ଓଡ଼ିଆ ନାୟିକା ବର୍ଷାଙ୍କ ବିଷୟରେ କିଛି ଅଜଣା କଥା – ବର୍ଷାଙ୍କ ଏହି ସତ୍ୟତା ଆଜି ଯାଏ କେହି ଜାଣି ନଥିବେ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଫିଲ୍ମ ଜଗତର ଜଣେ ଅନନ୍ୟ ନାୟିକା ବିଷୟରେ।ତାଙ୍କୁ ଓଲିଉଡ କ୍ୱିନ ମଧ୍ୟ କୁହାଯାଏ। ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଆଲବମ ସହିତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ଏବେବି ତାଙ୍କୁ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଦେଖୁଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଛନ୍ତି।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି। ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ବିଷୟରେ।

ସେ ହେଉଛନ୍ତି ଓଲିଉଡ ଜଗତର କ୍ୱିନ ବର୍ଷା ପ୍ରିୟଦର୍ଶିନୀ।ତାଙ୍କର ଜନ୍ମ ୨୫.୮.୧୯୮୪ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ କଟକ,ଓଡ଼ିଶା ଅଟେ। ବର୍ଷା ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ।ସେ ତାଙ୍କ ପାଠ ପଢା ସମୟରେ ବହୁତ ଭଲ ପାଠ ପଢୁଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ। ବର୍ଷାଙ୍କର ଉଚ୍ଚତା ପାଞ୍ଚ ଫୁଟ ୯ ଇଞ୍ଚ ଓ ଓଜନ ୬୫ କେଜି।

ସେ ବଙ୍ଗାଳୀ ଫିଲ୍ମ ଦୁନିଆରୁ ପ୍ରଥମ କରି ତାଙ୍କ ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ସେ ୨୦୧୪ ମସିହାରେ ଅନୁଭବ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ବର୍ଷା ତାଙ୍କ ଜୀବନରେ ବହୁତ ମ୍ୟୁଜିକ ଆଲବମ ଓ ଫିଲ୍ମରେ ଅଭିନୟ କରିଛନ୍ତି।ସେ ୨୦୦୧ ମସିହାରେ ବାଜି ନାମକ ଏକ ବେଙ୍ଗଲୀ ଛବିରେ ପ୍ରଥମ କରି ଅଭିନୟ କରିଥିଲେ।କେବଳ ଏତିକି ନୁହେଁ ସେ ୨୦୦୩ ମସିହାରେ ଏ ଯୁଗର କୃଷ୍ଣ ସୁଦାମା ଓଡିଆ ଫିଲ୍ମରେ ଅଭିନୟ କରିଥିଲେ। ତା ଛଡା ସେ ମେଣ୍ଟାଲ, ବାଳୁଙ୍ଗା ଟୋକା,ପ୍ରେମ ରୋଗୀ,ତତେ ମୋ ରାଣ, ନେଇଯାରେ ମେଘ ମୋତେ, ମେଟ୍ରିକ ଫେଲ ଆଦି ଫିଲ୍ମରେ ନିଜ ଅଭିନୟର ଚତୁରି ଦେଖାଇଛନ୍ତି।

ଓଡ଼ିଆ ଫିଲ୍ମ ଜଗତରେ ବର୍ଷା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଆଲବମ ଓ ଫିଲ୍ମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ନିମକି ଫିଲ୍ମ ଜରିଆରେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।ସେ ଏବେ ତାଙ୍କ ପତିଙ୍କ ଠାରୁ ଅଲଗା ହୋଇ ନିଜ ଘରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *