଡା ବିଷୟରେ ଖରାପ କରି କହୁଛନ୍ତି ସେମାନଙ୍କୁ କହିବା ପାଇଁ କୁହା ଯାଉଛି।ଏହା ଛଡା ଆପଣ କୌଣସି କଳାକାରଙ୍କୁ ୧୫ ଲକ୍ଷ ଟଙ୍କା କ୍ୟାସ ଦେଲେ କେମିତି ଯଦି ବି ଦେଲେ

ଏହାର ପ୍ରମାଣ କଣ ଅଛି।ଆପଣ ସେହି ଅସଲି କାଗଜ ଆଣି ଆଇନ ଆଗରେ ଦେଖନ୍ତୁ ଏବଂ ସେଥିରେ ଯେଉଁ ଦସ୍ତଖତ ଅଛି ତାକୁ ବ୍ୟୁରୋ ରେ ପରୀକ୍ଷା କରାଯାଉ ତା ପରେ କିଏ ଦୋଷୀ ବୋଲି ଜଣା ପଡ଼ିବ।ଯଦି କଳାକାର ଦୋଷୀ ତାହାଲେ ତାକୁ ଦଣ୍ଡ ମିଳୁ ଆଉ ଯଦି ପ୍ରଯୋଜକ ଦୋଷୀ ତାହାଲେ ତାକୁ ମଧ୍ୟ ଦଣ୍ଡ ମିଳୁ।ଏପରି କରିବା ଦ୍ବାରା ଭବିଷ୍ୟତରେ କେହି ଆଉ କାହାକୁ ହଇରାଣ କରିବ ନାହିଁ।

Leave a Reply

Your email address will not be published. Required fields are marked *