ବର୍ତମାନ ର ସବୁଠୁ ବଡ ଦୁଃଖ ଖବର – ଓଡ଼ିଆ ଗାୟିକା ତପୁ ମିଶ୍ର ଙ୍କ ପରଲୋକ – ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଗଲା – କାନ୍ଦି କାନ୍ଦି ନୟାନ୍ତ ହେଲେ ଏହି ଓଡ଼ିଆ ହିରୋ ମାନେ

Spread the love

ବର୍ତମାନ କରୋନା ମହାମାରୀ ସାରା ଦେଶର ଏକ ବଡ ଚିନ୍ତାର ବିଷୟ ହେଇଚି |ତେବେ ଜଣକ ପରେ ଜଣେ ବଡ ବଡ ତାରକା ଏହି କରୋନା ଆମଠାରୁ ହଜେଇ ଦଉଚି |ଅନେକ ବଡ ବଡ କଳାକାର ଏହି କରୋନା ମହାମାରୀ ପାଇଁ ପ୍ରାଣ ହରେଇଲେଣି |ତେବେ ଆଜି ସକାଳେ ମୀଲଖା ସିଂ ଙ୍କ ମୃତ୍ୟୁ ହେଇଥିବା ବେଳେ ବର୍ତମାନ ସମୟରେ ଆଉ ଏକ ବଡ ଦୁଃଖ ଖବର ଓଡିଶା କୁ ଆସିଛି

ଅନେକ ଦିନ ହେବ ଅସୁସ୍ଥ ଥିବା ଓଡ଼ିଆ ଗାୟିକା ତପୁ ମିଶ୍ର ଙ୍କ ଏବେ ଭୁବନେଶ୍ୱର ର ଏକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି.|ଅନେକ ଦିନ ହେବ ସେ କରୋନା ମହାମାରୀ ରେ ପୀଡିତ ଥିଲେ |ତେବେ ତାଙ୍କର ଏହି ଆକସ୍ମିତା ମୃତ୍ୟୁ ରେ ସାରା ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି |ଅନେକ ବଡ ବଡ ତାରକା ଏଥିରେ ଦୁଃଖରେ ଭାଙ୍ଗି ପଡିଛନ୍ତି

ତେବେ ତପୁ ମିଶ୍ର ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଟନ୍ତି |ସେ ଅନେକ ଗୁଡ଼ିକେ ଓଡ଼ିଆ ଫିଲ୍ମ ଓ ଆଲବମ ରେ ଗୀତ ଗାଇଛନ୍ତି |ତାଙ୍କ ଗୀତ ପ୍ରତି ବର୍ଗର ଲୋକ ଖୁବ ଭଲ ପାଉଥିଲେ |ତେବେ ଆଜି ତାଙ୍କ ମୃତ୍ୟୁ ରେ ସାରା ଓଡିଶା ରେ ଶୋକର ଛାୟା ଖେଳି ଯାଇଛି |ତେବେ ତାଙ୍କର ପୂର୍ବ ଗୀତ ଗୁଡିକ ନିଶ୍ଚୟ ଲୋକଙ୍କ ହୃଦୟରେ ରହିବ ଓ ଲୋକ ତାଙ୍କୁ ସବୁଦିନ ପାଇଁ ମାନେ ରଖିବେ ବୋଲି ତାଙ୍କର ପ୍ରିୟଜନ କହିଛନ୍ତି

ତେବେ ତାଙ୍କର ବନ୍ଧୁ ଶ୍ରୀଚରଣ ଲେଖିଛନ୍ତି ଯେ – ଆଉ ଏ ଦୁନିଆରେ ନାହାଁନ୍ତି ଦୁଃସମ୍ବାଦର ସୁଅ ଛୁଟିଛି. ଏବେ ଏବେ ଝରିପଡିଲା ଆଉ ଏକ ଜୀବନ କୁସୁମ. ତପୁ ମିଶ୍ର ଚିର ନିଦ୍ରାରେ.ଅନେକ ସମ୍ଭାବନାର ଅନ୍ତ ଘଟିଲା. ଯୁବ ପୀଢ଼ିକୁ ଅଧିକ ଆଘାତ ଲାଗିଲା.ତାଙ୍କ ଆତ୍ମାର ସଦଗତି କାମନା କରୁଛି

ତେବେ ଗତ ବର୍ଷ ବିବାହ କରିଥିଲେ ତପୁ ମିଶ୍ର | ସେ ଜଣେ ସମ୍ବଳିପୁରୀ ଅଭିନେତା ଙ୍କୁ ବିବାହ କରିଥିଲେ |ମାତ୍ର ଭାଗ୍ୟର ବିଡମ୍ବନା ଯେ ସେ ଅଧିକ ଦିନ ରହିପାରିଲେ ନାହିଁ |ଆଜି ସାରା ଓଡ଼ିଶାର ଲୋକଙ୍କୁ ଶୋକର ସାଗର ଭିଜେଇ ଚାଲିଯାଇଛନ୍ତି ତପୁ ମିଶ୍ର |ତେବେ ଆମେ ଭଗବାନ ଙ୍କ ପାଖେ ପ୍ରାଥନା କରୁଚୁ ତାଙ୍କ ଆତ୍ମା ର ସଦଗତି ହେଉ ଓ ତାଙ୍କ ଆତ୍ମା ଶାନ୍ତି ପାଉ |ସାରା ଓଡ଼ିଆ ଲୋକ ନିଶ୍ଚୟ ତାଙ୍କୁ ହୃଦୟରେ ରଖିବେ|

Leave a Reply

Your email address will not be published. Required fields are marked *