ମହିଳାଙ୍କ ମନୋବିଜ୍ଞାନ କଣ କୁହେ ଆସନ୍ତୁ ଜାଣିବା – କଣ ସେ ଚାହାନ୍ତି – ମହିଳା ମାନକ ବିଷୟରେ ଏହି କଥା ଜାଣିରଖନ୍ତୁ

Spread the love

ପ୍ରକୃତିର ନିୟମ ଅନୁସାରେ ସୋୟଂ ଭଗବାନ ସଂସାରକୁ ଆଗକୁ ବଢ଼େଇବା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଜନ୍ମ ଦେଇଛନ୍ତି।ସଂସାର ଓ ପ୍ରକୃତି ସମତୁଲ ରଖିବା ପାଇଁ ସେମାନଙ୍କ ପାଇଁ ଏକ ସମାଜ ତିଆରି କଲେ ଯାହାକୁ ମଣିଷ ସମାଜ କୁହାଯାଏ।ଆଗକାଳରେ ପୁରୁଷ ମାନେ ନାରୀ ମାନଙ୍କୁ ସନମାନ ଓ ଇଜ୍ଜତ ଦେଉଥିଲେ, ହେଲେ ଏହା ବର୍ତ୍ତମାନ ଧୀରେ ଧୀରେ ଲୋପ ପାଇ ନାରୀ ମାନଙ୍କୁ ଦଳିତ ଏବଂ ଅବହେଳିତ କରାଯାଉଛି।ତାଙ୍କୁ ଘର କୋଣରେ ରଖାଗଲା, ତାଙ୍କ ମନର କଥା ବୁଝିବାକୁ କେହି ଚେଷ୍ଟା କରୁନାହାନ୍ତି ଏବଂ ସେମାନେ କଣ ଚାହାନ୍ତି ବା ତାଙ୍କର ଯାହା ଦରକାର ତାଙ୍କୁ ମିଳୁନି।ତାଙ୍କର ମନସ୍ଥିତି ବିଷୟରେ ଜାଣିବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ମନୋବିଜ୍ଞାନ ବିଷୟରେ।

ଭଗବାନଙ୍କ ସୃଷ୍ଟିରେ ସବୁଠାରୁ ଶକ୍ତିଶାଳୀ ଦେଖିବାକୁ ଗଲେ ନାରୀ।କେବଳ ଯେ ଶାରୀରିକ ଶକ୍ତିଶାଳୀ ନୁହେଁ, ବରଂ ମନୋଭାବରେ ନାରୀ ବହୁତ ଶକ୍ତିଶାଳୀ।ନାରୀ ବହୁତ କିଛି କରିପାରେ, ଯାହାକି ଅନେକ କଥାବସ୍ତୁ ଓ ପ୍ରମାଣ ରହିଛି। ତେବେ ନାରୀଙ୍କ ମନୋଭାବକୁ କେହି ବୁଝିପାରନ୍ତି ନାହିଁ। କୁହାଯାଏ ସୋୟଂ ଭଗବାନ ମଧ୍ୟ ନାରୀଙ୍କ ମନ କଥା ବୁଝିପାରିନଥିଲେ।ନାରୀ ମାନେ ସବୁବେଳେ କିଛି ସ୍ୱତନ୍ତ୍ର ଚିନ୍ତା କରିଥାନ୍ତି।ପ୍ରତ୍ୟେକ ମଣିଷ ଚାହେଁ ନିଜର କିଛି ସ୍ୱତନ୍ତ୍ରତା ହାସଲ କରିବା ପାଇଁ, ହେଲେ ନାରୀଙ୍କୁ ଅନେକ କିଛି କାମ କରିବାକୁ ମନା କରନ୍ତି, ଅନେକ କଥା ବାରଣ କରାଯାଏ।ଯାହାକି ନାରୀର ଇଚ୍ଛାକୁ ବୁଝି ପାରନ୍ତି ନାହିଁ। ନାରୀକୁ ଭଗବାନ ଏଥି ପାଇଁ ଜନ୍ମ ଦେଇଥିଲେ ଯେ ସେ ଆଉ ଏକ ମଣିଷକୁ (ପୁରୁଷ / ନାରୀ) ଜନ୍ମ ଦେଇପାରେ। ଏହିପରି ଏମିତି ଅନେକ ଗୁଣ ନାରୀଙ୍କ ଭିତରେ ଅଛି ଯାହା ପୁରୁଷଙ୍କ ପାଖରେ ନାହିଁ।

