Bastu Tips – ବର୍ଷା ଜଳ ଆପଣଙ୍କୁ କରି ପାରେ କୋଟିପତି,ଏହି ଉପାୟ ଗୁଡିକ ଆଜିଠୁ ଆରମ୍ଭ କରିଦିଅନ୍ତୁ ଆପଣଙ୍କ ଘରେ

Spread the love

ଆମେ ପ୍ରତିଦିନ ଜଳକୁ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରି ଥାଉ।କିନ୍ତୁ ଏହି ଜଳ ଆମର ଅନେକ ସମସ୍ୟା ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ।ଏହି ଜଳକୁ ବ୍ୟବହାର କରି ଆମେ ନିଜର ଅନେକ ଆବଶ୍ୟକତା ପୁରଣ କରି ପାରିବା।ଏହା ସହିତ ଏହି ବର୍ଷା ଜଳକୁ ବ୍ୟବହାର କରି ଆମେ ଆମ ନିଜର ଆର୍ଥିକ ସମସ୍ୟାର ମଧ୍ୟ ସମାଧାନ କରି ପାରିବା।ତେବେ ବର୍ତ୍ତମାନ ବର୍ଷା ଋତୁ ଚାଲିଛି।ଏହି ଋତୁରେ ପ୍ରବଳ ବର୍ଷା ହୋଇଥାଏ।କିନ୍ତୁ ଏହି ବର୍ଷାର ଜଳକୁ ଆମେ ବ୍ୟବହାର କରି ନିଜର ଅନେକ ସମସ୍ୟାକୁ ଦୂର କରି ପାରିବା।

ତେବେ ଆପଣ ଯଦି ଅଚାନକ ଧନ ପ୍ରାପ୍ତିର ଇଚ୍ଛା ରଖି ଥାଆନ୍ତି ତେବେ ଆପଣ ନିଜର ଘରେ ବର୍ଷା ହେଉଥିବା ସମୟରେ ଏକ ପାତ୍ରରେ ପାଣି ଭରିବା ପାଇଁ ଘରର ଉପରେ କିମ୍ୱ ଘରର ତଳେ ରଖି ଦିଅନ୍ତୁ।ଏପରି କରିବା ଫଳରେ ଯେତେବେଳେ ସେହି ପାତ୍ରରେ ଆପେ ଆପେ ପାଣି ଭରିଯିବ ସେହି ସମୟରେ ଆପଣ ସେହି ପାତ୍ରକୁ ଆଣି ଘରର ଐଶାନ୍ୟ କୋଣରେ ରଖି ଦିଅନ୍ତୁ।ଏହାପରେ କିଛି ଦିନ ପରେ ଆପଣ ସେହି ପାତ୍ରକୁ ନେଇ ନିଜର ଘରର ସିନ୍ଦୁକ ବା ନିଜର ଅର୍ଥ ରଖିଥିବା ଜାଗାରେ ରଖି ଦିଅନ୍ତୁ।ଏପରି କରିବା ଫଳରେ ଆପଣଙ୍କୁ ଧନର ଅଭାବ ରହିବ ନାହିଁ।

ଯଦି ଆପଣଙ୍କର ବ୍ୟବସାୟରେ ବାରମ୍ବାର କ୍ଷତି ଘଟୁଥାଏ ତେବେ ଆପଣ ଏକ ସଫା ଓ ନୂତନ ପିତଳ ଲୋଟାରେ ବର୍ଷା ଜଳ ଭରି ଦିଅନ୍ତୁ।ଏହାପରେ ସେହି ବର୍ଷା ଜଳରେ ମାତା ଲକ୍ଷ୍ମୀଙ୍କର ଅଭିଷେକ କରାନ୍ତୁ ଓ ମାତା ଲକ୍ଷ୍ମୀଙ୍କର ମନ୍ତ୍ର ମନେ ମନେ ଜପ କରନ୍ତୁ।ଏପରି କରିବା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ଓ ଆପଣଙ୍କର ସମସ୍ତ ଅସୁବିଧାକୁ ଦୂର କରିବେ।ଏହା ସହିତ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ।

ତେବେ ଯଦି ଆପଣଙ୍କ ଘରେ ସର୍ବଦା ସମସ୍ୟା ଲାଗି ରହିଥାଏ।ଯେପରିକି ଆପଣଙ୍କ ଘରେ ସର୍ବଦା କଳହ ଲାଗି ରହିଥାଏ ତେବେ ଆପଣ ବର୍ଷା ଜଳରେ ଭଗବାନ ବିଷ୍ଣୁଙ୍କର ଅଭିଷେକ କରାନ୍ତୁ ଓ ‘ ଓଁ ନମଃ ଭଗବତେ ବାସୁଦେବାୟ ‘ ମନ୍ତ୍ର ୧୦୮ ଥର ଜପ କରନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଘରେ ଆଉ କଳହ ଲଗିବ ନାହିଁ ଓ ଆପଣ ଦେଖିବେ ଆପଣଙ୍କ ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହେବ।

ଏହା ସହିତ ଆପଣ ଯଦି ଅନୁଭବ କରନ୍ତି କି ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତି ବାସ କରୁଛି ତେବେ ଆପଣ ଏକ ପାତ୍ରରେ ବର୍ଷା ଜଳ ନେଇ ଏହାକୁ ନିଜ ସମ୍ମୁଖରେ ରଖି ହନୁମାନ ଚାଳିଶ ୧୦୮ ଥର ଜପ କରନ୍ତୁ।ଏହାପରେ ଆପଣ ସେହି ଜଳକୁ ନିଜର ଘରେ ଛିଞ୍ଚି ଦିଅନ୍ତୁ।ଏପରି କରିବା ଫଳରେ ଆପଣ ଦେଖିବେ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତି ପଳାୟନ କରିବେ।

ଏହା ସହିତ ଆପଣ ଯଦି କରଜରେ ବୁଡି ରହିଥାନ୍ତି ଅଥବା ଆପଣଙ୍କ ଦେହ ସର୍ବଦା ଖରାପ ରହୁଥାଏ ତେବେ ଆପଣ ବର୍ଷା ଜଳରେ ଭିଯିଭିଯି ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ ଓ ଭଗବାନ ଶିବଙ୍କ ନାମକୁ ୧୦୮ ଥର ଜପ କରନ୍ତୁ ଏପରି କରିବା ଫଳରେ ଆପଣ ଦେଖିବେ ଆପଣଙ୍କର ସମସ୍ତ କରଜ ଶୁଝି ଯିବ ଓ ଆପଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଠିକ ହୋଇଯିବ।

Leave a Reply

Your email address will not be published. Required fields are marked *