କରୋନାରୁ ମୁକ୍ତି ପାଇବା ପରେ ଆପଣଙ୍କୁ କଣ କରିବା ଉଚିତ? ଡାକ୍ତର ଙ୍କ ଏହି ପରାମର୍ଶ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଆର୍ଟିକିଲରେ ଆମେ ଜାଣିବା ସେହିମାନେ କଣ କରିବା ଉଚିତ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ଠିକ ହୋଇ ସାରିଛନ୍ତି।ଅର୍ଥାତ ଆପଣଙ୍କ ପାଖରେ କରୋନା ପଜେଟିଭ ଥିଲା ଏବଂ କିଛି ଦିନ ଚିକିତ୍ସାଧୀନ ହେବାପରେ ଆପଣ ନେଗେଟିଭ ହୋଇସାରିଛନ୍ତି।ମାନେ ଆପଣ କରୋନାରୁ ମୁକ୍ତ ହୋଇସାରିଛନ୍ତି।ଆଜି ଆମେ ଜାଣିବା ଆପଣ କରୋନାରୁ ମୁକ୍ତ ହେବାପରେ କଣ କରିବା ଉଚିତ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ଯେପର୍ଯ୍ୟନ୍ତ ଆପଣଙ୍କୁ କରୋନା ହୋଇନଥିଲା ଆପଣ ସୁସ୍ଥ ସବଳ ଥିଲେ ସମସ୍ତ କାର୍ୟ୍ଯ ଭଲ ଭାବରେ କରିପାରୁଥିଲେ।ଏବଂ ଏହାପରେ ଆପଣ ଯେବେ କରୋନା ପଜେଟିଭ ହେଲେ ଓ ଏହାପରେ ଚିକିତ୍ସା ନେଲେ।ଏବଂ ଚିକିତ୍ସା ନେବାରୁ ଠିକ ହୋଇଗଲେ।କିନ୍ତୁ କରୋନାରୁ ମୁକ୍ତ ହେବାପରେ ଯଦି ଆପଣ ସୁସ୍ଥ ସବଳ ହୋଇପାରୁ ନାହାନ୍ତି ପୂର୍ବ ଭଳି କାର୍ଯ୍ୟ କରିପାରୁ ନାହାଁନ୍ତି ତେବେ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।ଏଥିରେ ଆମେ ଏକ ଘରୋଇ ଉପଚାର ଜଣାଇବୁ ତାହାକୁ ଯଦି ଆପଣ କେବେଳ ୭ ଦିନ ବ୍ୟବହାର କରୁଛନ୍ତି ତେବେ ଆପଣ ପୂର୍ବ ଭଳି ସୁସ୍ଥ ସବଳ ରହିପାରିବେ ଏବଂ ପୂର୍ବ ଭଳି କାର୍ୟ୍ଯ ମଧ୍ୟ କରିପାରିବେ।

ଏବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ।ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଦରକାର ହେବ ଏକ ସସ୍ପେନ।ସେଥିରେ ଆପଣ ଦୁଇ କପ ପାଣି ନିଅନ୍ତୁ।ଏହାପରେ ଆପଣ ଗିଲୟ ଲତା ନିଅନ୍ତୁ।ଆପଣ ଏଠାରେ କେବଳ ଗୋଟିଏ ଆଙ୍ଗୁଳି ମାପର ଗିଲୟ ଲତା ନିଅନ୍ତୁ।ଏହାପରେ ଅଧା ଚାମଚ ହଳଦି ପାଉଡର ନିଅନ୍ତୁ।ଏବଂ ଏହାପରେ ଆପଣ ଅଧା ଚାମଚ ଜିରା ନିଅନ୍ତୁ।

ସାଙ୍ଗମାନେ ଏହି ସବୁ ପଦାର୍ଥ ନେଵାପରେ ଏହାକୁ ସେହି ପାଣିରେ ଭଲ ଭାବରେ ମିଶାନ୍ତୁ।ଏହାପରେ ଆମେ ଆପଣଙ୍କୁ ଅନ୍ୟ ଚାରୋଟି ଉପକରଣ କହିବାକୁ ଯାଉଛୁ ଯାହାକୁ ଆପଣ ପାଉଡର କରିବେ।ଏଥିରେ ଆପଣ ଅଳ୍ପ ଗୋଲମରିଚ ନିଅନ୍ତୁ।ଦ୍ୱିତୀୟରେ ଦୁଇଟି ଲବଙ୍ଗ ନିଅନ୍ତୁ।ଏହାପରେ ଦୁଇଟି ଅଳେଇଚ ନିଅନ୍ତୁ।ଏବଂ ଏହି ସବୁ ପଦାର୍ଥ ନେଇସାରିବା ପରେ ଶେଷରେ ଗୋଟିଏ ବଡ଼ ଅଳେଇଚ ନିଅନ୍ତୁ।

ଏହି ଉପକରଣ ସବୁ ନେଵାପରେ ଏହାକୁ ହେମଦସ୍ତା ବା ଶୀଳ ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ପାଉଡର କରନ୍ତୁ।ଏହାପରେ ସେହି ସବୁ ପାଦାର୍ଥକୁ ସେହି ପାଣିରେ ମିଶାନ୍ତୁ।ଏହାପରେ ସେହି ସବୁ ପଦାର୍ଥକୁ ଭଲ ଭାବରେ ମିଶାନ୍ତୁ।ଏବଂ ଶେଷରେ ଏହାକୁ ଗରମ କରନ୍ତୁ।ଆପଣ ଏଠାରେ ଦୁଇ କପ ପାଣିରୁ ଗୋଟିଏ କପ ପାଣି ରହିବା ପର୍ଯ୍ୟନ୍ତ ଗରମ କରନ୍ତୁ।ଏହାପରେ ଏହାକୁ ବାହାର କରି ଉଷୁମ ଥିବା ସମୟରେ ଅଳ୍ପ ଅଳ୍ପ ପିଅନ୍ତୁ।ଏହି ଉପଚାର ଆପଣ ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ କରନ୍ତୁ।ଏହାକୁ ଆପଣ ୭ ଦିନ କରିବା ପରେ ଆପଣ ପୂର୍ବ ଭଳି ଭଲ, ସୁସ୍ଥ ଏବଂ ଆକ୍ଟିଭ ହୋଇଯିବେ।

Leave a Reply

Your email address will not be published. Required fields are marked *