ନୂଆ ବର୍ଷା ରେ ବର୍ଷ ହେବ ବେହାଲ,ଓଡ଼ିଶାର ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା,ସୂଚନା ଦେଲେ Forecast MD..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜି ଏହି ଆର୍ଟିକିଲ ମାଧ୍ୟମରେ ମୁଁ ଆପଣ ମାନଙ୍କୁ ପାଣିପାଗ ସମ୍ପର୍କିତ ତଥ୍ୟ ବିଷୟରେ ଜଣେଇବି।ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଲଘୁଚାପ ଅବାପାତ ବାତ୍ୟା।ଏବେ ଏବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କେବଳ ଲଘୁଚାପ ସୃଷ୍ଟି ହେବ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ହେଉଛି ସେ ଲଘୁଚାପର ମାତ୍ରା କଣ ହୋଇପାରେ ବା ଲଘୁଚାପର ଗତି ପଥ କଣ ହୋଇପାରେ।କେମିତି ଦେଖିବେ ଭିନ୍ନ ଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି କହୁଛନ୍ତି କି ଏ ବାତ୍ୟାର ରୂପ ନେଇପାରେ କିଏ କହୁଛି ଏହା ସାମୁଦ୍ରିକ ଝଡ଼ଏଇଭଳି ପୂର୍ବ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ।ନୂଆ ବର୍ଷରେ ଭିଜିବ ଓଡ଼ିଶା।

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଶିବ।ଦୁଇ ଦିନ ହେବ ଲାଗି ରହିଛି ବର୍ଷା।ବର୍ଷା ସାଙ୍ଗକୁ ଘନ କୁହୁଡି ରହିବ।ଉପକୂଳ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ପାଳି।ଅଦିନିଆ ବର୍ଷା ଜନିତ କ୍ଷତିରୁ ବର୍ତ୍ତି ଯାଇଥିବା ପଶ୍ଚିମ ଓଡ଼ିଶା ଏବେ କ୍ଷତି ସହୁଛି।ଅମଳ ସିଜିନ ଚାଲି ଥିବାରୁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ,ରେଢ଼ାଖୋଲ ଏବଂ ମୟୂରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ସତର୍କତା ଜାରି କରାଯାଇଛି।

ପ୍ରାୟ ୩ରୁ ୪ ଦିନ ଯାଏ ବର୍ଷା ହେବାର ଆକଳନ କରୁଛି ପାଣି ପାଗ ବିଭାଗ।କେବଳ ବର୍ଷା ନୁହେଁ କୁହୁଡି ପାଇଁ ମଧ୍ୟ ପାଣିପାଗ ପକ୍ଷରୁ ସତର୍କ ରହିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖା ହୋଇଛି।ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର,ଭଦ୍ରକ ଏବଂ କଟକର ପ୍ରବଳ କୁହୁଡିର ସମ୍ଭାବନା ରହିଛି।

ଏ ସବୁ ଜିଲ୍ଲାରେ ଜାନୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହିବ।ତେଣୁ ପୋଲିସ ଓ ପରିବହନ ବିଭାଗ ଏଥି ପାଇଁ ସତର୍କ ରହିବା ପାଇଁ କୌଣସି ଅଘଟଣକୁ ଏଡାଇବା ପାଇଁ କିଛି ପଦକ୍ଷେପ ନେବା ପାଇଁ ଚିଠି ଲେଖିଛନ୍ତି ଜିଲ୍ଲାପାଳ। ସେପଟେ ଚାଷୀଙ୍କ ଉପରେ ଦାଉ ସାଜିଛନ୍ତି ଇନ୍ଦ୍ର ଦେବତା।

ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ଚାଷୀଙ୍କ ଉପରେ ଇନ୍ଦ୍ର ଦେବତାଙ୍କ କୋପ।ଅଦିନିଆ ବର୍ଷାରେ ଭିଯୁଛି ମଣ୍ଡିରେ ପଡ଼ି ରହିଥିବା ଧାନ। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।କିଛି ସମୟ ବନ୍ଦ ରହିବା ପରେ ପୁଣି ବର୍ଷା।ବର୍ଷାରେ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଥିବା ଲକ୍ଷ ଲକ୍ଷ ବସ୍ତା ଧାନ ଭିଜି ଗଲାଣି।

ଏହି ଓଦା ଧାନକୁ ଏବେ ମିଲରମାନେ ନେବେ କି ନାହିଁ।ନେଲେ କେତେ କଟନି ଛଟନି କରିବେ।ସେହି ଭୟରେ ଚାଷୀ ରହୁଛି।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ବିଶେଷ ଗୁରୁତ୍ବପୁର୍ଣ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *