ଶ୍ରାବଣ (SRABAN) ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସହଜ ପୂଜାବିଧି,ଏହି ଉପାୟ କରିଲେ ସବୁ ଇଚ୍ଛା ପୁରଣ ହେବ…

Spread the love

ଶ୍ରାବଣ ମାସ ଭଗବାନ ଶିବଙ୍କ ଅତି ପ୍ରିୟ ହୋଇଥାଏ।ତେଣୁ ଭଗବାନଙ୍କୁ ସ୍ୱଚ୍ଛ ମନରେ ଡାକିଲେ ତାଙ୍କ ନାମ ଜପିଲେ ଭଗବାନ ଶିବ ଅତି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।ଆପଣ ଏହି ମାସରେ କିଛି ସହଜ ଉପାୟ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ। ଆଜି ଆମେ ଶ୍ରାବଣ ମାସର କିଛି ସହଜ ପୂଜାବିଧି ବିଷୟରେ ଜାଣିବା।ଭଗବାନ ଶିବଙ୍କୁ ବେଲ ପତ୍ର ଅତି ପ୍ରିୟ ହୋଇଥାଏ।ସମୁଦ୍ର ମନ୍ଥନରୁ ବିଷ ପାନ କରିଥିଲେ ଭଗବାନ ଶିବ।

ତେଣୁ ଭଗବାନଙ୍କ ଚିକିତ୍ସା କରିବା ପାଇଁ ଦେବତା ମାନେ ବେଲ ପତ୍ରରୁ ଔଷଧ ତିଆରି କରି ଦେଇଥିଲେ। ଶ୍ରାବଣ ମାସରେ ୨୧ଟି ବେଲ ପତ୍ରରେ ଚନ୍ଦନ ସାହାଯ୍ୟରେ ଓଁ ନମଃ ଶିବାୟଃ ଲେଖି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।ଏହିପରି କରିବା ଦ୍ୱାରା ବହୁତ ଶୀଘ୍ର ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ଗୋମୁତ୍ରକୁ ଆମ ଧର୍ମରେ ସବୁଠାରୁ ଶୁଦ୍ଧ ପଦାର୍ଥ ମନାଯାଇଛି।ପୂଜା ପାଠ କାର୍ଯ୍ୟରେ ଏହାର ବିଶେଷ ଭାବେ ପ୍ରୟୋଗ ମଧ୍ୟ ହୋଇଥାଏ।ଯଦି ଆପଣଙ୍କ ଘରେ କିଛି ସମସ୍ୟା ଲାଗି ରହିଥାଏ ତେବେ ଶ୍ରାବଣ ମାସରେ ସକାଳୁ ଆପଣଙ୍କ ଘରେ ଗୋମୁତ୍ରର ଛିଞ୍ଚନ କରନ୍ତୁ।ଏହି ଭଳି କରିବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ

ଉର୍ଜା ଦୂର ହୋଇଥାଏ।ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ।ଯଦି ଆପଣଙ୍କ ପୁତ୍ର କି ପୁତ୍ରିଙ୍କ ବିବାହରେ କିଛି ବାଧା ସୃଷ୍ଟି ହୁଏ ତେବେ ଏହି ଉପାୟ ଶ୍ରାବଣ ମାସରେ କରି ବାଧାକୁ ଦୂର କରିପାରିବେ।ଶ୍ରାବଣ ମାସରେ କେଶର ମିଶ୍ରିତ ଦୁଗ୍ଧ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ।ଏହା କରିବା ଦ୍ୱାରା ବହୁତ

ଶୀଘ୍ର ବିବାହର ଯୋଗ ହୋଇଥାଏ।ଏହା ସହିତ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।ଖାଦ୍ୟ ଅର୍ପଣ କରନ୍ତୁ।ଏହି ଭଳି କରିବା ଦ୍ଵାରା ଆପଣଙ୍କ ଘରେ କେବେ ଅନ୍ନର ହାନି ହୋଇ ନଥାଏ।ଏହା ସହିତ ପ୍ରତ୍ୟେହ ଷଣ୍ଢ ଓ ବଳଦକୁ ଘାସ ଖାଇବାକୁ ଦିଅନ୍ତୁ।ଏହା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ମନ ପ୍ରସନ୍ନ ରହିଥାଏ।

ଶ୍ରାବଣ ମାସରେ ସବୁଦିନ ସକାଳୁ ଶୀଘ୍ର ଉଠି ଶୌଚ ଓ ସ୍ନାନ ସାରି ପରିଷ୍କାର ବସ୍ତ୍ର ପରିଧାନ କରି ଆଖପାଖରେ ଥିବା ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଜଳରେ ଅଭିଷେକ କରନ୍ତୁ ଏବଂ ଭଗବାନଙ୍କ ନାମ ଜପ କରନ୍ତୁ।ଏହା ପରେ ମନ୍ଦିରରେ କିଛି ସମୟ ବସି ଓଁ ନମଃ ଶିବାୟଃ ମନ୍ତ୍ର ଜପ କରନ୍ତୁ। ଏହିପରି କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ

ଏବଂ ନୂଆ କାର୍ଯ୍ୟ ସମ୍ପନ୍ନ କରିବାର ଉର୍ଜା ପ୍ରାପ୍ତ ହୋଇଥାଏ।ଏହା ସହିତ ସୋମବାର ଦିନ ଜଳରେ ଦୁଗ୍ଧ ଓ କଳା ରଙ୍ଗର ତିଳ ବା ରାଶି ମିଶ୍ରିତ କରି ଭଗବାନ ଶିବ ଲିଙ୍ଗରେ ଅଭିଷେକ କରନ୍ତୁ।ଅଭିଷେକ କରିବା ପାଇଁ ପିତଳ ପାତ୍ରର ବ୍ୟବହାର କରନ୍ତୁ।ଭଗବାନ ଶିବଙ୍କୁ ରୋଗ ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ। ଏହି ଭଳି କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ।ଭଗବାନଙ୍କ ନାମ ସ୍ୱଚ୍ଛ ମନରେ ଜପନ୍ତୁ। ଓଁ ନମଃ ଶିବାୟଃ, ଓଁ ନମଃ ଶିବାୟଃ ଜପ କରନ୍ତୁ।

Leave a Reply

Your email address will not be published. Required fields are marked *