କୋଭିଡ ଟୀକାକରଣ କିଏ ନେବେ କିଏ ନେବେ ନାହିଁ ?କଣ ରହିଛି ଡାକ୍ତର ଙ୍କ ପରାମର୍ଶ ଜାଣିରଖନ୍ତୁ

Spread the love

ଆମ ପାଖରେ ୨ ଟି ଟିକା ଅଛି।ଯାହା ହେଉଛି କୋଭିସିଲ୍ଡ ଓ ଅନ୍ୟଟି ହେଉଛି କୋ ଭ୍ୟାକ୍ସିନ।କୋଭିସିଲ୍ଡ କୋଭିଡକୁ ରୋକିବା ପାଇଁ ପ୍ରାୟ ୭୦ ପ୍ରତିଶତ ସକ୍ଷମ।କିନ୍ତୁ ଜଣାପଡିଛି କି ଏହି ଟିକା ନେବାର ୨୧ ଦିନପରେ କୋଭିଡର ଅଧିକ ପ୍ରଭାବ ଶରୀର ଉପରେ ପରିଲିଖିତ ହେବ ନାହିଁ କି ମୃତ୍ୟୁ ମଧ୍ୟ ହେବ ନାହିଁ।ଏହାକୁ ନେବାର ୨୧ ଦିନ ପରେ ଆମେ ସୁରକ୍ଷିତ କୋଭିଡରୁ।କୋ ଭ୍ୟାକ୍ସିନ ପ୍ରାୟତଃ ୮୧ ପ୍ରତିଶତ ସକ୍ଷମ କୋଭିଡକୁ ରୋକିବା ପାଇଁ।ଏହାକୁ ନେବା ପରେ ମଧ୍ୟ ଆମେ କୋଭିଡ ଠାରୁ ପ୍ରାୟତଃ ସୁରକ୍ଷିତ।

ଏହା ସାଧାରଣତଃ କୋଭିଡର ଦିତୀୟ ସ୍ରୋତ ଉପରେ ଅଧିକ ପ୍ରଭାବଶାଳୀ।ଏହା ଦିତୀୟ ଥର ହେଉଥିବା କୋଭିଡ ରୋଗୀଙ୍କ ପାଇଁ ଅଧିକ କାର୍ଯ୍ୟକ୍ଷମ ହୋଇପାରୁଛି।କୋ ଭ୍ୟାକ୍ସିନ ଟିକା ଟି ନେବା ଫଳରେ ଦିତୀୟ ଥର ଆକ୍ରାନ୍ତ ବା ପ୍ରଥମ ଥର ଆକ୍ରାନ୍ତ ହେବାର ବହୁତ କମ ସମ୍ଭାବନା ରହିଛି।କୋଭିସିଲ୍ଡ ନିଜର ଦିତୀୟ କୋଭିଡ ସ୍ରୋତ ଉପରେ ପ୍ରଭାବ ବିଷୟରେ କିଛି ଘୋଷଣା କରିନାହିଁ କିନ୍ତୁ ଜଣାପଡିଛି କି ଏହା ନିଜର ଦିତୀୟ ସ୍ରୋତ ଉପରେ ପ୍ରଭାବ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରିପାରେ।

ତେଣୁ ଆମକୁ ପ୍ରଥମେ ଟୀକାକରଣ କରିନେବା ଆବଶ୍ୟକ।ବର୍ତ୍ତମାନ ସୂଚନା ଆସୁଛି କି ସ୍ପୁଟନିକ ବି ନାମରେ ଏକ ଟିକା ଆସିବ।ଯାହା କୋଭିଡ ଉପରେ ପ୍ରାୟତଃ ୯୧ ପ୍ରତିଶତ ପ୍ରଭାବ ପକାଇବ।ଯାହା ଜଣାପଡୁଛି ଏହି ଟିକା ନେବା ଫଳରେ କୋଭିଡ ସଂକ୍ରମଣର ଖୁବ କମ ଆଶଙ୍କା ରହିଛି।ଶୁଣାଯାଉଛି କି ଆଗାମୀ ୨-୩ ମାସ ମଧ୍ୟରେ ପ୍ରାୟ ୧-୨ ଟି ନୂତନ ଟିକା ଆସିଯିବ।ଫଳରେ ଆଉ ଟିକାର ଅଭାବ ପରିଲିଖିତ ହେବ ନାହିଁ।ତେଣୁ ଟିକାକୁ ଭୟ ନକରି କୋଭିଡ କୁ ଭୟ କରିବା ଆବଶ୍ୟକ ଓ ତୁରନ୍ତ ଟିକା ନେବା ଆବଶ୍ୟକ।ଫଳରେ ଆମେ କୋଭିଡର ସଂକ୍ରମଣକୁ ରୋକିପାରିବା।

୧୮ ବର୍ଷ ବୟସରୁ ତଳକୁ ପିଲାମାନେ ଏହି ଟିକ ମଧ୍ୟରୁ କୌଣସି ଟିକା ନେଇପାରିବେ ନାହିଁ।୧୮ ବର୍ଷ ବୟସରୁ ଉର୍ଦ୍ଧ ବୟସର ବ୍ୟକ୍ତି ମାନେ ଏହି ଟିକା ମଧ୍ୟରୁ ଯେ କୌଣସି ଟୀକାକୁ ନେଇପାରିବେ।ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି କିମ୍ବା ସେ ଛୋଟ ପିଲାଟିଏ କ୍ଷୀର ପିଆଉଛନ୍ତି ତେବେ ସେ ଟିକା ନେଇପାରିବେ ନାହିଁ କାରଣ ଏହା ଉପରେ କୌଣସି ପରୀକ୍ଷା କରାଯାଇନାହିଁ।ଏହାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ କିଛି ସୂଚନା ନଥିବାରୁ ଏହି ମହିଳାମାନେ ଟିକା ନେଇପାରିବେ ନାହିଁ।

ଯେଉଁ ମାନଙ୍କର ଏଲର୍ଜି ଅଛି ସେମାନେ ମଧ୍ୟ ଟିକା ନେଇପାରିବେ ନାହିଁ କାରଣ ଏହାର କିଛି ପାର୍ଶ୍ୱପ୍ରତିକ୍ରୀୟା ଦେଖାଯାଉଛି।ଯେଉଁ ମାନଙ୍କର ରୋଗପ୍ରତୀରୋଧକ ଶକ୍ତି ବହୁତ କମ ସେମାନେ ମଧ୍ୟ ଟିକା ନେବା ଉଚିତ ନୁହେଁ। ଡକ୍ଟରଙ୍କ ପରାମର୍ଶ ଅନୁସାରେ ସମ୍ପୂର୍ଣ୍ଣ ଟୀକାକରଣ ହୋଇସାରିବା ପରେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ଥାଏ।ତେଣୁ ଟୀକାକରଣ ହୋଇସାରିବା ପରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରନ୍ତୁ।ଏହା ସହିତ ମାସ୍କ ମଧ୍ୟ ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ।

Leave a Reply

Your email address will not be published. Required fields are marked *