Moon Is Alone Too କାହିଁକି ଏପରି ଲେଖିଲେ ବର୍ଷା,ଏହା ପଛର ଅସଲ କାରଣ କଣ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆପଣ ତ ଜାଣିଥିବେ ସୋସିଆଲ ମିଡ଼ିଆରେ କିଛି ନା କିଛି ଖବର ପ୍ରତିଦିନ ଭାଇରାଲ ହେଉଛି।ତେବେ ଆପଣ ଓଡ଼ିଆ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଜାଣିଥିବେ।ତେବେ ଆପଣ ମାନେ ତ ତାଙ୍କର ସମସ୍ତ ଫିଲ୍ମ ମାନ ଦେଖୁଥିବେ ଓ ଆପଣ ମାନଙ୍କୁ ତାହା ପସନ୍ଦ ମଧ୍ୟ ଆସୁଥିବ।ତେବେ ବର୍ଷା ଓଲିଉଡ଼ର କ୍ୱିନ ଭାବରେ ମଧ୍ୟ ପରିଚିତ।ତାଙ୍କ ଅଭିନୟ ଓଡ଼ିଶାର ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥାଏ।

ତେବେ ସେ କେବଳ ଓଡ଼ିଆ ନୁହେଁ ବରଂ କିଛି ବେଙ୍ଗଲୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।ସେ ୨୦୧୪ ମସିହାରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦୁଇଜଣ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।ତାହା ଧୀରେ ଧୀରେ ତାଙ୍କର ବିବାହ ବିଚ୍ଛେଦରେ ପରିଣତ ହେଲା।

ଏବେ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅନେକ କେସ ଭାଇରାଲ ହେବାକୁ ଲାଗିଛି।ତାଙ୍କର ଛାଡ଼ପତ୍ର ହେବାର ମଧ୍ୟ ଅନେକ ଶୁଣିବାକୁ ମିଳିଛି।ତେବେ ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା।ଜାଣିବା ପାଇଁ ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ ବିବାଦ ଭିତରେ ଦୁଇ ତାରକାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ।

କାରଣ ପରୋକ୍ଷରେ ହେଉ ବା ପ୍ରତୀକ୍ଷାରେ ହେଉ ଉଭୟ ଅନୁଭବ ଓ ବର୍ଷା ବେଳେ ବେଳେ ଏମିତି କିଛି ପୋଷ୍ଟ କରନ୍ତି ଯାହା ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ମନେ ହୁଏ।ଏହି କ୍ରମରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସାମ୍ନାକୁ ଆସିଛି।ଯେଉଁଥିରେ ବର୍ଷା ପ୍ରିୟଦର୍ଶିନୀ ଲେଖିଛନ୍ତି କି ଚାନ୍ଦ ବି ଏକୁଟିଆ କିନ୍ତୁ ସେ ବି ଅନ୍ଧାରରେ ଝଲସି ଉଠେ।

ଯଦି ଆପଣ କୌଣସି ଜିନିଷ କରି ପାରିବେ ବିଶ୍ଵାସ କରୁଛନ୍ତି ତାହେଲେ ଆପଣ ଏହା ନିଶ୍ଚୟ କରି ପାରିବେ।ବଡ କଥା ହେଉଛି ବର୍ଷାଙ୍କୁ କଣ ଏମିତି ଆବଶ୍ୟକ ପଡ଼ିଲା ଯେ ଏ ଭଳି ସେ ଲେଖି ପୋଷ୍ଟ କରିଛନ୍ତି।ନିଜକୁ ଏକୁଟିଆ ଭାବୁଛନ୍ତି କି ବର୍ଷା ପ୍ରିୟଦର୍ଶିନୀ।ବର୍ଷା ପ୍ରିୟଦର୍ଶିନୀ ସ୍ପାଉଜ କାର୍ଡର ଦୁରୁପଯୋଗ କରୁଛନ୍ତି ନିକଟରେ ଅଭିଯୋଗ ଆଣିଥିଲେ ସାଂସଦ ଅନୁଭବ ମହାନ୍ତି।

ଏମିତି କି କଣ ଫର୍ଜରି କରିଛନ୍ତି ନିଜେ ଆଗରେ କୁହନ୍ତୁ ବୋଲି ଆହ୍ବାନ ଦେଇଥିଲେ।ଏହା ପରେ ପରେ ସମସ୍ତଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବାକୁ ସୋସିଆଲ ମିଡିଆରେ ଆହ୍ଵାନ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ।କିନ୍ତୁ ଏ ତାଜା ପୋଷ୍ଟର ଉଦ୍ଦେଶ୍ୟ କଣ।ତାହା କେବଳ ବର୍ଷା ହିଁ ଭଲ ଭାବରେ କହି ପାରିବେ।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *