ଏହିଠାରେ ରଖନ୍ତୁ ଲୁଣ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ – ଧନୀ ହେବ ପାଇଁ ଏହି ଉପାୟଟିକୁ ଆଜି ଜାଣିବା ଦରକାର

Spread the love

ସାଙ୍ଗମାନେ ଲୁଣର ଆମ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀତା ରହିଛି।ଯଦି ଖାଇବାରେ ଲୁଣ ଅଧିକ ହୋଇଯାଏ ତ ବେକାର ଯଦି କମ ହୋଇଯାଏ ତ ଖାଇବା ବେକାର।ଏହି ଲୁଣ ଆମ ଆୟୁଷ ମଧ୍ୟ ବଢ଼ାଇଥାଏ ଓ ଏହି ଲୁଣ ଆମ ଆୟୁଷ ମଧ୍ୟ କମାଇ ଥାଏ।ଲୁଣର ଉପଯୋଗ ସଠିକ ଭାବେ କରିବା ହୁଏତ ବହୁତ କମ ଲୋକ ଜାଣିଛନ୍ତି।ଆଜି ମୁଁ ଆପଣ ମାନଙ୍କୁ ଲୁଣର କିଛି ଚମତ୍କାର ଗୁଣ ବିଷୟରେ କହିବି।ଏମିତିରେ ତ ଲୁଣର ବହୁତ ଗୁଡ଼ିଏ ଉପାୟ ରହିଛି କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ କିଛି ସହଜ ଉପାୟ କହିବି ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ତାଜୁବ ହୋଇଯିବେ।ଏହାକୁ କାମରେ ଲଗାଇଲେ ଆପଣ ମଧ୍ୟ ବହୁତ ଖୁସିରେ ରହିବେ।

ଲୁଣ ବିଭିନ୍ନ ପ୍ରକାରର ରହିଥାଏ ଯଥା ସୈନ୍ଧ ଲୁଣ,ସମୁଦ୍ର ଲୁଣ,କଳା ଲୁଣ ଓ ସାଧାରଣ ଲୁଣ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଓ ଶୁକ୍ରର ପ୍ରତୀକ ମଧ୍ୟ କୁହାଯାଇଛି।ଏହି ଲୁଣକୁ କେତେକ ଲୋକ ରାହୁଙ୍କ ପ୍ରତୀକ ବୋଲି କହିଥାନ୍ତି।ଧର୍ମ ସହିତ ଜଡ଼ିତ କେତେକ ଅଜଣା କଥା ଆମକୁ ଅନେକ ଲାଭ ଦେଇଥାଏ।ଆଜି ମୁଁ ଆପଣ ମାନଙ୍କ ପାଇଁ ଏପରି କିଛି ଉପାୟ ଆଣିଚି ଯାହା ଆପଣଙ୍କ ଜୀବନକୁ ସରଳ ଓ ସୁଖମୟ କରିଦେବ।ଏହି ଉପାୟକୁ ଯଦି ଆପଣ ପ୍ରୟୋଗ କରିବେ ତ ଆପଣଙ୍କ ଜୀବନରୁ ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯିବ।

ପ୍ରଥମେ ଆପଣ ଏକ ଲାଲ କପଡା ଆଣନ୍ତୁ।ସେଥିରେ ଲୁଣକୁ ବାନ୍ଧି ଦିଅନ୍ତୁ। ତା ପରେ ସେହି ଲାଲ କପଡାକୁ ଆପଣ ଆପଣଙ୍କ ଘରର ମୁଖ୍ୟ କବାଟରେ ଟାଙ୍ଗିଦିଅନ୍ତୁ।ସାଙ୍ଗମାନେ ଏପରି କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ ଓ କାହାର ନଜର ମଧ୍ୟ ଲାଗିନଥାଏ।ଏହା ବ୍ୟତୀତ ଯଦି ଆପଣ ଏହି କପଡାକୁ ଆପଣଙ୍କ ଧନ ରଖିବା ସ୍ଥାନ ଯେପରି ବାକ୍ସ,ସିନ୍ଧୁକ ଉପରେ ସେହି ଲାଲ କପଡ଼ାକୁ ଟାଙ୍ଗିଦିଅନ୍ତି ତ ଆପଣଙ୍କ ଧନର ଦୁଇ ଗୁଣା ଉନ୍ନତି ହୋଇଥାଏ।ଆପଣଙ୍କ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ହୋଇଥାଏ।

ଏହାଛଡା ଯଦି ଆପଣ ଏକ କାଚ ପାତ୍ରରେ କିଛି ଲୁଣ ନେଇ ଆପଣଙ୍କ ଗାଧୁଆଘରେ ରଖିଦିଅନ୍ତି ତ ଆପଣଙ୍କ ଘରର ବାସ୍ତୁଦୋସ କଟିଯାଏ ଓ ତା ସହିତ ଘରର ସୁଖ ଶାନ୍ତି ମଧ୍ୟ ବଜାୟ ରହିବ।ଏହାଦ୍ବାରା ମଧ୍ୟ ଘରର ମୁଖ୍ୟ ଲୋକର ସମସ୍ତ କଷ୍ଟ ବା ସମସ୍ୟା ଦୂର ହୋଇଥାଏ।ଯଦି ଆପଣ ଲୁଣକୁ କୌଣସି ଲୁହା ବା ଷ୍ଟିଲ ପାତ୍ରରେ ରଖୁଛନ୍ତି ତ ଏହା କରନ୍ତୁ ନାହିଁ।ଏହାଦ୍ବାରା ଆପଣଙ୍କ ଘରର ଅନିଷ୍ଟ ଘଟିବ।ଏହାଦ୍ବାରା ଘରେ ରୋଗ ଓ ଶୋକ ବଢ଼ିଥାଏ।ଘରେ ଅଯଥା ଧନ ଖର୍ଚ୍ଚ ହେବାରେ ଲାଗେ।ତେଣୁ ଏପରି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *