ଯେତେବେଳେ ବୁଢ଼ା ବୁଢୀ ରହନ୍ତି ସେତେବେଳେ ମୁଁ ସେ ଆଶ୍ରମରେ ନେଇ ଦୁଇଟା ବୁଢ଼ା ଓ ଗୋଟିଏ ବୁଢୀକୁ ନେଇ ଛାଡ଼ିଥିଲି।ମତେ ସେ ଡାକେ କି ତମେ ଆସୁନ ବୁଢ଼ା ବୁଢୀଙ୍କୁ ସାହାର୍ଯ୍ୟ କର। ସ୍ତ୍ରୀ ଲୋକ ମୁଁ କଣ ସବୁ ବୁଝି ପାରିବି। ସ୍ୟାଡେ ଅଫିସ ଯିବି ନା ଆଶ୍ରମ ବୁଝିବି।ତମେ ଘର ପାଖରେ ଅଛ। ଆସି କରି ଟିକିଏ ସମୟ ଦିଅ। ସପ୍ତାହକୁ ଥରେ ଦିଥର ଯେତେବେଳେ ମତେ ଫ୍ରି ସମୟ ମିଳେ ମୁଁ ଯାଏ।ମୋର କାମ ହେଲା ମୁଁ ମୋଡ଼ିବି ବୁଢା ବୁଢୀଙ୍କୁ ମୋର ଆଉ କିଛି କାମ ନାହିଁ।
ଯେତେବେଳେ ପ୍ରଥମେ ଥିଲି ବୋର୍ଡ ଲଗାଯାଇଥିଲା କି ଦୟାଲ ଆଶ୍ରମ। ସେଠି ଝୁନା ମ୍ୟାଡମ ଓ ଶର୍ମିଷ୍ଠା ମ୍ୟାଡମ ଥିଲେ।କହିଲେ ତମେ ଆସ ଆଶ୍ରମର ମେମ୍ବର ରହିବ।୧୦୦୦ ଟଙ୍କାର ଗୋଟିଏ ସ୍ଲିପ କାଟିବ।ମୁଁ ବି ସେମିତି ରହିବି ରହିବି କହି ଗାଲେଇ ଗଲି।ଆଉ ମେମ୍ବର ହେଲି ନାହିଁ।ତାଙ୍କ ସହ ସମ୍ପର୍କ ମଧ୍ୟ ମୋର ଭଲ ଥାଏ।
କେତେ ବଡ଼ ବଡ଼ ଲୋକ ଆସନ୍ତି।ଆମର ଓଏସ ନିରଞ୍ଜନ ସେଠୀ ସେ ମଧ୍ୟ ଆସନ୍ତି।ବଡ଼ ବଡ଼ ଲୋକ ଆସନ୍ତି ମୁଁ ତାଙ୍କ ପାଖକୁ ଯାଏ କଥା ହୁଏ। ନିରଞ୍ଜନ ସେଠୀଙ୍କ ସହ ପ୍ରାୟ ସମୟ କଥା ହୁଏ।ଯେତେବେଳେ ସେ ଆଶ୍ରମକୁ ଆସନ୍ତି ମୁଁ କଥା ହୁଏ।ସେ ଯଦି ୧୦୦ ଥର ଆସନ୍ତି ଆଶ୍ରମକୁ ମୋ ପାଖରେ ଖବର ଥାଏ କି ସେ ୨୦ ଥର ଆସନ୍ତି।
ସେ ଭଲ ଭାବେ ଜାଣନ୍ତି ନାହିଁ ଆସନ୍ତି କଣ ପାଇଁ।କିନ୍ତୁ ପ୍ରାୟ ସମୟ ଆସନ୍ତି ସେ ଶନିବାର ସନ୍ଧ୍ୟାବେଳେ ନହେଲେ ରବିବାର ସକାଳେ। ଆଶିକି ମତେ ପଇସା ଦେବେ କହିବେ ଗୋଟେ ମାଲ ଆଣି ଆସେ।ମୁଁ ଆଣି ଦେଇଛି।ସେ ଶର୍ମିଷ୍ଠା ସେଠି ଏକାଠି ବସନ୍ତି।ଏହି ବାର ଏହି ପାଖରେ ମତେ ଆଣି ଦିଅନ୍ତି।
ଦୁଇ ଜଣ ଯାଙ୍କ ପଇସା ଦିଅନ୍ତି।କେତେବେଳେ ସେ ଦିଅନ୍ତି ତ କେତେବେଳେ ଏ ଦିଅନ୍ତି।ତାଙ୍କ ଅଫିସ ଛୁଟି ସନ୍ଧ୍ୟା ସମୟରେ ତ।ମୁଁ ତାଙ୍କୁ ଏହି ରୋଡରେ ଦେଇ ଦିଏ ସେ ପଳାନ୍ତି ମୁଁ ମୋର ରହେ।ସେ କହନ୍ତି କି ଆମେ ବାର ଭିତରକୁ ଯାଇ ପାରିବୁ ନାହିଁ।ତମେ ଟିକିଏ ଆଣି କରି ଆସ।ସେ ଗୋଟିଏ କାର ନେଇ ଆସନ୍ତି।
ମୁଁ ତାଙ୍କୁ ଜାନୁଆରୀ ୨୬ ଦିନ ଦେଖିଥିଲି।ମତେ ଡାକିଥିଲେ ତା ପୁର୍ବରୁ ଗୋଟିଏ ହନୁମାନ ପୀଠ ପୂଜା ହୋଇଥିଲା।ମୁଁ ରହିଥିଲି।ମତେ ପଇସା ମାଗିଥିଲା ବୋଲି ମୁଁ ଗଲିନି। ଆଶ୍ରମରେ ଜଣେ ମାଉସୀ ଥିଲେ।ତାଙ୍କର ଯେମିତି ଖାଇବା ପିଇବାରେ ଅସୁବିଧା ହେଲା ମୁଁ କହିଲି ମ୍ୟାଡମ ମୁଁ ତାଙ୍କୁ ନେଇଯିବି।ମତେ କହିଲେ ଉଡେଇ ଦେବି।ପଇସା ଦେ ୫୦ ହଜାର ତା ପରେ ତାଙ୍କୁ ଛାଡ଼ିବି।ତା ପରେ ମୁଁ ଆଉ ଯାଇନି।ଆମେ ସମସ୍ତେ ଭାବୁଥିଲୁ ଏ ଧୂଆ ତୁଳସୀ କିନ୍ତୁ ସେମାନେ ବିଛୁଆତି ହେଲେ ଆମେ କେମିତି ଜାଣିବୁ।