ବୃକକ ଖରାପ ହେବାର ୯ଟି କାରଣ – ଏହି ଲକ୍ଷଣ ଦେଖା ଦେଉଥିଲେ ଏବେ ଚେକ କରନ୍ତୁ – ନଚେତ ଆପଣଙ୍କ ଜୀବନ..

Spread the love

ସାଙ୍ଗମାନେ ଆଜି ଆମେ ଏଠାରେ ବୃକକ ଖରାପ ହେବାର କାରଣ ବିଷୟରେ ଜାଣିବା।ବୃକକ ଆମ ଶରୀରରେ ରକ୍ତ ସଫା କରିଥାଏ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ପରିସ୍ରା ଦ୍ଵାରା ବାହାର କରିଥାଏ।ଦିନକୁ ଦିନ ବୃକକ ଖରାପ ହେବାର ସମସ୍ୟା ବଢ଼ି ଚାଲିଛି।ତେବେ ଆସନ୍ତୁ ବୃକକ ଖରାପ ହେବାର କାରଣ ଜାଣିବା।

୧) କମ ପାଣି ପିଇବା- ଯଦି ଆପଣ ଯଥେଷ୍ଟ ପାଣି ପିଉ ନାହାନ୍ତି ତେବେ ଆପଣ ନିଜ ବୃକକକୁ ରିସ୍କରେ ପକାଉଛନ୍ତି।ଯଥେଷ୍ଟ ପାଣି ନ ପିଇବା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥଗୁଡ଼ିକ ବୃକକରେ ଜମି ରହି ଏହାକୁ ନଷ୍ଟ କରିଥାଏ।

୨) ପରିସ୍ରାକୁ ଅଧିକ ସମୟ ପାଇଁ ରୋକିବା- ଉପଯୁକ୍ତ ସମୟରେ ପରିସ୍ରା ନ କରି ପରିସ୍ରାକୁ ଅଧିକ ସମୟ ରୋକି ରଖିଲେ ବୃକକରେ ଜଟିଳ ସମସ୍ୟା ସୃଷ୍ଟି ହୁଏ।ଏହା ଦ୍ଵାରା ପରିସ୍ରା ଓଲଟା ଦିଗରେ ଗତି କରି ବୃକକରେ ଇନ୍ଫେକ୍ସନ କରାଇଥାଏ।

୩) ଅଧିକ ଲୁଣ ଖାଇବା- ଲୁଣ ରେ ଥିବା ସୋଡିଅମ୍ ବୃକକ ପାଇଁ ବହୁତ୍ କ୍ଷତିକାରକ ହେଇଥାଏ।ଅଧିକ ସୋଡ଼ିଅମ୍ ଖାଇବା ଦ୍ବାରା ବୃକକକୁ ଏହାକୁ ନିଷ୍କାସିତ କରିବାକୁ ଅଧିକ କାର୍ଯ୍ୟରତ ହେବାକୁ ପଡିଥାଏ।ତେବେ ଏହା ଦ୍ଵାରା ବୃକକଟି ଧୀରେ ଧୀରେ ନଷ୍ଟ ହେଇଯାଏ।

୪) ଅଧିକ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଖାଇବା- ପୃଷ୍ଟିସାର ଦେହ ପାଇଁ ହିତକର ହେଇଥାଏ।କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏହା ଉଭୟ ପାକସ୍ଥଳୀ ଓ ବୃକକକୁ ନଷ୍ଟ କରିଥାଏ।

୫) ଅଧିକ କ୍ୟାଫିନ ଯୁକ୍ତ ଖାଦ୍ୟ ଖାଇବା- ଚକଲେଟ,ଥଣ୍ଡା ଓ କଫି ଆଦି କ୍ୟାଫିନ ଯୁକ୍ତ ଖାଦ୍ୟ ନେବା ଦ୍ଵାରା ଶରୀରରେ ରକ୍ତ ଚାପ ବଢ଼ିଥାଏ।ରକ୍ତ ଚାପ ବଢ଼ିବା ଦ୍ଵାରା ଏହା ବୃକକ ଉପରେ ଚାପ ପକାଇଥାଏ ଯାହା ଫଳରେ ଏହା ଧୀରେ ଧୀରେ ଖରାପ ହେଇଥାଏ।

୬) ଧୁମ୍ରପାନ କରିବା- ଧୁମ୍ରପାନ କଲେ ରକ୍ତ ଚାପ ବଢିଥାଏ ଏବଂ ବୃକକକୁ ରକ୍ତ ନେଉଥିବା ରକ୍ତନଳୀଗୁଡ଼ିକ ସଂକୀର୍ଣ୍ଣ ହେଇଥାଏ।ତେବେ ଏହାଦ୍ବାରା ବୃକକକୁ ଠିକ୍ ଭାବେ ରକ୍ତ ନ ପହଞ୍ଚିପାରି ଏହାକୁ ନଷ୍ଟ କରିଥାଏ।

୭) ଅଧିକ ପେନକିଲର ଖାଇବା- ଅଳ୍ପ କଷ୍ଟରୁ ମୁକ୍ତି ପାଇବା ପାଇଁ ଆମେ ପେନକିଲରଟେ ଖାଇ ଦେଇଥାଉ।କିନ୍ତୁ ଏହାଦ୍ବାରା ଆମ ଶରୀରରେ ରକ୍ତର ପରିମାଣ କମି ଯାଇଥାଏ।ଯାହା ଫଳରେ ବୃକକ ଧୀରେ ଧୀରେ ଖରାପ ହେଇଥାଏ।

୮) ଅଧିକ ମଦ୍ୟପାନ କରିବା- ମଦ୍ୟ ବା ଆଲକୋହୋଲ ଶରୀର ପାଇଁ ଏକ ବିଷ ଭାବରେ କାମ କରିଥାଏ।ତେଣୁ ବୃକକ ଏହାକୁ ଜଲଦି ନିଷ୍କାସିତ କରିବା ପାଇଁ ଅଧିକ କାର୍ଯ୍ୟରତ ହେଇଥାଏ ଏବଂ ଏପରି ବାରମ୍ବାର କରିବା ଦ୍ଵାରା ଧୀରେ ଧୀରେ ନଷ୍ଟ ହେଇଥାଏ।

୯) କମ୍ ନିଦ୍ରା ନେବା- ଶୋଇଥିବା ସମୟରେ ଆମର ସବୁ ଅଙ୍ଗ ଗୁଡ଼ିକ ଧୀରେ ଧୀରେ କାମ କରିଥାଏ।ତ ଯେଉଁ ଲୋକମାନେ ଦିନକୁ ୫ରୁ ୬ ଘଣ୍ଟା ଶୋଉନାହାନ୍ତି ସେମାନଙ୍କର ବୃକକ ଧୀରେ ଧୀରେ ନଷ୍ଟ ହେଇଯାଇଥାଏ।

Leave a Reply

Your email address will not be published. Required fields are marked *