ଲେବର କାର୍ଡପାଇଁ ଆବେଦନ ଓ ଏହାର ୧୦ ସୁବିଧା – ଏହି ସୁବିଧା ଗୁଡିକ ଆପଣଙ୍କୁ ମିଳିବ..

Spread the love

ବନ୍ଧୁମାନେ ଆପଣ ମାନେ ଜାଣି ନଥିବେ ଗୋଟେ ଲେବର କାର୍ଡର କେତେକ ସୁବିଧା ଆପଣ ଜାଣି ନଥିବେ।ତେବେ ଆଜି ଆମେ ଏଠାରେ ଲେବର କାର୍ଡ ପାଇଁ କିପରି ଆବେଦନ କରାଯିବ ଏବଂ ଏହି ଲେବର କାର୍ଡର କଣ ସବୁ ଫାଇଦା ରହିଛି ସେ ସବୁ ବିଷୟରେ ଜାଣିବା।ଲେବର କାର୍ଡ ହେଉଛି ଗୋଟେ ଶ୍ରମିକର ପରିଚୟ ପତ୍ର।ତେବେ ଲେବର କାର୍ଡ ଆଉ ଜବ କାର୍ଡ ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା କାର୍ଡ।ଲେବର କାର୍ଡ ୨ ପ୍ରକାରର ରହୁଛି।ପ୍ରଥମଟି ହେଉଛି ସାମାଜିକ ଲେବର କାର୍ଡ।ଏହି କାର୍ଡଟି ସେମାନଙ୍କ ପାଇଁ ଯେଉଁମାନେ ଘରଘର କାମ କରୁଛନ୍ତି,ବୁଲିକି ଇଟା ଭାଟିରେ କାମ କରୁଛନ୍ତି ଏବଂ ଏଭଳି କମ୍ ସବୁ କରୁଛି ସେମାନଙ୍କ ପାଇଁ।ଦ୍ଵିତୀୟ ଟି ହେଉଛି ନିର୍ମାଣଧୀନ ଶ୍ରମିକଙ୍କ ପାଇଁ ନିର୍ମାଣାଧୀନ ଲେବର କାର୍ଡ।ଯଦି ଆପଣ ଏକ ସାମାଜିକ କାର୍ଡ କରୁଛନ୍ତି ତେବେ ଆପଣଙ୍କୁ କେବଳ ଜୀବନ ବୀମାର ସୁବିଧା ମିଳିବ।କିନ୍ତୁ ଆପଣ ଯଦି ନିର୍ମାଣଧୀନ କାର୍ଡ କରୁଛନ୍ତି ଆପଣଙ୍କୁ ଅନେକ ସୁବିଧା ମିଳିବ।

ନିର୍ମାଣଧୀନ କାର୍ଡ କରିବା ପରେ ପ୍ରଥମ ବର୍ଷରେ କୋଡି ଓ କୋଦାଳ କିଣିବା ପାଇଁ ୨୦୦୦ ଟଙ୍କା ମିଳିବ।ଦ୍ଵିତୀୟ ବର୍ଷରେ କାର୍ଡ କୁ ନବୀକରଣ କରିବା ପରେ ଆପଣଙ୍କୁ ଗୋଟେ ସାଇକଲ କିଣିବା ପାଇଁ ୪୦୦୦ ଟଙ୍କା ମିଳିବ।ତେବେ ଆପଣଙ୍କ ପିଲା ଯଦି ପାଠ ପଢୁଛି ତେବେ ୬,୭ ଶ୍ରେଣୀରେ ପଢୁଥିଲେ ବର୍ଷକୁ ୨୦୦୦,୮,୯ ଓ ୧୦ ଶ୍ରେଣୀରେ ପଢୁଥିଲେ ବର୍ଷକୁ ୩୦୦୦ଲେଖାଏଁ ମିଳିବ।ସେହିପରି +୨ ରେ ପଢୁଥିଲେ ୫୦୦୦, +୩ ପଢୁଥିଲେ ୭୦୦୦, ଆଇଟିଆଇ କରୁଥିଲେ ୧୦୦୦୦, ନର୍ସିଂ କରୁଥିଲେ ୧୦୦୦୦ ଏବଂ ଇଞ୍ଜିନିୟରିଂ କରୁଥିଲେ ୪୦୦୦୦ ଲେଖାଏଁ ବର୍ଷକୁ ମିଳିବ।

ଏହାଛଡ଼ା ଝିଅ ବାହାଘର ପାଇଁ ୫୦୦୦୦ ଟଙ୍କାର ସହାୟତା ରାଶି ମିଳିବ।ତେବେ ଘର ବାବଦରେ ମଧ୍ୟ ଆପଣଙ୍କୁ ଏକ ଲକ୍ଷ୍ୟ ଟଙ୍କା ମିଳିବ,ଯଦି ଆପଣ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ତେବେ ଏହା ଆପଣଙ୍କୁ ମିଳିବ ନାହିଁ।ତେବେ ଜୀବନ ବୀମାର ସୁବିଧା ମଧ୍ୟ ମିଳିବ,ଯଦି କୌଣସି କାରଣରୁ ଆପଣଙ୍କ ଜୀବନ ଚାଲି ଯାଉଛି ଆପଣଙ୍କ ନୋମିନିକୁ ୨ଲକ୍ଷ୍ୟ ଟଙ୍କା ମିଳିବ।

ତେବେ ଲେବର କାର୍ଡ ପାଇଁ ନିବେଦନ କରିବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଭୋଟର ଆଇଡି କାର୍ଡ, ବ୍ୟାଙ୍କର ପାସବୁକ, ପାସପୋର୍ଟ ଫଟୋ, ଲେବର ପ୍ରମାଣ ପତ୍ର ଏହି ସବୁ ଜିନିଷ ଦରକାର।ତେବେ ଲେବର ପ୍ରମାଣ ପତ୍ରଟି ଆପଣ ଯେଉଁ କମ୍ପାନୀ ପାଇଁ କାମ କରୁଛନ୍ତି ସେଠି ଆବେଦନ କରି ପାଇ ପାରିବେ।ତେବେ ଆବେଦନ ପାଇଁ ଆପଣ ଜିଲ୍ଲା ଲେବର କାର୍ଡ କାର୍ଯ୍ୟାଳୟକୁ ଯାଇ ଏହି ସବୁ ଜିନିଷ ଗୁଡ଼ିକ ସହ କିଛି ଟଙ୍କା ଦେବେ।ଆଗରୁ ଏଥିପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡୁଥିଲା ତେବେ ଏବେ ସେଥିପାଇଁ କେତେ ଟଙ୍କା ଦେବାକୁ ପଡ଼ୁଛି ଏହାର ତଥ୍ୟ ନାହିଁ।ତେବେ ଅଧିକ ରୁ ଅଧିକ ୨୦୦ ତାଙ୍କ ଦେଇ ଆବେଦନ କରିବେ।ଆବେଦନ କରିବାର କିଛି ଦିନ ଭିତରେ ଆପଣ ସେହି କାର୍ଯ୍ୟାଳୟରୁ ହିଁ ଲେବର କାର୍ଡ ପାଇ ପାରିବେ।

Leave a Reply

Your email address will not be published. Required fields are marked *