ଓଡ଼ିଶାର ପ୍ରଥମ Megastar Sriram ପଣ୍ଡା କାହିଁକି ହେଇଗଲେ ସନ୍ୟାସୀ,ଅସଲ କାରଣ ଜାଣିଲେ ଆଖିରେ ଲୁହ ଆସିବ ନିଶ୍ଚୟ

Spread the love

ଓଲିଉଡ ଜଗତର ସୁପର ଷ୍ଟାର ଶ୍ରୀରାମ ପଣ୍ଡା କେବଳ ଜଣେ ଅଭିନେତା ନୁହନ୍ତି।ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକର କାର୍ଯ୍ୟ ମଧ୍ୟ କରିଥିଲେ।ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କର ହୃଦୟ ଜୟ କରିଥିବା ଶ୍ରୀରାମଙ୍କର ହୃଦୟର କିଛି କଥା ଆଜି ଆମେ ଜାଣିବା।୧୯୫୪ ମସିହାରେ କୋରାପୁଟ ନବରଙ୍ଗପୁରରେ ଶ୍ରୀରାମ ଜନ୍ମ ହୋଇଥିଲେ।ତାଙ୍କର ସିନେମା ଜୀବନର ଆରମ୍ଭ ହୁଏ ୧୯୭୨ ମସିହାରେ ଧରିତ୍ରୀ ଚଳଚ୍ଚିତ୍ରରୁ।

ଶରତ ପୂଜାରୀ ଓ ଧଳ ବିଶ୍ଵାଳ ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ସୁଯୋଗ ଦେଇଥିଲେ ଆଗକୁ ବଢିବା ପାଇଁ।ଧରିତ୍ରୀ ଚଳଚ୍ଚିତ୍ରରେ ଅଭିନୟ, ତାଳ,ଲୟ ନ ଜାଣିବି ସୁନ୍ଦର ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା।ସୁନ୍ଦର ଅଭିନୟ ସହିତ ସୁନ୍ଦର ଚେହେରାରେ ଦର୍ଶକଙ୍କ ଅଭିନୟ ଜିଣିଥିଲେ ଶ୍ରୀରାମ।ଏହା ପରେ ଯାଯାବର ଚଳଚିତ୍ରରେ ସେ ଅଭିନୟ କରିଥିଲେ ତ୍ରିପୁରା ମିଶ୍ରଙ୍କ ସହିତ ଓ ଏହା ପରେ ସିନ୍ଦୂର ବିନ୍ଦୁ ଚଳଚିତ୍ରରେ ମଧ୍ୟ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ।

ଏହି ଚଳଚ୍ଚିତ୍ରରେ ଶ୍ରୀରାମଙ୍କର ତ୍ରିପୁରା ମିଶ୍ରଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ସୁବର୍ଣ୍ଣ ସୀତା ଚଳଚିତ୍ରରେ ଅଭିନୟ କରିବା ସମୟରେ ଉଭୟ ବିବାହ କରିଥିଲେ।ଏହା ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲା।ଏହା ପରେ ତାଙ୍କ ପତ୍ନୀ ଅଭିନୟ ଛାଡ଼ି ଦେଇଥିଲେ।୬୦ ରୁ ୭୦ ଟି ଚଳଚିତ୍ରରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା।

ଜୋର ଯାର ମୁଲକ ତାର, ଚକା ଆଖି ସବୁ ଦେଖୁଛି,ଯାଯାବର, ମାନିନୀ ଏମିତି ଅନେକ ଚଳଚ୍ଚିତ୍ରରେ ଶ୍ରୀରାମଙ୍କର ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ।କୁରୁକ୍ଷେତ୍ର, ଧୃତରାଜ ଓ ଝିଲମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀରାମ।ତାଙ୍କର ଅଭିନୟ,ନୃତ୍ୟ ଦର୍ଶକଙ୍କୁ ଖୁବ ମୁଗ୍ଧ କରୁଥିଲା।କୁରୁକ୍ଷେତ୍ର ପରେ ସେ ଆର୍ଥିକ ଓ ମାନସିକ ରୂପେ ବହୁତ ଦୁର୍ବଳ ହୋଇଯାଇଥିଲେ।

କଷ୍ଟମୟ ସଙ୍କଟମୟ ସମୟରେ ଗତି କରୁଥିଲେ ଶ୍ରୀରାମ ପଣ୍ଡା।୧୯୯୦ ମସିହାରେ ତାଙ୍କର ଦେଖା ହୋଇଥିଲା ସ୍ବାମୀ ନିରାଞ୍ଜନନନ୍ଦ ସରସ୍ୱତୀଙ୍କ ସହିତ।ତାଙ୍କ ସହ ସେ ପ୍ରଭାବିତ ହୋଇ ସନ୍ନ୍ୟାସ ଜୀବନକୁ ବାଛି ନେଲେ।ସେ ଥିଲେ ଜଣେ ସରଳ ମଣିଷ।ଚକ୍ରାନ୍ତର ଶିକାର ହୋଇ ସେ ଭାଙ୍ଗି ପଡ଼ିଥିଲେ ବୋଲି ସେ ନିଜେ କୁହନ୍ତି।ଘର ମୋର ସ୍ବର୍ଗ ଚଳଚିତ୍ରରେ ଅଭିନୟ କରିଥିବା ଶ୍ରୀରାମ ପଣ୍ଡା ବର୍ତ୍ତମାନ ସ୍ଵାମୀ ନିତ୍ୟଚୈତନ୍ୟ।

ସେ ଏକ ସାକ୍ଷାତକାରରେ କହିଛନ୍ତି କି ଘର ମୋର ସ୍ଵର୍ଗରେ ସିନା ଅଭିନୟ କଲି ହେଲେ ମୋର ଅନ୍ତର ଆତ୍ମା କହିଲା କି ତୁ ତୋର ଘରକୁ ନର୍କ କରିଦେଲୁ।ନିଜେ ସେ ନିଜ ପରିବାର ପ୍ରତି କର୍ତ୍ତବ୍ୟ କରିନାହାନ୍ତି ବୋଲି ସ୍ବୀକାର କରିଛନ୍ତି।ସେ ମଧ୍ୟ ପଛୁଆ ବର୍ଗର ପିଲା ମାନଙ୍କୁ ଶିକ୍ଷା ଦେବାପାଇଁ ସାହାଯ୍ୟ କରୁଥିଲେ।ଓଡ଼ିଶାର ଲୋକମାନେ ଖୁବ ଭଲ ପାଆନ୍ତି ଶ୍ରୀରାମ ପଣ୍ଡାଙ୍କୁ।ସେ ଏଥି ପାଇଁ ମଧ୍ୟ ଯୁବକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଏବଂ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *