ସୁମିତ ଓ ତପସ୍ୱିନୀ ମାମଲାରେ ଲୋକ କହିଲେ ଫୁଲରୁ ରସ ସରିଗଲା ପରେ ମହୁମାଛି (Bees) ଛାଡିକି ଚାଲିଗଲା,ହେଲେ ସେଇ ଭଅଁର ସଜେଇଥିବା ମହୁ କୁ ଆଉ କିଏ..ଦେଖନ୍ତୁ Video

Spread the love

ସାଙ୍ଗମାନେ ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଦୁହିଁଙ୍କ ମଧ୍ୟରେ ବହୁତ କଳହ ହୋଇଛି।ନିଜ ସ୍ବାମୀ ସୁମିତଙ୍କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ସାଧନା ସମସ୍ତଙ୍କୁ ପ୍ରଭାବିତ କରିଛି।ବ୍ରହ୍ମପୂରରେ ଦମ୍ପତି ବିବାଦ ମାମଲା

ଡ଼ାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲା ବ୍ରହ୍ମପୁରର ଜିଲ୍ଲା କୋର୍ଟରେ ଉଭୟ ପକ୍ଷରୁ ହୋଇଥିବା ଆବେଦନ ଶୁଣାଣି କରିଛନ୍ତି କୋର୍ଟ।ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି।ଏହା ସହ ନ୍ୟାୟ ଅପେକ୍ଷାରେ ଥିବା ତପସ୍ୱିନୀଙ୍କ ଧର୍ୟାର ପରୀକ୍ଷା ନେଉଛନ୍ତି ମାନ୍ୟବର କୋର୍ଟ।

ମୁଁ ଚାହୁଁଛି ସୁମିତ ଫେରି ଆସନ୍ତୁ।କିଛି ଭି ନାହିଁ ଦେବା ପାଇଁ ସୁମିତଙ୍କୁ।କେବଳ ଡିମ୍ପଲ ହିଁ ଅଛି ସୁମିତ ପାଇଁ। ଏ ତ ପ୍ରକୃତିର ନିୟମ।ଫୁଲରୁ ରସ ସରିଗଲା ପରେ ଭଂର ପର କରିଦିଏ ସେଠି ମଣିଷ କଥା କାଇଁ କହିବେ।ମଣିଷ ଏ ଜୀବ ଜଗତରେ ସ୍ୱାର୍ଥପର ଜୀବ ଟିଏ। ସ୍ୱାର୍ଥରେ ଟିକିଏ ଆଞ୍ଚ ଆସିଲେ କାହାକୁ ଦୂର କରିବା ପାଇଁ ତାକୁ ବେଶି ସମୟ ଲାଗେ ନାହିଁ।

ଏଇ ଦେଖନ୍ତୁ ନିଜର ଅଲିଅଳି ସ୍ତ୍ରୀକୁ ଟିକିଏ ମନ ଭରି ଦେଖିବା ପାଇଁ ଯିଏ ଦିନେ ରାତିରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲା।ଆଜି ସେ କେମିତି ଆଇନର ମଧ୍ୟ ଗଳିରେ ନିଜ ସ୍ତ୍ରୀ ଠାରୁ ସବୁଦିନ ପାଇଁ ଦୂରେଇ ଯିବାକୁ ଚେଷ୍ଟା କରୁଛି।ହେଲେ ଜହ୍ନ ଆସିଲେ ପୋଖରୀରେ ପଦ୍ମ ଫୁଟିବା ପରି ତାଙ୍କ ହୃଦୟରେ କେବଳ ଡିମ୍ପଲ ଓ ଡିମ୍ପଲଙ୍କ ମନରେ କେବଳ ସୁମିତ।ଏହା ବାଦ ଆମ ଭିତରେ ଆଉ କେହି ପଶି ପାରିବେ ନାହିଁ।

ନ୍ୟାୟରେ ନଛୋଡ ବନ୍ଧା ଡିମ୍ପଲ ମଧ୍ୟ ସୁମିତଙ୍କୁ ପାଇବା ପାଇଁ ଜିଦ ଧରି ବସିଛନ୍ତି।ତେବେ ନିଜର ନିଷ୍ଠା ପ୍ରେମ ପାଇଁ ଯମର ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ସତ୍ୟବାନଙ୍କୁ ସାବିତ୍ରୀ ଫେରାଇ ଆଣିବା ପାଇଁ ଅନ୍ୟ ଆଡ଼େ ଢଳିଥିବା ମନକୁ ଫେରାଇ ଆଣିବାରେ କୋର୍ଟ ସହାୟତା କରୁଛି।ନା ଏ ଫୁଲରୁ ସେ ଫୁଲକୁ ଡେଉଁଥିବା ଭାଁର ପରି ସୁମିତ ଅନ୍ୟ କାହାକୁ ବିବାହ କରୁଛନ୍ତି।ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *