ବେଲ ଗଛ – ଗୃହରେ କେଉଁଠି ଲଗାଇଲେ ଧନର ବର୍ଷା ହୋଇଥାଏ – ଏହି କଥା ଯଦି ଜାଣିଦେଲେ ଆଉ ଜୀବନରେ ପଇସା ଅଭାବ ରହିବ ନାହିଁ

Spread the love

ବେଲ ଗଛ ଏପରି ଏକ ଗଛ ଯାହା ସମସ୍ତ ସଂସାରରେ ଦୁର୍ଲଭ ଅଟେ।ଏହାର ଦିବ୍ୟତା,ଏହାର ଦୁର୍ଲଭତା,ଏହାର ଔଷଧିୟ ଗୁଣ ପାଇଁ ଏହା ସମସ୍ତ ମନୁଷ୍ୟ ତଥା ଦେବା ଦେବୀଙ୍କର ପ୍ରିୟ ଅଟେ। ପୁରାଣ ଶାସ୍ତ୍ର ଅନୁସାରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି।ବେଲ ଗଛରେ ସ୍ଵୟଂ ଭଗବାନ ଶିବ ଓ ସକ୍ତିଙ୍କର ବାସ ହୋଇଥାଏ।ବେଲ ଗଛର ତ୍ରି ଶାଖାରେ ଭଗବାନ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ରହି ଥାଆନ୍ତି।ସେଥିପାଇଁ ବେଲ ଗଛକୁ ସମସ୍ତେ ଆଦର କରିବା ସହିତ ସମ୍ମାନ ମଧ୍ୟ କରିଥାନ୍ତି।

ସବୁଦିନ ଗାଧୋଇ ସାରି ବେଲ ଗଛ ମୂଳରେ ପାଣି ଦେଲେ ଭଗବାନ ଶିବଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୋଇଥାନ୍ତି।ଯାହା ଫଳରେ ସେହି ବ୍ୟକ୍ତି ସମସ୍ତଙ୍କୁ ବସ କରିବାର ଶକ୍ତି ଲାଭ କରିଥାଏ।ସେହି ବ୍ୟକ୍ତି ଚାକିରି ତଥା ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ।ଏହା ସହିତ ସେହି ବ୍ୟକ୍ତିକୁ ଧନବାନ ହେବାରୁ କେହି ରୋକିପାରନ୍ତି ନାହିଁ।ସେମାନେ ଅନେକ ଧନର ଅଧିପତି ହୋଇ ଥାଆନ୍ତି।ସେମାନେ ନିଜ ଜୀବନରେ ଅନେକ ସଫଳତା ପ୍ରାପ୍ତ କରି ଥାଆନ୍ତି।ସେମାନଙ୍କ ସମସ୍ତ ଦୁଃଖ କଷ୍ଟ ଭଗବାନ ସ୍ଵୟଂ ହରଣ କରନ୍ତି।

ବେଲ ପତ୍ର ହେଉଛି ଭଗବାନ ଶିବ ତଥା ଅନେକ ଦେବୀ ଦେବତାଙ୍କ ପ୍ରିୟ।ଏହା ଶୁଖିଯାଇଥାଏ ସତ ମାତ୍ର ଏହା କେବେ ବାସି ହୁଏ ନାହିଁ।ବେଲ ପତ୍ର ଚନ୍ଦନର ଲେପ ଲଗାଇ ଭଗବାନ ଶିବଙ୍କୁ ତଥା ଅନ୍ୟ ଦେବୀ ଦେବତାଙ୍କୁ ଅର୍ପଣ କଲେ ସେମାନଙ୍କ କୃପା ଦୃଷ୍ଟି ସଦା ସର୍ବଦା ଆମ ଉପରେ ରହିଥାଏ।ଏହା ସହିତ ବେଲ ଗଛର କାଠିକୁ ଚନ୍ଦନ ପରି ଘୋରି ଶିବଙ୍କୁ ଟିକା ଲଗାଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ।ମନୁଷ୍ୟ ଏହି ବେଲ କାଠିକୁ ଘୋରୀ ନିଜେ ଟିକା ଲଗାଇବା ଫଳରେ ଆମର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ।

ଏହା ସହିତ ସୋମବାର ଦିନ କିମ୍ବା ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଧୂପ ଦୀପ,ଭୋଗ ଆଦି ଅର୍ପଣ କରି ସେହି ବେଲ ଗଛର ଚେରକୁ ଏକ ଲାଲ ସୂତାରେ ଗୁନ୍ଥି ନିଜେ ଶରୀରରେ ଧାରଣ କଲେ ଏହା କୌଣସି ଦୁଷ୍ଟ ଶକ୍ତିକୁ ଆମ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥାଏ।ଏହା ସହିତ ଆମ ଶରୀରରେ ଥିବା ସମସ୍ତ ଦୁଷ୍ଟ ଶକ୍ତି ବା ନକାରାତ୍ମକ ଶକ୍ତି,ତନ୍ତ୍ର ମନ୍ତ୍ର ଶକ୍ତିକୁ ଆମ ଶରୀରରୁ ବାହାର କରିଦେଇଥାଏ।ଯେଉଁ ବ୍ୟକ୍ତିର ବିବାହ ହେଉନଥାଏ ଅଥବା ସନ୍ତାନ ହେଉ ନଥାଏ ସେହି ବ୍ୟକ୍ତି ମାନେ ଏହି ବେଲ ଗଛର ଚେରକୁ ଧାରଣ କରିବା ଦ୍ୱାରା ସେମାନଙ୍କୁ ଶୁଭ ଖବର ମିଳିଥାଏ।

ଯେଉଁ ବ୍ୟକ୍ତିମାନେ ବେଲ ଗଛ ମୂଳରେ ବସି ଭଗବାନଙ୍କୁ ଆରାଧନା କରିଥାନ୍ତି।ସେମାନଙ୍କର ଇଚ୍ଛା ତୁରନ୍ତ ପୁରାଣ ହୋଇଥାଏ।ସାଧାରଣତଃ ଘର ପାଖରେ ବଡ଼ ବଡ଼ ଗଛ ରହିବା ଅଶୁଭ ହୋଇଥାଏ। ଏହା ସହିତ ଏହି ସବୁ ଗଛର ଛାଇ ଘର ଉପରେ ପଡିବା ଫଳରେ ଅନେକ ଅପକାର ହୋଇଥାଏ।କିନ୍ତୁ ବେଲ ଗଛ ଏପରି ଏକ ଦିବ୍ୟ ଗଛ ଯାହା ଆମ ଘର ପାଖରେ ରହିଲେ ଆମର ଉପକାର ହୋଇଥାଏ ଓ ଏହି ଗଛର ଛାଇ ଆମ ଘର ଉପରେ ପଡ଼ିଲେ ଆମର ବାସ୍ତୁ ଦୋଷ ଦୂର ହୋଇଥାଏ।ଏହି ବେଲ ଗଛର ପତ୍ରରେ ଅନେକ ଭିଟାମିନ ରହିଥାଏ ଯାହା ଆମ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ।

Leave a Reply

Your email address will not be published. Required fields are marked *