ଓଲିଉଡ ରାଣୀ ବର୍ଷା ପ୍ରିୟଦର୍ଶିନୀ କିପରି ପାଳନ କଲେ ସାବିତ୍ରୀ ବ୍ରତ ? କଣ ପୁଣି ଏକାଠି ହେବେ ଅନୁଭବ ବର୍ଷା – ଜାଣିରଖନ୍ତୁ କଣ କହିଲେ ସେ

Spread the love

ଗତ କାଲି ଶେଷ ହୋଇଛି ସାବିତ୍ରୀ ବ୍ରତ।ସମସ୍ତ ବିବାହିତା ନାରୀ ମାନେ ନିଜ ନିଜ ପତିଙ୍କ ଲମ୍ବା ଆୟୁଷ ନିମନ୍ତେ ଭଗବାନ ଶିବଙ୍କ ନିକଟରେ ପୂଜା କରିବା ସହିତ ଉପବାସ ରଖିଥିଲେ।ଗୋଟେ ଝିଅ ବିବାହ କଲା ପରେ ତା ପାଇଁ ତା ଜୀବନର ସବୁକିଛି ପାଲଟି ଯାଆନ୍ତି ତା ସ୍ବାମୀ ତେଣୁ ସେ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ନିମନ୍ତେ ଭଗବାନ ଶିବଙ୍କ ନିକଟରେ ଏହି ଦିନରେ ପୂଜା କରିଥାନ୍ତି। ଗତ କାଲି ଥିଲା ସାବିତ୍ରୀ ବ୍ରତ ଏହା ସହିତ ଗତ କାଲି ସନୀଙ୍କର ଜୟନ୍ତୀ ମଧ୍ୟ ରହିଥିଲା।ଗତକାଲି ସୂର୍ଯ୍ୟ ପୁତ୍ର ସନିଙ୍କର ଜନ୍ମ ଦିବସ ଥିଲା।

ପୁରାତନ ଯୁଗରେ ସାବିତ୍ରୀ ନିଜ ପତି ସତ୍ୟବାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଜମଙ୍କ ପଛେ ପଛେ ଜମଦ୍ୱାର ପର୍ଯ୍ୟନ୍ତ ଚାଲିଯାଇଥିଲେ।ଫଳରେ ଯମଙ୍କ ହୃଦୟ ମଧ୍ୟ ତରଳି ଯାଇଥିଲା ଓ ସେ ସବିତ୍ରୀଙ୍କୁ ଭଗବାନ ଶିବଙ୍କ ନିକଟରେ ଗୁହାରି କରିବାକୁ ଉପଦେଶ ଦେଇଥିଲେ।ସେ ଏହି ଉପଦେଶ ମାନି ଶିବଙ୍କୁ ଗୁହାରି କରିଥିଲେ ଓ ଶିବ ମଧ୍ୟ ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ପତିଙ୍କ ଜୀବନ ଫେରାଇଦେଇଥିଲେ।ସେହି ଦିନଠାରୁ ସମସ୍ତ ବିବାହିତା ନାରୀମାନେ ଭଗବାନ ଶିବଙ୍କ ନିକଟରେ ନିଜର ପତିଙ୍କ ଲମ୍ବା ଆୟୁଷ ନିମନ୍ତେ ପୂଜା କରିଥାନ୍ତି।

ବର୍ତ୍ତମାନ କିଛି ଦିନ ହେବ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଳହ ବିଷୟରେ ସମସ୍ତେ ଶୁଣିଥିବେ।ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ କଳହର ଶେଷ ଘଟୁ ନାହିଁ।କିଛି ଦିନ ତଳେ ପ୍ରାୟତଃ ସମସ୍ତ ଖବର ଚାନେଲରେ ସେମାନଙ୍କ କଳହର ବିଷୟରେ ପ୍ରସାରଣ ହେଉଥିଲା ଏହା ପରେ ମଧ୍ୟ ବର୍ଷା ଜଣେ ସାବିତ୍ରୀ ଭାବରେ ନିଜର ପତି ଅନୁଭବଙ୍କ ଲମ୍ବା ଆୟୁଷ ପାଇଁ ଭଗବାନ ଶିବଙ୍କ ନିକଟରେ ପୂଜା ଓ ଉପବାସ କରିଛନ୍ତି।ତାଙ୍କ ଭିତରେ ଅନେକ କଳହ ଥିଲେ ମଧ୍ୟ ସେ କାଲି ତାଙ୍କ ପାଇଁ ବ୍ରତ ପାଳନ କରିଥିଲେ।

ଅନେକଙ୍କ କହିବା ଅନୁସାରେ ଅନୁଭବ ଓ ବର୍ଷା ପୁଣିଥରେ ଏକାଠି ହୋଇସାରିଲାଣି ମାତ୍ର ଏହା ବିଷୟରେ କିଛି ସଠିକ ସୂଚନା ମିଳିନାହିଁ।ତେବେ ବର୍ଷାଙ୍କର ଏତେ ବିବାଦ ସତ୍ତ୍ୱେ ନିଜ ପତି ଅନୁଭବଙ୍କ ପାଇଁ ସାବିତ୍ରୀବ୍ରତ ପାଳନ କରିବା ଏହା ସୂଚନା ଦେଉଛି କି ସେମାନଙ୍କ ମଧ୍ୟରେ କଳହ ଧୀରେ ଧୀରେ କମିବାରେ ଲାଗିଛି ଯାହା ଏକ ଭଲ ସମାଚାର।ସେମାନେ ଏକାଠି ହୋଇ ଆମ ଓଲିଉଡକୁ ଅନେକ ଚଳଚ୍ଚିତ୍ର ଦେଇସାରିଛନ୍ତି।ସେଥିପାଇଁ ସମସ୍ତ ଓଡ଼ିଶାବାସୀ ଚାହାନ୍ତି କି ସେମାନଙ୍କ ମଧ୍ୟରେ ଥିବା କଳହ ଶେଷ ହୋଇଯାଉ ଓ ସେମାନେ ପୁଣି ପୂର୍ବଭଳି ଏକାଠି ହୋଇଯାନ୍ତୁ।

ସମସ୍ତ ବିବାହିତା ନାରୀଙ୍କ ଭଳି ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଗତକାଲି ସକାଳୁ ନୂଆ ଶାଢ଼ୀ ପିନ୍ଧି ଶିବ ମନ୍ଦିରକୁ ଆସିଥିଲେ।ସାଙ୍ଗରେ ଥିଲା ପୂଜା ଥାଳି।ସେ ଭଗବାନ ଶିବଙ୍କ ନିକଟରେ ନିଜର ପୂଜା ସମ୍ପୂର୍ଣ୍ଣ କରିଥିଲେ ଓ ସେ ନିଜର ପତି ଅନୁଭବଙ୍କ ପାଇଁ ତାଙ୍କର ଲମ୍ବା ଆୟୁଷ ଭିକ୍ଷା କରିଥିଲେ।ଏହା ଦେଖିବା ପରେ ସମସ୍ତ ଜନତା ଏହା ନିଶ୍ଚିତ ରୂପେ ଜାଣି ସାରିଲେଣି କି ସେମାନଙ୍କ ମଧ୍ୟରେ ଝଗଡ଼ା ଧୀରେ ଧୀରେ କମିବାକୁ ଲାଗିଛି।

Leave a Reply

Your email address will not be published. Required fields are marked *