ନାରୀ ଓ ପୁରୁଷ ଦୁହେଁ ବିପରୀତ ତେଣୁ ସେମାନେ ପରସ୍ପରକୁ ଆକର୍ଷିତ ଅଟନ୍ତି।ଯଦି ନାରୀକୁ ତାର ସ୍ୱତନ୍ତ୍ରତା ସହ ରହିବାକୁ ଦିଆଯାଏ, ସେ ଖୁସି ହେବା ସହ ସମ୍ପୂର୍ଣ୍ଣ ପରିବାର ମଧ୍ୟ ଖୁସିରେ ରହିବ।

ଅଧିକାଂଶ ଦେଖିବାକୁ ମିଳେ ଯେ ମହିଳାମାନେ ସାଧାରଣ ଘର କୋଣରେ ରୁହନ୍ତି, ପରିବାର, ପିଲାଛୁଆଙ୍କ ଯତ୍ନ ନେବା, ଘରର ଯତ୍ନ ନେବା।ଯଦି ସେମାନଙ୍କୁ ପଚରାଯାଏ ଯେ ତୁମର ଇଛା କଣ, ସେମାନେ ଖୁସିରେ କହିବେ ଆମେ ବାହାର ଦୁନିଆ ବିଷୟରେ ଜାଣିବାକୁ ଚାହିଁଚୁ ଏବଂ ବାହାର ଦୁନିଆ କଥା ଦେଖିବାକୁ ଚଂହୁଚୁ।ନାରୀର ମାନସ୍ତତ୍ୱ୍ୱ କହେ ନାରୀକୁ ଦରକାର ମୁକ୍ତି। ମୁକ୍ତିରୁ ମିଳେ ଷୌନ୍ଦର୍ଯ୍ୟ ଓ ଖୁସି ଯାହାକି ଏକ ସୁପରିବାର ଗଢିବାରେ ସାହାଯ୍ୟ କରେ। ତା ଅର୍ଥ ନୁହେଁ କି ସେ ବିବାହ ବନ୍ଧନରେ ସମ୍ପୃକ୍ତ ହେବାକୁ, ସେ ଚାହେଁ ବିବାହ ବନ୍ଧନରେ ହିଁ ନିଜକୁ ମୁକ୍ତି ରଖିବାକୁ। ସାଧାରଣତଃ ନାରୀମାନେ ଶାନ୍ତ ଓ ସରଳ ସ୍ଵଭାଵର ଅଟନ୍ତି, ହେଲେ ବେଳେ ବେଳେ ସେମାନେ ରୁଦ୍ର ରୂପ ମଧ୍ୟ ଧାରଣ କରନ୍ତି।

ଆଉ ସେତିକି ବେଳେ ଧାରଣ କରନ୍ତି ଯେତେବେଳ ତାଙ୍କ ସହ କିଛି ଖରାପ କାଣ୍ଡ ଘଟିଥାଏ।ଗୋଟିଏ ଗବେଷଣାରୁ ଜଣା ଯାଇଛି ଯେ ଯଦି କୌଣସି ପୁରୁଷକୁ ନାରୀର ପରିସ୍ଥିତି ଗ୍ରହଣ କରିବାକୁ ତେବେ ପୁରୁଷ ବୁଦ୍ଧି ଶୂନ୍ୟ ହୋଇଯିବ, ହେଲେ ନାରୀଟିଏ ପୁରୁଷର ପରିସ୍ଥିତି ଗ୍ରହଣ କରିପାରିବ। ତମାନେ ନୁହେଁ ଯେ ପୁରୁଷ ପରିସ୍ଥିତି ସହଜ, ପରିସ୍ଥିତିକୁ ସହ୍ୟ କରିବାର ସକ୍ଷମତା ରହିଛି।

Leave a Reply

Your email address will not be published. Required fields are marked *