ଏହି ରାଶିରେ ଧନ ବର୍ଷା,ଶନି କରିବେ ନକ୍ଷତ୍ର ପରିବର୍ତ୍ତନ – ଏହି ରାଶିର ଭାଗ୍ୟ ଆଜିଠୁ ୧୦ ବର୍ଷ ଯାଏ ହେବେ ମାଲାମାଲ..

Spread the love

ଯେତେବେଳେ କୌଣସି ଗ୍ରହ ଦଶାରେ ପରିବର୍ତ୍ତନ ହୋଇଥାଏ ସେତେବେଳେ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ।କିନ୍ତୁ ଆମେ ଏହି ପ୍ରଭାବକୁ ବୁଝିପାରି ନଥାଉ ଓ ଏହାର କୁ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ।ଆମ ହିନ୍ଦୁ ଧର୍ମରେ ଭଗବାନ ସନିଙ୍କୁ ନ୍ୟାୟର ଦେବତା ବୋଲି ବିଚାର କରାଯାଇଥାଏ।ଯେତେବେଳେ ଭଗବାନ ଶନି ଙ୍କର କୃପା କୌଣସି ବ୍ୟକ୍ତି ଉପରେ ପଡ଼ିଥାଏ ସେତେବେଳେ ସେହି ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଯାଇଥାଏ ବୋଲି ଆମେ ବିଚାର କରିଥାଉ।

ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି।ସେ ପ୍ରତ୍ୟେକ ବ୍ୟକ୍ତି ସହିତ ନ୍ୟାୟ କରିଥାନ୍ତି।କିନ୍ତୁ ଯେଉଁ ବ୍ୟକ୍ତି ଅନୈତିକ ଓ ଖରାପ କାର୍ଯ୍ୟ କରିଥାଏ ସେହି ବ୍ୟକ୍ତିଙ୍କ ଉପରେ ଭଗବାନ ଶନି ନିଜର କ୍ରୋଧ ବୃଷ୍ଟି କରିଥାନ୍ତି।ଯେତେବେଳେ ଶନିଦେବ ନିଜର ଚଳନ ବଦଳାଇ ଥାଆନ୍ତି ସେତେବେଳେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ।କିନ୍ତୁ ଏପରି କିଛି ରାଶି ଅଛି ଯାହା ଉପରେ ଏହି କିଛିଦିନ ମଧ୍ୟରେ ସନୀଙ୍କର କିଛି ବିଶେଷ କୃପା ରହିଛି।ଏହା ସହିତ ଆଗାମୀ ୨୧ ବର୍ଷ ପାଇଁ ସନିଙ୍କର କୃପା ଦୃଷ୍ଟି ଏହି ରାଶି ଗୁଡ଼ିକ ଉପରେ ରହିବ।

ପ୍ରଥମ ରାଶି ହେଉଛି ମେଷ ରାଶି।ଏହି ରାଶି ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ଅଧିକ ରହିବ।ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ଆଗାମୀ ୨୧ ବର୍ଷ ପାଇଁ ରହିବ।ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନର କୌଣସି ଅଭାବ ରହିବା ନାହିଁ।କିନ୍ତୁ ଏହା ମଧ୍ୟରେ କେବଳ ଗୋଟିଏ ସର୍ତ୍ତ ଯେ ଏହି ବ୍ୟକ୍ତି ମାନେ ଶନି ଦେବତାଙ୍କ ଉପରେ ଭରସା ଓ ବିଶ୍ୱାସ ରଖିବା ଦରକାର।ଅନେକ ବ୍ୟକ୍ତି ଭାବିଥନ୍ତି କି ଶନିଙ୍କ ଦୃଷ୍ଟିର ଅର୍ଥ କୁସମୟ ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ।ଶନି କେବଳ ମନୁଷ୍ୟକୁ ତାର କର୍ମ ଫଳ ଦେଇଥାନ୍ତି।

ଏହା ପର ରାଶି ହେଉଛି ସିଂହ ରାଶି।ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଙ୍କ କୃପା ବର୍ଷିବ।ମାତ୍ର ଏମାନେ କେବଳ ଧ୍ୟାନ ରଖନ୍ତୁ ଯେ ଏମାନେ ନିଜର ସମସ୍ତ କାର୍ଯ୍ୟ ମନ ଲଗାଇ କରିବେ ଏହା ସହିତ ଭଗବାନ ଶନିଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଭରସା ରଖିବେ।ଏହା ପର ରାଶି ହେଉଛି କନ୍ୟା ରାଶି।ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଙ୍କ କୃପା ରହିବ।ଏମାନଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୁରା ହେବ।ଆପଣଙ୍କ ବିବାହରେ ଯଦି ସମସ୍ୟା ଦେଖା ଦେଉଛି ତେବେ ତାହା ମଧ୍ୟ ଏହି ସମୟରେ ଶେଷ ହୋଇଯିବ।

ଏହା ପର ରାଶି ହେଉଛି ତୁଳା ରାଶି।ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ଜୀବନରେ ଅନେକ ସୁଖ ଶାନ୍ତି ଲାଗି ରହିବ।ଏହା ସହିତ ଆପଣଙ୍କ ଜୀବନ ସୁଖମୟ ହେବ।ଆପଣ ନିଜକୁ ସମସ୍ତ କଳହ ଓ ଝଗଡ଼ାରୁ ଦୂରେଇ ରଖନ୍ତୁ।ଏହା ଫଳରେ ଶନିଙ୍କ କୃପା ଆପଣଙ୍କ ଉପରେ ପଡ଼ିବ।ଏହା ପର ରାଶି ହେଉଛି କର୍କଟ ରାଶି।ଏହି ବ୍ୟକ୍ତି ମାନଙ୍କର ଜୀବନ ସୁଖ ମୟ ହେବା ସହିତ ଏହି ବ୍ୟକ୍ତି ମାନଙ୍କର ଜୀବନରେ କୌଣସି ବି ପ୍ରକାର ଅସୁବିଧା ହେବା ନାହିଁ।ଏହି ସବୁ ରାଶି ଉପରେ ଭଗବାନ ଶନି ନିଜର କୃପା ଦୃଷ୍ଟି ରଖିଛନ୍ତି।

Leave a Reply

Your email address will not be published. Required fields are marked *