ଏହି ନାଗୁଣିର ରାଗ ସଭିଙ୍କ ଉପରେ ନିଆଁ ଭଳି ବରସିଗଲା,ଭଦ୍ରକ Basudebpur ରେ ଦୁଇ ଜଣଙ୍କର ଜୀବନ ନେଇସାରିବା ପରେ ଏପରି ଲୁଚିଥିଲା ନାଗ

Spread the love

ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ତାମ୍ପଡ଼ା ଗ୍ରାମର ଏକ ଘଟଣା ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ ହେଇପାରେ।ଏହି ଗ୍ରାମରେ ଏକ ସାପ ଦୁଇଟି ଯୁବକଙ୍କ ଜୀବନ ନେଇଗଲା ଆଉ ତାହାପରେ ବହୁତ ଦିନ ପରେ ସେ ନିଜର ଏକ ଵିଳ ବନେଇକି ରହିଗଲା।ତେବେ ତାହା ବହୁତ ଅଧିକ ରାଗିକି ଥିଲା ଆଉ କାହାରି ବି ଜୀବନ ନେବାକୁ ପ୍ରସ୍ତୁତ ଥିଲା। ତେବେ ଆଜି ଆମେ ତାହାରି ବାବଦରେ କହିବାକୁ ଯାଉଛୁ। ଆଜି ଆମେ ଦେଖିବା କିପରି ସେହି ସାପକୁ ଧରି ଅଣାଗଲା। ଆଉ ତାହାର ବିକଟାଳ ରୂପ ଆମେ ଦେଖିବା।

ତେବେ ଯାହା ଦେଖାଯାଉଛି କି ସେହି ତାମ୍ପଡ଼ା ଗ୍ରାମକୁ ଆମ ସାପ ଧରାଳି ଯାଇଛନ୍ତି ଆଉ ସେ ଗାଁ ଲୋକଙ୍କ ଠାରୁ ପଚାରି ବୁଝୁଛନ୍ତି ସେହି ସାପ ବାବଦରେ।ଗାଁ ଲୋକ ସେହି ସାପ ଲୁଚି ରହିଥିବା ଜାଗା ବାବଦରେ କହୁଛନ୍ତି ଆଉ ଆମ ଧରାଳି ତାଙ୍କ ପାଖରୁ ପଚାରି ବୁଝିବାରେ ଲାଗିଛନ୍ତି।ତେବେ ସେ ଗଲେ ଏକ ଜାଗାକୁ ଆଉ ବାହାର କଲେ ସେଠାରୁ ବହୁତ କିଛି ଜିନିଷ ଆଉ ଦେଖିବା ବେଳକୁ ସେହି ସାପଟି ଲୁଚି ରହିଥିଲା ଏକ ପାଲ ତଳେ।

ତେବେ ତାହାପରେ ସେହି ଧରାଳି ଜଣକ କହିଲେ,” ଏହି ଗ୍ରାମରେ ସାପ କାମୁଡ଼ାରୁ ୨ ଜଣଙ୍କର ମୃତ୍ୟୁ ହେଇ ସାରିଛି। ତେବେ ସାପ କାମୁଡିବା ଦ୍ୱାରା କିଛି ବର୍ଷ ଆଗରୁ ଜଣେ ବୁଢା ଲୋକଙ୍କର ମୃତ୍ୟୁ ହେଇ ଯାଇଥିଲା ଆଉ ଏବେ ଏହି ଗୋଟେ ସପ୍ତାହ ପୂର୍ବରୁ ତାଙ୍କ ପୁଅର ମୃତ୍ୟୁ ହେଇଛି।ଏହା ଆଗରୁ ଆଉ ଜଣେ ଲୋକଙ୍କର ମୃତ୍ୟୁ ମଧ୍ୟ ହେଇ ସାରିଥିଲା

ଆଉ ଏହି ସାପ ହି ତାହା ପାଇଁ ଦାୟୀ ଅଟେ।କୋବ୍ରା ସାପ ବହୁତ ଅଧିକ ଭୟଙ୍କର ହେଇଥାଏ କାରଣ ଏହା କାମୁଡିବା ପରେ ଏହାର ବିଷ ଆମକୁ ୧୦ ରୁ ୨୦ ମିନିଟ ହି ଟାଇମ ଦେଇଥାଏ ନିଜକୁ ବଞ୍ଚେଇବା ପାଇଁ। ଏହାପରେ ଆମ ମୃତ୍ୟୁ ହେଇ ଯାଇଥାଏ।ଏହି ଗ୍ରାମର ଲୋକେ କୋବ୍ରା ସାପକୁ ବହୁତ ଅଧିକ ଡରନ୍ତି।ତେବେ ଆସନ୍ତୁ ସେହି ସାପକୁ ଉଦ୍ଧାର କରିବା।

ତେବେ ଏହାପରେ ଦେଖାଗଲା କି ସେ ଏକ ବହୁତ ବଡ଼ ଆଉ ବିଷାକ୍ତ କୋବ୍ରା ସାପ ଉଦ୍ଧାର କଲେ ଆଉ ତାହାକୁ ଆଣି ସବୁ ଲୋକଙ୍କ ସାମ୍ନାରେ ରଖାଗଲା।ଏହାପରେ ସେ କହିଲେ,” କି ଏହି ଗ୍ରାମରେ ସାପ କାମୁଡ଼ାରୁ ପ୍ରତି ଏକ କି ଦୁଇ ମାସରେ ଥରେ ଗୋଟେ ଗୋଟେ ଲୋକଙ୍କର ମୃତ୍ୟୁ ହେଇଯାଏ।ତେବେ ସଭିଙ୍କୁ ସାବଧାନ ରହିବା ପାଇଁ ଅନୁରୋଧ ଆଉ ଆଜି ଏହି ସାପକୁ ଉଦ୍ଧାର କରାଯିବା ପରେ ଆମେ ଗ୍ରାମର ଲୋକଙ୍କର ସୁରକ୍ଷା ନିଶ୍ଚିତ କଲୁ।”

Leave a Reply

Your email address will not be published. Required fields are marked *