ସେ ରାତିରେ Baripada ରୁ କେନ୍ଦୁଝରର ରାତିର ଭୟଙ୍କର ଘଟଣା,Bangirposi ଘାଟିର ସେହି ରାତିରେ ଯାହା ଘଟିଲା କାହା ସହ ନ ଘଟୁ ଏପରି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ଘଟଣା ହେଉଛି ୨୦୦୯ ମସିହାର ସେଦିନ ପିଇଶା ଆମ ଘରକୁ ବୁଲିବାକୁ ଆସିଥାନ୍ତି।ସେ ତାଙ୍କ ଘରକୁ ଯିବା ପୂର୍ବରୁ କେବେ କେବେ ଆମ ଘରକୁ ମଧ୍ୟ ବୁଲିବାକୁ ଆସିଥାନ୍ତି।

ସେ ସେଦିନ ମଧ୍ୟ ଘରକୁ ଯିବା ଆଗରୁ ଆମ ଘରକୁ ବୁଲିବାକୁ ଆସିଥିଲେ।ମତେ ଏମିତିରେ ପିଉସୀ ଅପାଙ୍କ ଘରକୁ ଯିବାର ଥିଲା।ତେଣୁ ମୁଁ ଚିନ୍ତା କଲି ପିଇସାଙ୍କ ସହିତ ତାଙ୍କ କାରରେ ଗଲେ କିପରି ହୁଅନ୍ତା।ଏହି କଥା ମୁଁ ପିଇସାଙ୍କୁ ପଚାରିଲି।ସେ ମଧ୍ୟ ରାଜି ହୋଇଗଲେ।ଏହାପରେ ଆମେ ବାହାରିଲୁ।ଆମେ ରାତ୍ରି ସମୟର ଖାଦ୍ୟ ଖାଇନଥିଲୁ

ତେଣୁ ଏକ ଢ଼ାବା ପାଖରେ ଗାଡି ଅଟକାଇଲୁ।ଆମେ ଢ଼ାବାରୁ ଖାଦ୍ୟ ନେଇ ଆଗକୁ ଆସିଲୁ।ଏବଂ ବାଟରେ ଯିବା ସମୟରେ କେତେବେଳେ ମୋ ଆଖି ଲାଗିଯାଇଛି ତାହା ମୁଁ ଜାଣିନାହିଁ।ଏହାପରେ ଆମେ ଏକ ସ୍ଥାନରେ ଗାଡି ରଖି ରାତ୍ର ଭୋଜନ କରିବାରେ ଲାଗିଲୁ।ଆଖ ପାଖରେ ସମ୍ପୂର୍ଣ୍ଣ ସୁନ ସାନ ଥିଲା।ମୁଁ ଘଣ୍ଟାକୁ ଦେଖିବା ବେଳେ ସମୟ ସେତେବେଳେ ରାତି ସାଢ଼େ ଦଶଟା।

ଆମେ ଖାଦ୍ୟ ଖାଇ ସାରିବା ପରେ କେନ୍ଦୁଝର ଅଭିମୁଖେ ଆଗକୁ ବଢ଼ିଲୁ।ରାସ୍ତା ସମ୍ପୂର୍ଣ୍ଣ ସୁନସାନ ଥିବାରୁ ପିଇସା ଗାଡିକୁ ଫୁଲ ସ୍ପୀଡ଼ରେ ଚଳାଉଥାନ୍ତି।ମୁଁ ବାହାରେ ଥଣ୍ଡା ପବନର ମଜା ନେଉଥାଏ।ମୁଁ ଏହାପରେ ପିଇସାଙ୍କୁ ପଚାରିଲି କେନ୍ଦୁଝର ଆଉ କେତେବାଟ ରହିଲା।ସେ କହିଲେ ସମୟ ଲାଗିବ।ତୁ ଏବେ ଆରାମରେ ସୋଇପଡ କେନ୍ଦୁଝର ପହଞ୍ଚିଲେ ମୁଁ ଜଣାଇଦେବି।

ମୁଁ ବାହାରକୁ ଦେଖିବା ବେଳେ ଆମେ ଏକ ଘାଟି ରାସ୍ତାରେ ପହଞ୍ଚିସାରିଥାଉ।ପିଇସା ସେଠାରେ ଟିକେ ଅଜବ ବ୍ୟବହାର କରିଥାନ୍ତି ଏବଂ ତାହା ସହିତ ଡୋରର କାଚ ବନ୍ଦ କରିବାକୁ କହିଥାନ୍ତି।ଏହାପରେ ମୁଁ ସଙ୍ଗେ ସଙ୍ଗେ ଗାଡିର କାଚ ବନ୍ଦ କରିଦେଲି।ଏହାପରେ ହଠାତ ମୋର ନଜର ରୋଡ଼ ସାଇଡରେ ଥିବା ଏକ ଗଛର ଡାଳ ଉପରେ ପଡ଼ିଲା।ତାହା ଦେଖିକି ମୋ ପାଦ ତଳୁ ମାଟି ଖସିଗଲା।

କାରଣ ସେହି ଗଛର ଡାଳରେ ଏକ ମୃତ ଶରୀର ଝୁଲୁଥାଏ।କାର ଯେତେବେଳେ ସେହି ଗଛର ପାଖାପାଖି ପହଞ୍ଚିଲା ସେହି ଶରୀରଟି ଧୂଆଁ ହୋଇ ଲିଭିଗଲା ଏହାପରେ ପିଇସା କହିଲେ ଭୟ କରନି।ଚୁପ ଚାପ ବସିଥା।ଏସବୁ ଅଦୃଶ୍ୟ ଶକ୍ତି।ସେ ତୋର କିଛି ବି କରିପାରିବେ ନାହିଁ।ଏହାପରେ ମୁଁ ସେହି ଶରୀରଟି ପୁନର୍ବାର ଦେଖିଲି ଏବଂ ତାହା ଭୟାନକ ଦେଖା ଯାଉଥିଲା।କିନ୍ତୁ ପିଇସା ଡ଼ରୁନଥାନ୍ତି ଏହାପରେ ପିଇସା କହିଲେ ସେହି ଘାଟି ରାସ୍ତାରେ ଅନେକ ଦୁର୍ଘଟଣା ଘଟିଛି ସେଥିପାଇଁ ସେଠାରେ ଅନେକ ଅଦୃଶ୍ୟ ଶକ୍ତି ରହିଛନ୍ତି।

Leave a Reply

Your email address will not be published. Required fields are marked *