ମ-ଦ୍ୟପାନ କାହିଁକି ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ?ଏହି କଥା ଗୁଡିକ ଜାଣିଲେ ଆପଣ ମଧ୍ୟ ମ-ଦ୍ୟପାନ କରିବା ପାଇଁ ଡରିବେ – ନିଶ୍ଚୟ ପଢନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମଦ୍ୟପାନ କାହିଁକି ସ୍ୱାସ୍ଥ୍ୟପ୍ରତି କ୍ଷତି କାରକ?ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଆରମ୍ଭ କରିବା।ଦୀର୍ଘଦିନ ଧରି ବେସି ପରିମାଣରେ ମଧ୍ୟ ପାନ କରିବା ଯେତିକି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ତେବେ ତାହାକୁ ଆଲକୋହୋଲିଜିମ କୁହାଯାଏ।ଅର୍ଥାତ ଜଦି ଆପଣ ଦିର୍ଘଦିନ ଧରି ଲଗାତାର ମଦ୍ୟପାନ କରନ୍ତି ତେବେ ତାହାକୁ ଆଲକୋହୋଲିଜିମ କୁହନ୍ତି।ଏବଂ ଯଦି ଆପଣ ଅଧିକ ଦିନ ଅଧିକ ପରିମାଣର ମଦ ପିଇଛନ୍ତି ତେବେ ଆପଣଙ୍କ ପାଇଁ ମଦ୍ୟପାନ ଛାଡିବା ପାଖାପାଖି ଅସମ୍ଭବ ହୋଇଯିବ।

ଏହାପରେ ଯଦି ଆପଣ ମଦ ଛାଡିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କୁ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ।ଅର୍ଥାତ ମଦ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ କବଳିତ କରି ରଖିଛି।ଏହାକୁ ଆଲକୋହୋଲିଜିମ ବୋଲି କୁହାଯାଏ।ଏବେ ଆସନ୍ତୁ ଜାଣିବା ମଦ୍ୟପାନର କାରଣ କଣ?

ଆଗକାଳରେ କାହା ଘରେ ଯଦି କିଏ ଜଣେ ମଦ୍ୟପାନ କରେ ତେବେ ତାହା ଘରକୁ ଅନ୍ୟମାନେ ଯାଉନଥିଲେ ଏବଂ ତାହାକୁ ଏକ ସାମାଜିକ ବ୍ୟାଧି ଭଳି ଧରାଯାଉଥିଲା।କିନ୍ତୁ ଏବେର ଯୁଗରେ ସେ ସବୁ ବଦଳି ଗଲାଣି ଏହାକୁ ସମାଜ ସହିତ ମିଶାଇଦିଆଗଲାଣି।ମଜାରେ ଏହାର ସେବନ କରୁକରୁ ଅନେକ ଲୋକଙ୍କ ଅଭ୍ୟାସରେ ମଧ୍ୟ ଏହା ପରିଣତ ହୋଇଯାଇଛି।ଏବଂ ଦିପ୍ରେସନ ଓ ମାନସିକ ଅସ୍ଥିରତାରୁ ରକ୍ଷା ପାଇବାପାଇଁ ମଧ୍ୟ ଲୋକ ମଦ୍ୟପାନ କରୁଛନ୍ତି।ଏବଂ ସାଙ୍ଗସାଥିରେ ମଧ୍ୟ ମଦ୍ୟପାନ କରୁକରୁ ତାହା ଅଭ୍ୟାସରେ ପରିଣତ ହେଉଛି।ଏବେ ଆସନ୍ତୁ ଜାଣିବା ମଦ୍ୟପାନ ଦ୍ୱାରା କଣ ସବୁ ଶାରୀରିକ ଓ ମାନସିକ ସମସ୍ୟା ଆସିଥାଏ।

ମଦ ଜୀବକୋଷ ପାଇଁ ଏକ ବିଷଭଳି କାମ କରିଥାଏ।ଏହା ଯକୃତ ପାଇଁ ମଧ୍ୟ କ୍ଷତି କାରକ।ଯଦି ଏହାକୁ ଆପଣ ବେସିପରିମାଣରେ ପିଅନ୍ତି ତେବେ ଯକୃତକୁ ଏହା ବହୁତ ପ୍ରଭାଭିତ କରିଥାଏ।ମହିଳାଙ୍କ ପାଇଁ ମଧ୍ୟ ଏହା ଆହୁରି ଅଧିକ କ୍ଷତିକାରକ।ମାନସିକ ସ୍ତରରେ ମଧ୍ୟ କ୍ଷତି ହୋଇଥାଏ।ଏହାଦ୍ୱାରା ମାନବିକତା ବୁଦ୍ଧି ଚିହ୍ନିବାର ଶକ୍ତି ଆଦି ନଷ୍ଟ ହୋଇଥାଏ।ଏହା ସ୍ନାୟବିକ ଦୁର୍ବଳତା ମଧ୍ୟ କରିଥାଏ।ଏବେ ଆସନ୍ତୁ ଜାଣିବା ମଦ ଆପଣ ଛାଡିବେ କିପରି?

ଏହିସବୁ ଭୟଙ୍କର କାରଣପାଇଁ ଆପଣଙ୍କୁ ମଦ ଛାଡିବା ନିହାତି ଆବଶ୍ୟକ।ଯଦି ଆପଣ ମଦ ଛାଡିବାକୁ ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ବହୁତ କଷ୍ଟ ହୋଇଥାଏ ଏଥିପାଇଁ ଆପଣ ପ୍ରଥମେ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ।ଏବଂ ଡାକ୍ତର ଯାହା ପରାମର୍ଶ ଦେବେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *